Categories: ଖେଳ

ଭାରତ ଟୁର୍‌ରୁ ଲାଙ୍ଗରଙ୍କ ବିଶ୍ରାମ

ସିଡ୍‌ନୀ, ୭।୧ (ପି.ଟି.)- ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର ଆଗାମୀ ଭାରତ ଗସ୍ତରୁ ଓହରି ଯାଇଛନ୍ତି। କିଛି ବ୍ୟକ୍ତିଗତ କାମ ଲାଗି ସେ କିଛି ସମୟ କ୍ରିକେଟ୍‌ରୁ ବିରତି ନେଇଛନ୍ତି। ଫଳରେ ସିନିୟର ସହାୟକ କୋଚ୍‌ ଆଣ୍ଡ୍ରିଉ ମ୍ୟାକ୍‌ଡୋନାଲ୍ଡ ଭାରତୀୟ ଗସ୍ତରେ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ସମ୍ଭାଳିବେ। ଅଷ୍ଟ୍ରେଲିଆ ଦଳ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଭାରତ ଆସି ୩ଟି ଏକଦିବସୀୟ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି।
ବର୍ଷୀୟ ପୂର୍ବତନ ଅଲ୍‌ରାଉଣ୍ଡର ମ୍ୟାକ୍‌ଡୋନାଲ୍ଡ ପ୍ରଥମଥର ଲାଗି ଜାତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇବେ। ମ୍ୟାକ୍‌ଡୋନାଲ୍ଡ ଏହି ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇ ପାରିବେ ବୋଲି ଲାଙ୍ଗର ଆଶାବାଦୀ ରହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ୩-୦ରେ କ୍ଲିନ ସୁଇପ୍‌ କରିବା ପରେ ଅଷ୍ଟ୍ରେଲିଆ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବା ଲାଗି ଭାରତ ଗସ୍ତ କରିବାକୁ ପ୍ରସ୍ତୁତ କରୁଛି। ମୁମ୍ବାଇରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାନୁୟାରୀ ୧୪ରେ ପ୍ରଥମ ଦିନିକିଆ ଖେଳାଯିବ। ଏହାପରେ ରାଜକୋଟ୍‌ (ଜାନୁୟାରୀ ୧୭) ଓ ବେଙ୍ଗାଲୁରୁ (ଜାନୁୟାରୀ ୧୯)ରେ ଯଥାକ୍ରମେ ଦ୍ୱିତୀୟ ଓ ୩ୟ ମ୍ୟାଚ୍‌ ଖେଳାଯିବ।

Share