ଭାରତ ଅଡ଼ୁଆରେ

ଗୁଜରାଟର ମୋଟେରା ଷ୍ଟାଡିୟମ୍‌ରେ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତକୁ ପ୍ରଥମେ ଏକ ସମୃଦ୍ଧ ରାଷ୍ଟ୍ର କହି ଉଦ୍‌ବୋଧନ ଦେଇଥିଲେ। ପରବର୍ତ୍ତୀ ସମୟରେ ଏଠାରେ ଉତ୍କଟ ଦାରିଦ୍ର୍ୟ ଥିବା ବିଷୟ ଉଲ୍ଲେଖ କରିଥିଲେ। ଆସନ୍ତା ୧୦ ବର୍ଷ ମଧ୍ୟରେ ଏହା ଦୂରୀକରଣ ହୋଇପାରିବ ବୋଲି ଟ୍ରମ୍ପ୍‌ କହିବା ପରେ ତାଙ୍କ କଥା ଓଲଟପାଲଟ ହେଉଥିବା ଜଣାପଡ଼ୁଛି। କାରଣ ଗତ ସପ୍ତାହରେ ଟ୍ରମ୍ପ୍‌ ପ୍ରଶାସନ ଅଧୀନ ଆମେରିକା ବାଣିଜ୍ୟ ପ୍ରତିିନିଧି କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯାଇଥିଲା ଯେ, ଭାରତ ଦ୍ରୁତଗତିରେ ଅଭିବୃଦ୍ଧି କରୁଥିବାରୁ ଏହା ବିକାଶଶୀଳ ରାଷ୍ଟ୍ର ତାଲିକାରୁ ବାଦ୍‌ପଡ଼ିଲା। ଅର୍ଥାତ୍‌ ଏଣିକି ଭାରତ ଏକ ବିକଶିତ ରାଷ୍ଟ୍ର ଭାବେ ଆମେରିକା ସହ ବାଣିଜି୍ୟକ କାରବାର କରିବ। ଏହି ଦୁଇଟି କଥାକୁ ତର୍ଜମା କଲେ ଭାରତ ପ୍ରତି ଟ୍ରମ୍ପ୍‌ଙ୍କ କିଭଳି ମନୋଭାବ ରହିଛି ବୁଝାପଡ଼ିଯାଉଛି। ଗୋଟିଏ ପଟେ ସେ ଭାରତର ଦାରିଦ୍ର୍ୟକୁ ବ୍ୟକ୍ତିଗତ ଭାବେ ଦର୍ଶାଉଥିବା ବେଳେ ତାଙ୍କ ଅଧୀନରେ ଚାଲିଥିବା ଆମେରିକା ସରକାରର ନୀତି ମାଧ୍ୟମରେ ଭାରତକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ବିକାଶଶୀଳ ଦେଶରୁ ଭାରତକୁ ବିକଶିତ ରାଷ୍ଟ୍ର ମାନ୍ୟତା ଦିଆଯିବା ପଛରେ ଆମେରିକା ଯେଉଁ ଆର୍ଥିକ ସହାୟତା ଓ ବାଣିଜି୍ୟକ ରିହାତି ଦେଇ ଆସୁଥିଲା ତାହା ବସ୍ତୁତଃ ବନ୍ଦ ହେବା ନିଶ୍ଚିତ ହୋଇଯାଇଛି।
‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ ପାକିସ୍ତାନ ସପକ୍ଷରେ ଯେଉଁ ମନ୍ତବ୍ୟ ରଖିଛନ୍ତି, ସେଥିରୁ ତାଙ୍କର କୂଟନୈତିକ ଆଭିମୁଖ୍ୟ ବୁଝାପଡ଼ୁଛି। ଟ୍ରମ୍ପ୍‌ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କଲେ। ତତ୍‌ସହିତ ପାକିସ୍ତାନକୁ ମଧ୍ୟ ପ୍ରଶଂସା କରି କହିଲେ ଇସ୍‌ଲାମାବାଦ ସହ ଆମେରିକାର ସମ୍ପର୍କ ଉତ୍ତମ। ଟ୍ରମ୍ପ୍‌ଙ୍କ ଏଭଳି ମନ୍ତବ୍ୟ ଭାରତୀୟ ଆଭ୍ୟନ୍ତରୀଣ ରାଜନୀତିକୁ ମଧ୍ୟ ପ୍ରଭାବିତ କରିବ। ଭାରତ ସରକାରଙ୍କ ବିଭିନ୍ନ ମନ୍ତବ୍ୟରେ ପାକିସ୍ତାନକୁ ଯେଉଁଭଳି ଆକ୍ରମଣ କରାଯାଉଛି, ତାହା ଏବେ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ପରେ ଭିନ୍ନ ରୂପ ନେଇପାରେ। କହିବାକୁ ଗଲେ ଭାରତ ମାଟିରେ ଏବଂ ବିଶେଷକରି ମୋଦିଙ୍କ ଗୁଜରାଟରେ ଅତିଥି ଭାବେ ଟ୍ରମ୍ପ୍‌ଙ୍କ ପାକିସ୍ତାନ ସପକ୍ଷବାଦୀ ମନ୍ତବ୍ୟ ଭାରତ ପାଇଁ ଚେତାବନୀ ହୋଇପାରେ। ଯେଉଁ ଆମେରିକାୟ ଡଲାର ପାଇଁ ଭାରତ ସରକାର ନସରପସର ହେଉଛନ୍ତି, ସେହି ଡଲାର ଧରି ଆମେରିକା ଏବେ ପାକିସ୍ତାନକୁ ପ୍ରଶଂସା କରୁଛି। ଆମେରିକାର ପାକିସ୍ତାନ ସପକ୍ଷବାଦୀ ନୀତି ନୂଆ ନୁହେଁ । କିନ୍ତୁ ଗୋଟିଏ ପଟେ ଭାରତରେ କ୍ଷମତାସୀନ ଭାଜପା ନେତାମାନେ ଯେତେବେଳେ ଖୋଲାଖୋଲି ବିରୋଧୀଙ୍କୁ ପାକିସ୍ତାନ ଯାଅ ବୋଲି କହୁଛନ୍ତି, ସେତେବେଳେ ଟ୍ରମ୍ପ୍‌ଙ୍କ ଏହି ମନ୍ତବ୍ୟ ଆମ ଦେଶର ନୀତିକୁ ବଦଳାଇପାରେ। ଆଭ୍ୟନ୍ତରୀଣ ବିଷୟରେ କୌଣସି ବିଦେଶୀ ନେତା ସାଧାରଣରେ ମତ ଦିଅନ୍ତି ନାହିଁ। କିନ୍ତୁ ଭାରତରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ତେଜୁଥିବା ବେଳେ ଏଭଳି ମନ୍ତବ୍ୟ ଗୁରୁତ୍ୱ ଧାରଣ କରୁଛି। ଏହି ସମୟରେ ଟ୍ରମ୍ପ୍‌ଙ୍କୁ ଭାରତକୁ ନିମନ୍ତ୍ରଣ କରିବା ପଛରେ ମୋଦିଙ୍କ ସକ୍ରିୟ ଭୂମିକା ରହିଛି। ସମ୍ଭବତଃ ମୋଦି ଭାବିଥିଲେ ଆମେରିକା ରାଷ୍ଟ୍ରପତି ତାଙ୍କ ନିର୍ବାଚନ ପୂର୍ବରୁ ଏଭଳି ସୁଯୋଗ ପାଇଲେ ଟ୍ରମ୍ପ୍‌ ତାହାର ଲାଭ ଉଠାଇ ଭାରତ ସପକ୍ଷରେ ମତ ଦେବେ। ଭାରତୀୟ ରାଜନୈତିକ ହିସାବରେ ଏଭଳି ପରିସ୍ଥିତି ମିଳିଲେ ନେତାମାନେ ଅନେକ ପ୍ରତିଶ୍ରୁତି ଦେଇଥାଆନ୍ତି। ସେଥିପାଇଁ ହୁଏତ ଆମେରିକାରେ ବସବାସ କରୁଥିବା ଅନେକ ଲକ୍ଷ ଭାରତୀୟ ସେଠାରେ ଟ୍ରମ୍ପ୍‌ଙ୍କୁ ଭୋଟ ଦେଇଥାଆନ୍ତେ। କିନ୍ତୁ ଦୁଃଖର ବିଷୟ, ଆମେରିକାରେ ସେହି ଧରଣର ରାଜନୀତି କରାଯାଏ ନାହିଁ। ବିଶେଷକରି ଟ୍ରମ୍ପ୍‌ଙ୍କ ଭଳି ରାଷ୍ଟ୍ରପତି ମିଛ ପ୍ରତିଶ୍ରୁତି ଦେଇଥିବାର ନଜିର ନାହିଁ। ଏହା ସତ୍ୟ ଯେ, ଆମେରିକାରେ ଟ୍ରମ୍ପ୍‌ ବିରୋଧୀ ଗୋଷ୍ଠୀ ଯଥେଷ୍ଟ ଶକ୍ତିଶାଳୀ ହେଲେଣି। ସେମାନେ ତାଙ୍କର ମେକ୍ସିିକୋ ପାଚେରି ଭଳି ଅନେକ କାର୍ଯ୍ୟକୁ ବିରୋଧ କରନ୍ତି। ନିର୍ବାଚନ ପୂର୍ବରୁ ମେକ୍ସିକୋ ପାଚେରି ତିଆରି କରିବେ ବୋଲି ଦେଇଥିବା ପ୍ରତିଶ୍ରୁତିକୁ ଟ୍ରମ୍ପ୍‌ ପାଳନ କଲା ବେଳକୁ ସିନେଟ୍‌ରେ ତାହାର ବିରୋଧ ହୋଇଥିଲା। ସେଥିପାଇଁ ଅନେକ ଦିନ ପର୍ଯ୍ୟନ୍ତ ଟ୍ରମ୍ପ୍‌ଙ୍କ ଦ୍ୱାରା ସରକାର ଅଚଳ କରିଦିଆଯାଇଥିଲା। ସେହିଭଳି ଚାଇନାର ଅର୍ଥନୈତିକ ଶକ୍ତିକୁ ହ୍ରାସ କରିବେ ବୋଲି ଟ୍ରମ୍ପ୍‌ କହିଥିବା କଥାର କାର୍ଯ୍ୟକାରିତା ସମଗ୍ର ପୃଥିବୀ ଦେଖିଲା।
ବିଶ୍ୱବାସୀ ଜାଣିଛନ୍ତି ଟ୍ରମ୍ପ୍‌ ଜଣେ ଏକଜିଦିଆ ବ୍ୟକ୍ତି। ଯାହା ମନକୁ ଆସେ ତତ୍‌କ୍ଷଣାତ୍‌ ନିଷ୍ପତ୍ତି ନେଇଥାଆନ୍ତି। ସମସ୍ତଙ୍କ ମନେଥିବ ଟ୍ରମ୍ପ୍‌ କ୍ଷମତାକୁ ଆସିବା ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ବାରମ୍ବାର ପ୍ରସ୍ତାବ ଦେଇଛନ୍ତି। କଶ୍ମୀର ସମସ୍ୟା ଉପରେ ତାଙ୍କ ପ୍ରଶାସନର ନଜର ରହିଛି ବୋଲି କହିଛନ୍ତି। ଭାରତରେ ଦେଖାଦେଇଥିବା ଧର୍ମୀୟ ଅସହିଷ୍ଣୁତା ବିଷୟରେ ମଧ୍ୟ ଆମେରିକାର କେତେକ ସଙ୍ଗଠନ ଅତୀତରେ ଟିପ୍ପଣୀ ଦେଇଥିଲେ। ଏହି ପ୍ରଚ୍ଛଦପଟରେ ମୋଦିଙ୍କ ଉପସ୍ଥିତିରେ ଗୁଜରାଟରେ ଛିଡ଼ା ହୋଇ ଟ୍ରମ୍ପ୍‌ ଦେଇଥିବା ପାକିସ୍ତାନ ସପକ୍ଷ ମତ ଭାରତକୁ ଅଡୁଆରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri