Categories: ଖେଳ

ଭାରତୀୟ ଭିନ୍ନକ୍ଷମ ଦଳକୁ ବିସିସିଆଇ ପୁରସ୍କାର

ମୁମ୍ବାଇ,୫।୩ (ପି.ଟି.)- ଭାରତୀୟ ଭିନ୍ନକ୍ଷମ ଦଳକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁରସ୍କୃତ କରିଛି। ଗତବର୍ଷ ଓ୍ବାଲର୍‌ଡ ସିରିଜ ଜିତିଥିବାର ଏହି ଦଳକୁ ବୋର୍ଡ ୬୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛି। ଅଧିନାୟକ ବିକ୍ରାନ୍ତ କେନିଙ୍କୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଚେକ୍‌ ପ୍ରଦାନ କରିଛନ୍ତି। ପ୍ରଶାସକ କମିଟି ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଥିଲା। ଏହି ଅବସରରେ ଅଲ ଇଣ୍ଡିଆ କ୍ରିକେଟ ଆସୋସିଏଶନ ଫର ଫିଜିକାଲି ଚ୍ୟାଲେଞ୍ଜ୍‌ଡର ବରିଷ୍ଠ ଅଧିକାରୀ ଓ ଟିମ୍‌ ସଦସ୍ୟ ଗୁରୁଦା ରାଉତ ଉପସ୍ଥିତ ଥିଲେ। ଗତବର୍ଷ ଅଗଷ୍ଟରେ ଇଂଲଣ୍ଡକୁ ୩୬ ରନରେ ପରାସ୍ତ କରି ଭାରତୀୟ ଦଳ ଟି୨୦ ଫିଜିକାଲି ଡିସାବିଲିଟି ଓ୍ବାଲର୍‌ଡ କ୍ରିକେଟ ସିରିଜ ଟାଇଟଲ ହାସଲ କରିଥିଲା।

Share