Categories: ଖେଳ

ଭାରତୀୟ ପରମ୍ପରାରେ ନିର୍ବନ୍ଧ କଲେ ମ୍ୟାକ୍ସଓ୍ବେଲ

ମେଲବୋର୍ନ,୧୬।୩- ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଭାରତୀୟ ବଂଶଦ୍ଭୋବ ମହିଳା ବାନ୍ଧବୀ ବିନି ରମଣଙ୍କ ସହ ଭାରତୀୟ ପରମ୍ପରାରେ ନିର୍ବନ୍ଧ କରିଛନ୍ତି। ଦୁହିଙ୍କ ନିର୍ବନ୍ଧ ବେଳର କିଛି ଫଟୋ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି। ଫଟୋରେ ଦୁହେଁ ଭାରତୀୟ ପାରମ୍ପରିକ ପୋଷାକ ପରିଧାନ କରିଥିବା ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଟ୍ରାଉଜର ସହ ପଞ୍ଜବୀ ପିନ୍ଧିଥିବବେଳେ ବିନି ଗାଉନ ପିନ୍ଧିଛନ୍ତି। ଗତ ରାତିରେ ଭାରତୀୟ ପାରମ୍ପରିକ ରୀତିନୀତିରେ ଆମ ନିର୍ବନ୍ଧ ହୋଇଯାଇଛି। ଏହା ଆମ ବିବାହର ଟ୍ରିଜର ମାତ୍ର। ନିର୍ବନ୍ଧ ଅବସରରେ ଉପସ୍ଥିତ ଥିବା ଦୁହିଙ୍କ ପରିବାରବର୍ଗ ଓ ଆମ ବନ୍ଧୁଙ୍କୁ ଧନ୍ୟବାଦ ବୋଲି ବିନି କ୍ୟାପଶନରେ ଲେଖିଛନ୍ତି। ମେଲବୋର୍ନରେ ବାସ କରୁଥିବା ବିନି ଜଣେ ଫାର୍ମାସିଷ୍ଟ। ସେ ଦୀର୍ଘଦିନ ହେଲା ମ୍ୟାକ୍ସଓ୍ବେଲଙ୍କୁ ଡେଟ କରୁଥିଲେ। ଉଭୟଙ୍କୁ ଗତବର୍ଷ ଅନୁଷ୍ଠିତ ଅଷ୍ଟ୍ରେଲିଆନ କ୍ରିକେଟ ଆଓ୍ବାଡର୍‌ସବେଳେ ଏକାଠି ଦେଖିବାକୁ ମିଳିଥିଲା।

Share