Categories: ଖେଳ

ଭାରତୀୟ ଦଳ ସହ ପପ୍‌ ସେନସେସନ ପେରୀଙ୍କ ସାକ୍ଷାତ

ମେଲବୋର୍ନ,୮।୩- ଫାଇନାଲ ମ୍ୟାଚ୍‌ର ଅବ୍ୟବହିତ ପୂର୍ବରୁ ଜଣାଶୁଣା ମହିଳା ପପ୍‌ ସିଙ୍ଗର କେଟି ପେରୀ ଉଭୟ ଅଷ୍ଟ୍ରେଲିଆ ଓ ଭାରତୀୟ ଦଳର ସଦସ୍ୟମାନଙ୍କୁ ଭେଟିଛନ୍ତି। ପ୍ରଥମ ସନ୍ତାନର ଜନନୀ ହେବାକୁ ଯାଉଥିବା ପେରୀ ଓ ତାଙ୍କ ସ୍ବାମୀ ତଥା ହଲିଉଡ ଅଭିନେତା ଓର୍ଲାଣ୍ଡୋ ବ୍ଲୁମ୍‌ ଫାଇନାଲ ପୂର୍ବରୁ ବିଶ୍ୱକପ୍‌ର ଉଦ୍‌ଯାପନୀ ଉତ୍ସବରେ ଦୁଇଟି ଗୀତ ଗାଇବେ। ବିଶ୍ୱ ମହିଳା ଦିବସରେ ଏହି ମ୍ୟାଚ୍‌ ଆୟୋଜନ ହେବାକୁ ଯାଉଥିବାରୁ ପୂରା ଷ୍ଟାଡିୟମ ମହିଳା କେନ୍ଦ୍ରୀକ ହେବ ବୋଲି ପେରୀ ଆଶା ପ୍ରକାଶ କରିଛନ୍ତି। ଗର୍ଭଧାରଣ କରିବା ସତ୍ତ୍ୱେ ସଙ୍ଗୀତ ପରିବେଷଣ କରିବାକୁ ଯାଉଛି। ଏହି ମେଗା ଇଭେଣ୍ଟରେ ସବୁ ବୟସବର୍ଗର ଲୋକ ଓ ବିଶ୍ୱର କୋଣ ଅନୁକୋଣରୁ ଦର୍ଶକ ଉପସ୍ଥିତ ରହିବେ। ଉଦ୍‌ଯାପନୀ ଉତ୍ସବରେ ଜବରଦସ୍ତ ସଙ୍ଗୀତ ନୃତ୍ୟ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି।

Share