Categories: ଖେଳ

ଭାରତୀୟ କମ୍ପାଉଣ୍ଡ ତୀରନ୍ଦାଜ ଦଳକୁ ବ୍ରୋଞ୍ଜ

ଆଣ୍ଟାଲ୍ୟା(ତୁର୍କୀ),୨୫।୫(ପିଟି)- ଏଠାରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପ୍‌ ୩ୟ ରାଉଣ୍ଡରେ ଭାରତୀୟ କମ୍ପାଉଣ୍ଡ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ରଜତ ଚୌହ୍ବାନ, ଅଭିଷେକ ବର୍ମା ଓ ଅମଦ ସଇନିଙ୍କୁ ନେଇ ଗଠିତ ଭାରତୀୟ ଦଳ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଭାରତ ଅପେକ୍ଷାକୃତ ଉନ୍ନତ ସିଡ୍‌ ରଷିଆନ ଦଳକୁ ୨୩୫-୨୩୦ ପଏଣ୍ଟରେ ହରାଇ ଦେଇଛି। ଅନ୍ୟପକ୍ଷରେ ଜ୍ୟୋତି ସୁରେଖା ଭେନମ, ମୁସ୍କାନ କିରାର ଓ ସ୍ବାତି ଦୁଧ୍‌ଓ୍ବାଲାଙ୍କୁ ନେଇ ଗଠିତ ଭାରତୀୟ ମହିଳା ଦଳ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚତ୍ତ ହୋଇଛି। ମହିଳା ଦଳ ୨୨୬-୨୨୮ ବ୍ୟବଧାନରେ ଗ୍ରେଟ ବ୍ରିଟେନଠାରୁ ପରାସ୍ତ ହୋଇଛି। ଭାରତୀୟ ତୀରନ୍ଦାଜ ରିକର୍ଭ ଇଭେଣ୍ଟ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହି ଇଭେଣ୍ଟ ହେଉଛି ନେଦରଲାଣ୍ଡରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ ପୂର୍ବରୁ ଅନ୍ତିମ ଅନ୍ତର୍ଜାତୀୟ ଇଭେଣ୍ଟ।

Share