ଭାରତୀୟତା ଓ ଓଡ଼ିଶା

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ

ମୁଁ  ରୁର୍କୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟର ଏକ ଘଟଣା। ଆମ ଇଞ୍ଜିନିୟରିଂ ବିଭାଗର ସ୍ନାତକୋତ୍ତର ଶ୍ରେଣୀରେ ସିଟ୍‌ ଥାଏ ୧୫ଟି। ଆମେ ଯେଉଁ ୧୫ ଜଣ ଛାତ୍ର ଅଧ୍ୟୟନ ପାଇଁ ବଛାଯାଇଥିଲୁ, ସମସ୍ତେ ୮ଟି ରାଜ୍ୟରୁ ଆସିଥିଲୁ। ରାଜ୍ୟଗୁଡ଼ିକ ଥିଲା- କେରଳ, ତାମିଲନାଡୁ, ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଞ୍ଜାବ ଓ ଉତ୍ତରପ୍ରଦେଶ। ପ୍ରଥମ ପରିଚୟ କ୍ଲାସ୍‌ରେ ପ୍ରଫେସର ଜାଣିବାକୁ ଚାହିଁଥିଲେ ବିଭିନ୍ନ ରାଜ୍ୟ ବିଷୟରେ। ବିଭିନ୍ନ ରାଜ୍ୟର ପର୍ଯ୍ୟଟନସ୍ଥଳ, ପର୍ବପର୍ବାଣି, ଭାଷା, ସଂସ୍କୃତି ଇତ୍ୟାଦି ବିଷୟରେ ଛାତ୍ରମାନଙ୍କୁ ପଚାରି ବୁଝୁଥିବା ସ୍ଥଳେ ପ୍ରଫେସର ମୋଠାରୁ ଜାଣିବାକୁ ଚାହିଁଥିଲେ, ଓଡ଼ିଶା ଲୋକଙ୍କ ମିଲ୍‌ ବା ଭୋଜନ, ଟିଫିନ୍‌ ବା ଜଳଖିଆ, ସୁଇଟ୍ସ ବା ମିଠା ଓ ଚା କଫି ପାନୀୟ ବିଷୟରେ। ତାଙ୍କ ପ୍ରତି ପ୍ରଶ୍ନର ଉତ୍ତର ମୁଁ ନିମ୍ନମତେ ଦେଇଥିଲି।
ଓଡ଼ିଶାର ଅଧିକାଂଶ ଲୋକ ଉଷୁନା ଭାତ ଖାଆନ୍ତି ଓ କମ୍‌ ଲୋକ ଅରୁଆ ଖାଆନ୍ତି। ଭାତ ସହ ଡାଲି ବା ଡାଲମା ବା ସମ୍ବର ଖାଆନ୍ତି। କେହି କେହି କାଞ୍ଜି ଖାଆନ୍ତି। ଗୋଟି ଗୋଟିକିଆ ପରିବା ଭଜା ଯଥା ଆଳୁ, ବାଇଗଣ, କଦଳୀ, ଭେଣ୍ଡି, ଶିମ୍ବ, ବିନ୍‌, କୋବି ଖାଆନ୍ତି। ବିଭିନ୍ନ ପରିବାମିଶା ଘାଣ୍ଟ ପ୍ରାୟତଃ ଅଧିକାଂଶ ଖାଆନ୍ତି। ରାଜ୍ୟରେ ଶାକାହାରୀ ଓ ଆମିଷାହାରୀ ଉଭୟ ଅଛନ୍ତି। ସୋରିଷ ଓ ବାଦାମ ତେଲ ମୁଖ୍ୟତଃ ରୋଷେଇରେ ବ୍ୟବହାର କରାଯାଏ। ଉପକୂଳ ଅଞ୍ଚଳରେ ପ୍ରଚୁର ନଡ଼ିଆ ମିଳୁଥିଲେ ବି ନଡ଼ିଆ ତେଲକୁ କେହି ଖାଇବାରେ ବ୍ୟବହାର କରନ୍ତି ନାହିଁ। ଏହାକୁ ମୁଣ୍ଡ ଓ ଦେହରେ ଲଗାନ୍ତି। ଜଳଖିଆରେ ମୁଢ଼ି, ଚୁଡ଼ା, ଖଇ ସାଙ୍ଗକୁ ବିଭିନ୍ନ ପ୍ରକାର ପିଠା ଖାଆନ୍ତି। କିଛି ଲୋକ ବରା, ସିଙ୍ଗଡା, କଚୋଡି ଓ ଆଉ କିଛି ଲୋକ ଇଡ୍‌ଲି, ଦୋସା, ସମ୍ବର ଖାଆନ୍ତି। ରସଗୋଲା, ଲଡୁ, ଜିଲାପି, ପେଡା, ସନ୍ଦେଶ, କାକରା, ଆରିସା ପରି ଅନେକ ପ୍ରକାର ମିଠା ବଜାରରେ ମିଳେ। ଅଧିକାଂଶ ଲୋକ ଚା ପିଉଥିବା ବେଳେ କମ୍‌ ଲୋକ କଫି ପିଅନ୍ତି।
ପ୍ରଫେସର କ୍ଲାସ୍‌ରୁ ଗଲା ପରେ ସମସ୍ତ ଛାତ୍ରଙ୍କ ମଧ୍ୟରେ ଆଲୋଚନା ହେଲା। ଜଣାଗଲା- ପ୍ରଫେସର ଜାଣିବାକୁ ଚାହୁଁଥିଲେ ଓଡ଼ିଶା ଲୋକଙ୍କ ଖାଦ୍ୟପେୟ ଦକ୍ଷିଣ ନା ଉତ୍ତର ଭାରତୀୟଙ୍କ ପରି। ମୁଁ ଯେତିକି କହିଲି ସେଥିରୁ ସମସ୍ତେ ଅନୁମାନ କଲେ ଯେ, ଦକ୍ଷିଣ ଭାରତୀୟ ଓ ଉତ୍ତର ଭାରତୀୟଙ୍କ ମିଳନ ସ୍ଥଳ ଓଡ଼ିଶା।
ପୁରାଣ ଓ ଇତିହାସରେ କୁହାଯାଇଛି, ଭାରତର ଉତ୍ତରରେ ଆର୍ଯ୍ୟ ଓ ଦକ୍ଷିଣରେ ଦ୍ରାବିଡ଼ ସମାଜ ଗଢ଼ିଉଠିଥିଲା। ଓଡ଼ିଶା ସମେତ ଉତ୍ତରକୁ ଥିବା ରାଜ୍ୟର ଲୋକେ ଆର୍ଯ୍ୟଙ୍କ ଉତ୍ତରପିଢ଼ି ବା ବଂଶଧର ଓ ଓଡ଼ିଶାର ଦକ୍ଷିଣକୁ ଥିବା ରାଜ୍ୟର ଲୋକେ ଦ୍ରାବିଡ଼ଙ୍କ ବଂଶଧର। ଆର୍ଯ୍ୟଙ୍କ ବଂଶଧରମାନେ ଗୌରବର୍ଣ୍ଣ ଓ ଶାବନା ହୋଇଥିଲା ବେଳେ ଦ୍ରାବିଡଙ୍କ ବଂଶଧର ଶାବନା ଓ କଳା। ଏ ଦକ୍ଷିଣାଞ୍ଚଳ ଓ ଉତ୍ତରାଞ୍ଚଳ ଲୋକଙ୍କ ଖାଦ୍ୟପେୟ, କଥିତ ଭାଷା, କଥୋପକଥନ ଶୈଳୀ, ଦେବଦେବୀ ଆରାଧନା, ପରିଧାନ ଇତ୍ୟାଦିରେ ଫରକ ବାରି ହୋଇପଡେ। ଓଡ଼ିଶାର ଦକ୍ଷିଣରେ ଥିବା ତେଲୁଗୁ, ତାମିଲ ଓ ଉତ୍ତରରେ ଥିବା ବଙ୍ଗାଳୀ, ଆସାମୀଙ୍କ ସହ ତୁଳନା କଲେ ଏ ଫରକ ବେଶ୍‌ ବୁଝାଯାଏ।
ଦକ୍ଷିଣ ଭାରତର ଲୋକେ ଭୋଜନରେ ଅରୁଆ ଅନ୍ନ, ସମ୍ବର, ରସମ୍‌ ମୋଅର (ଚହ୍ଲା) ଓ ଗୋଟି ଗୋଟିକିଆ ଭଜା ଖାଉଥିବା ବେଳେ ଉତ୍ତର ଭାରତରେ ଉଷୁନା ଭାତ, ବିଭିନ୍ନ ଡାଲି ସାଙ୍ଗକୁ ପରିବା ଘାଣ୍ଟ ଖାଆନ୍ତି। ଅବଶ୍ୟ କମ୍‌ ଲୋକ ଗୋଟି ଗୋଟିକିଆ ପରିବା ଭଜା ଖାଆନ୍ତି। ଦକ୍ଷିଣ ଭାରତରେ ଜଳଖିଆ ମୁଖ୍ୟତଃ ଇଡ୍‌ଲି, ଦୋସା, ବରା, ସମ୍ବର, ହାଲଓ୍ବା, ମହୀଶୂର ପାଶ୍‌, ସନ୍ଦେଶ ହୋଇଥିଲା ବେଳେ ଉତ୍ତର ଭାରତରେ ସିଙ୍ଗଡା, ବରା, ଉପମା, ପୁରି, କଚୋଡି ସାଙ୍ଗକୁ ହରଡ଼ ଡାଲି ଖାଆନ୍ତି। ମିଠା ଭାବେ ଲଡୁ, ରସଗୋଲା, ଗୋଲାପଜାମୁ, ସନ୍ଦେଶ ବହୁଳ ଭାବେ ବିକ୍ରି କରାଯାଏ। ଦକ୍ଷିଣ ଭାରତରେ ନଡ଼ିଆ ଓ ରାଶି ତେଲ ରୋଷେଇରେ ବ୍ୟବହାର କରାଯାଉଥିଲା ବେଳେ ଉତ୍ତର ଭାରତରେ ସୋରିଷ ଓ ରିଫାଇନ୍‌ ତେଲ ବ୍ୟବହାର କରାଯାଏ। ଦକ୍ଷିଣ ଭାରତରେ କଫିର ବହୁଳ ବ୍ୟବହାର ସ୍ଥଳେ ଉତ୍ତର ଭାରତରେ ଚା’ର ବହୁଳ ବ୍ୟବହାର ହୁଏ। ଉତ୍ତର ଭାରତରେ ସମସ୍ତେ ଅଳ୍ପ ବହୁତେ ହିନ୍ଦୀ ଭାଷା ବୁଝିପାରୁଥିବା ସ୍ଥଳେ ଦକ୍ଷିଣରେ ଅନେକ ଲୋକ ହିନ୍ଦୀ ବୁଝିପାରନ୍ତି ନାହିଁ। ଦୁଇଜଣ ତେଲୁଗୁ ଲୋକ ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତା ହେଉଥିଲେ ମଧ୍ୟ ଅଣତେଲୁଗୁ ଲୋକ ତାହା ଶୁଣି ଭାବିବ ଯେ, ଉଭୟେ କଳି କରୁଛନ୍ତି। ଦୁଇଜଣ ବଙ୍ଗାଳୀ କଳି କରୁଥିଲେ ମଧ୍ୟ ଜଣେ ଅଣବଙ୍ଗାଳି ଲୋକ ଶୁଣି ଭାବିବ ଯେ ସେ ଦୁହେଁ ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତା ହେଉଛନ୍ତି। ଦକ୍ଷିଣ ଭାରତରେ ଦେବ (ଶିବ, ଗଣେଶ, ତିରୁପତି ପ୍ରଭୃତି)ଙ୍କୁ ବହୁଳ ଭାବେ ଆରାଧନା କରୁଥିତ୍ବା ବେଳେ ଉତ୍ତର ଭାରତରେ ଦେବୀ (ଦୁର୍ଗା, ଲକ୍ଷ୍ମୀ, ସରସ୍ବତୀ, କାଳୀ, ଚଣ୍ଡୀ)ଙ୍କ ପୂଜା ବହୁଳଭାବେ କରାଯାଏ। ଦକ୍ଷିଣ ଭାରତରେ ଗଣେଶ ପୂଜା ଧୁମ୍‌ଧାମ୍‌ରେ ପାଳିତ ହେଉଥିବା ବେଳେ ସରସ୍ବତୀ ପୂଜା କ୍ୱଚିତ୍‌ ଦେଖିବାକୁ ମିଳେ। ଉତ୍ତର ଭାରତରେ ସରସ୍ବତୀ ପୂଜା ଓ ଗଣେଶ ପୂଜା ଉଭୟ କରାଯାଏ। ତାମିଲମାନେ ଲୁଗାକୁ ଲୁଙ୍ଗିପରି ପିନ୍ଧି ହାଟ ବଜାର, ସଭାସମିତି ଓ ସ୍କୁଲକଲେଜକୁ ଯାଆନ୍ତି। ଓଡ଼ିଶା ସମେତ ବଙ୍ଗଳାର ଲୋକମାନେ ବାହାରକୁ ବାହାରିଲେ ଧୋତିକୁ କଛା ମାରି ପିନ୍ଧନ୍ତି। ଦାକ୍ଷିଣାତ୍ୟରେ ଶୀତଦିନେ ତାପମାତ୍ରା ୨୦ ଡିଗ୍ରୀ ସେଲ୍‌ସିୟସ୍‌କୁ ଖସୁଥିବା ବେଳେ ଉତ୍ତର ଭାରତରେ ଶୀତଦିନେ ତାପମାତ୍ରା ଖସି ବରଫ ପଡ଼େ। ଦକ୍ଷିଣାଞ୍ଚଳରେ ଖରାଦିନେ ଜଳାଭାବ ଉତ୍କଟ ଆକାର ଧାରଣ କରେ। ଲୋକମାନେ ସ୍ବଳ୍ପଜଳରେ ଚଳିବାରେ ଅଭ୍ୟସ୍ତ। ଉତ୍ତରାଞ୍ଚଳର ଲୋକମାନେ ଜଳର ପ୍ରାଚୁର୍ଯ୍ୟ ମଧ୍ୟରେ ଥାଇ ଜଳର ଅପଚୟ କରନ୍ତି।
ନଈକେ ବାଙ୍କ୍‌, ଦେଶ୍‌କେ ଫାଙ୍କ୍‌ ପରି ଭାରତରେ ଅନେକ ଜାତି, ଧର୍ମ, ବର୍ଣ୍ଣ, ଭାଷାଭାଷୀ ଲୋକ ଥିଲେ ମଧ୍ୟ ସମସ୍ତେ ଏକତ୍ର ବାନ୍ଧି ହୋଇଥାନ୍ତି ଗୋଟିଏ ତ୍ରିରଙ୍ଗା ପତାକା ତଳେ। ସମସ୍ତେ ନିଜକୁ ଭାରତୀୟ ପରିଚୟ ଦେଇ ଗର୍ବ ଅନୁଭବ କରନ୍ତି।
ମୋ-୭୦୦୮୮୪୬୨୭୨


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri