ଭାରତର ମନ୍ଥର ଅଭିବୃଦ୍ଧି ଚିନ୍ତାଜନକ: ନୋବେଲ ବିଜେତା ଅଭିଜିତ ବାନାର୍ଜୀ

ନୂଆଦିଲ୍ଲୀ,୧୫-୧୦: ଭାରତରେ ବର୍ତ୍ତମାନ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାକୁ ନେଇ ଅର୍ଥନୀତିଜ୍ଞ ମାନେ ଚିନ୍ତା ପ୍ରକଟ କରୁଛନ୍ତି। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ନିକଟରେ ଏହି ପ୍ରସଙ୍ଗକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଦେଶର ଜିଡ଼ିପି ଅଭିବୃଦ୍ଧିରେ ମନ୍ଥରତା ଅତ୍ୟନ୍ତ ଚିନ୍ତାଜନକ ପ୍ରସଙ୍ଗ ବୋଲି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି।
ସେ କହିଛନ୍ତି ଯେ, ଭାରତର ଅର୍ଥନୀତି ବର୍ତ୍ତମାନ ଅସ୍ଥିର ସ୍ଥିତିରେ ଥିବାରୁ ସରକାର ବିଭିନ୍ନ ନୀତି ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ଉପଲବ୍ଧ ଥିବା ଡାଟା ମୁତାବକ ଦେଶର ଅର୍ଥ ବ୍ୟବସ୍ଥା ଶୀଘ୍ର ଉନ୍ନତ ସ୍ଥିତିକୁ ଫେରିବ ବୋଲି ପ୍ରତିଶ୍ରୁତି ଦେଇ ହେବ ନାହିଁ। ଗତ ୬ ବର୍ଷରେ ଅନ୍ତତଃ ପକ୍ଷେ କିଛି ଅଭିବୃଦ୍ଧି ସାଧିତ ହୋଇଥିବା ଦେଖାଯାଇଥିଲା। ମାତ୍ର ବର୍ତ୍ତମାନର ସ୍ଥିତି ସମ୍ପୂର୍ଣ୍ଣ ଅଲଗା ହୋଇପଡିଛି। ସରକାର ଏମିତି ନୀତି ଆଣିବା ଆବଶ୍ୟକ ଯାହା ପ୍ରକୃତରେ କାମ କରିବ। କିଛି ନୀତି କାମ ଦେବ ବୋଲି ସେ କଥା କଳ୍ପନା କରିବା ଏବଂ ଏହାର ବାସ୍ତବତା ଦୁଇଟି ଭିନ୍ନ ପ୍ରସଙ୍ଗ। ବିଶ୍ୱ ସ୍ତରରେ ଦାରିଦ୍ର୍ୟ ବିରୋଧରେ ଲଢେଇ ପାଇଁ ନିଜର ଯୋଗଦାନ ଲାଗି ବାନାର୍ଜୀ ସୋମବାର ୨୦୧୯ର ଅର୍ଥନୀତି ନୋବେଲ ଲାଭ କରିଛନ୍ତି। ବିଭିନ୍ନ ଦିଗକୁ ବିଚାର କରି ଭାରତ ସରକାର ସତର୍କତା ଅବଲମ୍ବନ କରନ୍ତୁ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଭାରତରେ ରାଜନୈତିକ ଉଦ୍ଦେଶ୍ୟ ଜଡିିତ ଥିବାରୁ କୌଣସି ନୀତି ଘୋଷଣା ବେଳେ ଅନେକ ଆଗ୍ରହ ଦେଖାଯାଇଥାଏ। ନୀତି ଘୋଷଣା କରିବା ପରେ ଏହା ସାଧାରଣତଃ ଭଲ ବୋଲି ବିଚାର କରାଯାଏ। କୌଣସି ନୀତି ଆସିବାକୁ ଥିଲେ ଏହା ଠିକ୍‌ ଭାବେ କାମ କରିବ କି ନାହିଁ ତାର ସତର୍କତା ସହ ତର୍ଜମା ହେବାର ଆବଶ୍ୟକତା ରହିଛି। ଏହା ପରେ ଯାଇ ଏହାକୁ ଲାଗୁ କରାଯିବ କି ନାହିଁ ବିଚାର କରାଯିବା ଆବଶ୍ୟକ। ମାତ୍ର ବର୍ତ୍ତମାନ ଏହା ହେଉ ନାହିଁ। ପ୍ରକୃତ ପକ୍ଷେ କଣ ହୋଇଛି ତାକୁ ଦେଖାଯାଉ ନାହିଁ। ଦେଶର ନୀତି ନିର୍ଦ୍ଧାରକମାନେ ଏଭଳି ପ୍ରସଙ୍ଗକୁ ଆଂଶିକ ଭାବେ ଦେଖୁଛନ୍ତି। ଜିଏସ୍‌ଟି ଠିକ୍‌ ଭାବେ ଲାଗୁ ହୋଇ ଥିବା ପ୍ରସଙ୍ଗକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନିକଟରେ କହିଥିଲେ ଯେ, ଏହା ଅସୁବିଧା ସୃଷ୍ଟି କରିଥିଲେ ମଧ୍ୟ ଦେଶର ଆଇନ ହୋଇ ସାରିଛି। ଅର୍ଥମନ୍ତ୍ରୀଙ୍କ ଏହି ବିବୃତ୍ତି ପରେ ବାନାର୍ଜି ନିଜର ମତ ରଖିଥିବା ଜଣାପଡ଼ିଛି।
୨୦୧୭ରେ ସରକାରଙ୍କ ବିମୁଦ୍ରୀକରଣ ପଦକ୍ଷେପକୁ ନେଇ ମଧ୍ୟ ବାନାର୍ଜୀ ନିଜର ପ୍ରତିକ୍ରିୟା ରଖିଥିଲେ। ଭାରତରେ ବିମୁଦ୍ରୀକରଣ ଲାଗୁ ପଛର ଯୁକ୍ତିକୁ ସେ ବୁଝି ପାରୁ ନ ଥିବା କହିଥିଲେ। ୫୮ ବର୍ଷୀୟ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏହି ଆଲୁମିନି ଉପା ସରକାରଙ୍କ ସମୟରେ ଲାଗୁ ହୋଇଥିବା ଜାତୀୟ ଗ୍ରାମୀଣ ନିଶ୍ଚତ କର୍ମନିଯୁକ୍ତି ଯୋଜନା(ଏନ୍‌ଆର୍‌ଇଜିଏ)କୁ ପ୍ରଶଂସା କରିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ପିଏମ୍‌ କିଷାନ ଯୋଜନାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ୨୦୧୪ ପରଠାରୁ ଗ୍ରାମୀଣ ଆୟରେ ଅନେକ ମାତ୍ରାରେ ହ୍ରାସ ଘଟିଥିବା ସେ ମତ ରଖିଛନ୍ତି। ରିୟଲ ଇଷ୍ଟେଟ ଭଳି କ୍ଷେତ୍ରଗୁଡିକରେ ଅଣକୁଶଳି ନିଯୁକ୍ତି ବେଶି ହେଉଥିବାରୁ ନିର୍ମାଣ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖା ଦେଲେ ଗ୍ରାମୀଣ ଆୟ ମଧ୍ୟ ପ୍ରଭାବିତ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ନିକଟରେ ସେ କେତେକ ପରାମର୍ଶ ଦେଇଥିଲେ। ନିଯୁକ୍ତି ସୃଷ୍ଟି ଯୋଜନା ଏବଂ ବେତନ ବୃଦ୍ଧି ଦ୍ୱାରା ଲୋକଙ୍କ ନିକଟକୁ ଅର୍ଥ ପ୍ରଦାନ, କୃଷକଙ୍କ ଆୟ ବୃଦ୍ଧି ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri