ପାଇକାରୀ ମୁଦ୍ରାସ୍ଫୀତି ୦.୩୩%

ନୂଆଦିଲ୍ଲୀ,୧୫-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ପାଇକାରି ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି(ଡବ୍ଲ୍ୟୁପିଆଇ) ୦.୩୩% ସ୍ତରରେ ରହିଛି। ଏହା ଅଗଷ୍ଟରେ ୧.୦୮% ରହିଥିବା ସୋମବାର ସରକାରୀ ଡାଟାରୁ ଜଣାପଡିଛି। ଗତ ବର୍ଷ ସମାନ ସମୟରେ ଏହା ୫.୨୨% ରହିଥିଲା। ୩ ବର୍ଷରେ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ ସ୍ଥିତିକୁ ଯାଉଥିବା ଦେଖାଯାଇଛି। ସାଧାରଣତଃ ଦରଦାମ କମିବା ଯୋଗୁ ଉପଭୋକ୍ତା ଖୁସି ହୁଅନ୍ତି। ଯଦି କୌଣସି ସ୍ଥିତିରେ ମୁଦ୍ରାସ୍ଫୀତି ଶୂନର ନିକଟବର୍ତ୍ତୀ ହୁଏ କିମ୍ବା ନକାରାତ୍ମକ ରହେ ତେବେ ଏହା ଚିନ୍ତାଜନକ ହୋଇଥାଏ। ମୁଦ୍ରାସ୍ଫୀତି ଅଧିକ ଖସିବାର ଅର୍ଥ ହେଲା ଅର୍ଥ ବ୍ୟବସ୍ଥାରେ କିଛି ସମସ୍ୟା ରହିଛି। ଯୋଗାଣ ତୁଳନାରେ ଚାହିଦା କମ୍‌ ହେଲେ ଏଭଳି ସ୍ଥିତି ଉପୁଜିଥାଏ। ଏହି ସମୟରେ କମ୍ପାନୀଗୁଡିକର ପ୍ରାଇସିଂ କ୍ଷମତା କମ୍‌ ହୋଇଯାଇଥାଏ। ଖାଦ୍ୟ ସାମଗ୍ରୀ ଉପରେ ମୂଲ୍ୟ ବୃଦ୍ଧି ୭.୪୭% ରହିଛି। ଅଣ ଖାଦ୍ୟସାମଗ୍ରୀ ଏହା ୨.୧୮% ରହିଥିବା ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟତମ ଡାଟାରେ ପ୍ରକାଶ ପାଇଛି। ଚଳିତ ଆର୍ଥତ୍କ ବର୍ଷର ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ୧.୧୭% ରହିଛି। ପୂର୍ବ ଆର୍ଥତ୍କ ବର୍ଷ ସମାନ ସମୟ ତୁଳନାରେ ଏହା ୩.୯୬% ରହିଥିଲା। ମାନୁଫାକଚରିଂ ପ୍ରଡକ୍ଟ ଇଣ୍ଡେକ୍ସ ୦.୧% ବୃଦ୍ଧି ଘଟି ୧୧୭.୯% ରହିଛି। ଏହା ଚଳିତ ବର୍ଷ ଅଗଷ୍ଟରେ ୧୧୭.୮% ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri