Posted inଜାତୀୟ

ଭାରତରେ ଯାହା ଚାଲିଛି, ଠିକ୍‌ ନୁହେଁ

ନୂଆଦିଲ୍ଲୀ,୧୫-୧:ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶରେ ବିବାଦ ତେଜିବାରେ ଲାଗିଥିବାବେଳେ ଏହି ନବପ୍ରଣୀତ ବ୍ୟବସ୍ଥାକୁ ନେଇ ବିଦେଶରୁ ମଧ୍ୟ ପ୍ରତିକ୍ରିୟା ଆସିବାରେ ଲାଗିଛି। ଏହି କ୍ରମରେ ମାଇକ୍ରୋସଫ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସତ୍ୟ ନାଡେଲାଙ୍କ ସିଏଏ ବିରୋଧୀ ମନ୍ତବ୍ୟ ଝଡ଼ ସୃଷ୍ଟି କରିଛି। ଭାରତରେ ଯାହା ଚାଲିଛି ତାହା ଠିକ୍‌ ନୁହେଁ। ଭାରତରେ ଜଣେ ପ୍ରବାସୀ ବାଂଲାଦେଶୀ ୟୁନିକର୍ନ ପ୍ରତିଷ୍ଠା କରିଲେ କିମ୍ବା ଇନ୍‌ଫୋସିସ୍‌ର ସିଇଓ ହେଲେ ସେ ଖୁସି ହେବେ ବୋଲି ନାଡେଲା କହିଛନ୍ତି। ନାଡେଲାଙ୍କୁ ପ୍ରଖ୍ୟାତ ଐତିହାସିକ ରାମଚନ୍ଦ୍ର ଗୁହାଙ୍କଠାରୁ ନେଇ ଅନେକ ବିଶିଷ୍ଟ ବ୍ୟକ୍ତି ସମର୍ଥନ କରିଥିବାବେଳେ  ଭାଜପା ସମାଲୋଚନା କରିଛି। ତେବେ ଏହାକୁ ନେଇ ବିବାଦ ଉଠିବା ପରେ ନାଡେଲା ସଫେଇ ଦେଇଛନ୍ତି। ଇତିମଧ୍ୟରେ ଫେସ୍‌ବୁକ୍‌, ଉବେର ଓ ଆମାଜନରେ କାର୍ଯ୍ୟରତ ତଥା ଭାରତରେ ଜନ୍ମିତ ୧୫୦ରୁ ଊର୍ଦ୍ଧ୍ୱ ପ୍ରଫେଶନାଲ ଖୋଲାଚିଠି ଲେଖିଛନ୍ତି। ଏହାସହ ସେମାନେ ଦେଶବ୍ୟାପୀ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ କରାଇବା ନେଇ କେନ୍ଦ୍ରର ଯୋଜନାକୁ ସମାଲୋଚନା କରିଛନ୍ତି। ସିଏଏ ଏବଂ ଏନ୍‌ଆର୍‌ସିକୁ ଏହି କର୍ମଚାରୀମାନେ ‘ଫାସିବାଦୀ’ ବୋଲି ଅଭିହିତ କରିଛନ୍ତି।
ପଡ଼ୋଶୀ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରେ ଧାର୍ମୀୟ ଅତ୍ୟାଚାରର ଶିକାର ହୋଇ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଭାରତରେ ଆଶ୍ରୟ ନେଇଥିବା ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ ପାଇଁ କେନ୍ଦ୍ର ସରକାର ସିଏଏ ପ୍ରଣୟନ କରିଛନ୍ତି। ଏହି ଆଇନକୁ ନେଇ ଉତ୍ତର-ପୂର୍ବାଞ୍ଚଳରୁ ନେଇ ବିହାର, ଦକ୍ଷିଣ ଭାରତରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଛି। ସିଏଏ ବିରୋଧୀ ବିକ୍ଷୋଭ ବେଳେ ଗତ ଡିସେମ୍ବର ୪ରୁ ଅଦ୍ୟାବଧି ୩ ନାବାଳକଙ୍କ ସମେତ ୨୮ ଜଣଙ୍କ ମୃତ୍ୟୁ ଘଟିଲାଣି। ଏସବୁକୁ ନେଇ ନୋବେଲ ପୁରସ୍କାର ବିଜେତା ବିଶିଷ୍ଟ ଅର୍ଥନୈତିଜ୍ଞ ଅମର୍ତ୍ତ୍ୟ ସେନ ମଧ୍ୟ କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧ କରିସାରିଛନ୍ତି। ଗତମାସରେ ସିଏଏ ବିରୋଧୀ ବିକ୍ଷୋଭରେ ସାମିଲ ହୋଇଥିବା ଐତିହାସିକ ରାମଚନ୍ଦ୍ର ଗୁହାଙ୍କୁ ବେଙ୍ଗାଲୁରୁରେ ଗିରଫ କରାଯାଇଥିଲା। ଏହି କ୍ରମରେ ଭାରତରେ ଜନ୍ମିତ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ସିଏଏକୁ ନେଇ ସୋମବାର ସ୍ବର ଉଠାଇଥିଲେ। ସେ କହିଥିଲେ, ମୋତେ ଲାଗୁଛି ଭାରତରେ ଯାହା କିଛି ଚାଲିଛି ତାହା ଦୁଃଖଦ। ଏହା ଖରାପ କଥା। ଜଣେ ବାଂଲାଦେଶୀ ଶରଣାର୍ଥୀ ଯେତେବେଳେ ଭାରତକୁ ଆସି ୟୁନିକର୍ନ ପ୍ରତିଷ୍ଠା କରିବେ କିମ୍ବା ଇନ୍‌ଫୋସିସ୍‌ର ପରବର୍ତ୍ତୀ ସିଇଓ ହେବେ ସେତେବେଳେ ମୁଁ ଖୁସି ହେବି ବୋଲି ନାଡେଲା କହିଥିଲେ। ବଜ୍‌ଫିଡ୍‌ ନ୍ୟୁଜ ମୁଖ୍ୟ ସମ୍ପାଦକ ବେନ୍‌ ସ୍ମିଥ୍‌ ନାଡେଲାଙ୍କ ଏହି ମନ୍ତବ୍ୟକୁ ଟୁଇଟ୍‌ କରିଛନ୍ତି। ତାଙ୍କ ମନ୍ତବ୍ୟକୁ ସ୍ବାଗତ କରି ଐତିହାସିକ ଗୁହା କହିଛନ୍ତି, ସତ୍ୟ ନାଡେଲା ସତ କହିଥିବାରୁ ମୁଁ ଖୁସି। ଆଇଟି ସେକ୍ଟରର ଲୋକେ ସିଏଏକୁ ନେଇ ଯାହା ଚିନ୍ତା କରୁଛନ୍ତି ସେମାନେ ସେନେଇ ମୁହଁ ଖୋଲିବାକୁ ସାହସ ମଧ୍ୟ କରୁଛନ୍ତି। ଏହାକୁ ନେଇ ମୁଁ ଖୁସି ବୋଲି ଟୁଇଟ କରିଛନ୍ତି। ନାଡେଲାଙ୍କ ମନ୍ତ୍ୟକୁ ନେଇ ଭାଜପା ଏମ୍‌ପି ମୀନାକ୍ଷୀ ଲେଖି ମଙ୍ଗଳବାର କଡ଼ା ସମାଲୋଚନା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ନେଇ ସାକ୍ଷର ଲୋକେ କିପରି ଶିକ୍ଷିତ ହେବା ଦରକାର ନାଡେଲାଙ୍କ ମନ୍ତବ୍ୟ ଏହାର ଉପଯୁକ୍ତ ଦୃଷ୍ଟାନ୍ତ। ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରେ ନିର୍ଯାତିତ ସଂଖ୍ୟାଲଘୁଙ୍କୁ ନାଗରିକତ୍ୱ ପ୍ରଦାନ ହେଉଛି ସିଏଏର ଉଦ୍ଦେଶ୍ୟ। ସେହିପରି ମାଇକ୍ରୋସଫ୍ଟ ମୁଖ୍ୟାଳୟ ଥିବା ଆମେରିକା କାହିଁକି ୟେଜିଦିଙ୍କ ପରିବର୍ତ୍ତେ ସିରିଆର ମୁସ୍‌ଲିମମାନଙ୍କୁ ଏଭଳି ସୁଯୋଗ ଦେଇପାରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ସେପଟେ ଏହି ପ୍ରସଙ୍ଗକୁ ନେଇ ବିବାଦ ଉଠିବା ପରେ ନାଡେଲା ସ୍ପଷ୍ଟୀକରଣ ଦେଇଛନ୍ତି। ପ୍ରତ୍ୟେକ ଦେଶ ନିଜ ସୀମାକୁ ପରିଭାଷିତ କରି ଜାତୀୟ ନିରାପତ୍ତାକୁ ସୁରକ୍ଷିତ ରଖିପାରିବେ ଏବଂ ଅନୁରୂପ ଭାବେ ଆପ୍ରବାସନ ନୀତି ସ୍ଥିର କରିପାରିବେ।
ବିବିଧ ସଂସ୍କୃତିର ଦେଶ ଭାରତ। ମୁଁ ମୋର ଭାରତୀୟ ଐତିହ୍ୟକୁ ନେଇ ଗଢ଼ା ଏବଂ ଆମେରିକାରେ ପ୍ରବାସୀ ଭାବେ ମୋର ଅଭିଜ୍ଞତା ରହିଛି। ତେଣୁ ଭାରତରେ ଜଣେ ପ୍ରବାସୀ ଏକ ସମୃଦ୍ଧ ଷ୍ଟାଟ୍‌-ଅପ୍‌ ପ୍ରତିଷ୍ଠା କରିପାରନ୍ତୁ କିମ୍ବା ଏକ ବହୁରାଷ୍ଟ୍ରୀୟ କମ୍ପାନୀ ତଥା ଅର୍ଥନୀତିର ନେତୃତ୍ୱ ନେଇପାରନ୍ତୁ। ଏପରି ଆଶା କରୁଛି ବୋଲି ନାଡେଲା ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ

ଜି.ଉଦୟଗିରି,୨୭।୧୨(ଚିନ୍ମୟ କୁମାର ସେଠୀ): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri