ଭାପୁର ବ୍ଲକରେ ଦୁର୍ନୀତିର ତଦନ୍ତ, ଏବିଡିଓଙ୍କ ବଦଳି ଦାବି ଆମରଣ ଅନଶନରେ ବସିଲେ ଜନପ୍ରତିନିଧି

ନୟାଗଡ଼ ଅଫିସ/ଭାପୁର (ଡି.ଏନ୍‌.ଏ.),୪ା୧୨: ନୟାଗଡ଼ ଜିଲା ଭାପୁର ବ୍ଲକରେ ହୋଇଥିବା ବିଭିନ୍ନ ଦୁର୍ନୀତିର ତଦନ୍ତ ଓ ଏବିଡିଓଙ୍କ ବଦଳି ଦାବିରେ ମଙ୍ଗଳବାର ପଞ୍ଚାୟତ ଜନପ୍ରତିନିଧି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୂର୍ବାହ୍ନ ୧୧ଟାରେ ଯୁବନେତା ଜିତେନ୍ଦ୍ର କୁମାର ରଣସିଂଙ୍କ ନେତୃତ୍ୱରେ ଗୋଳାପୋଖରୀ ସମିତିସଭ୍ୟା ସସ୍ମିତା ସାହୁ, ସରପଞ୍ଚ ଲକ୍ଷ୍ମୀଧର ସାମନ୍ତରାୟ, ଚକ୍ରଧର ପ୍ରସାଦ ସମିତିସଭ୍ୟ ପ୍ରଦୀପ ଜେନା, ଭଗବାନପୁର ସମିତିସଭ୍ୟ ବସନ୍ତ କୁମାର ପ୍ରଧାନ, ଭାପୁର ସମିତିସଭ୍ୟା ବିଷ୍ଣୁପ୍ରିୟା ନାୟକଙ୍କ ସମେତ ବିଜେଡିର ୨୧ ଜଣ ସକ୍ରିୟ କର୍ମୀ ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଥିଲେ। ଏମାନଙ୍କୁ ସମର୍ଥନ କରି ଶତାଧିକ ବ୍ୟକ୍ତି ଅନଶନରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।
ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ଭାପୁର ବ୍ଲକରେ ପ୍ରାୟ ବର୍ଷେ ହେଲା ବିଡିଓ ପଦବୀ ଖାଲି ପଡ଼ିଥିବା ବେଳେ ଏବିଡିଓ ଅନ୍ତର୍ଯ୍ୟାମୀ ଦାସ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ଦାସଙ୍କ ସମୟରେ ବ୍ଲକରେ ଦୁର୍ନୀତି ସୀମା ଟପିବାରେ ଲାଗିଛି। ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହେବା ପାଇଁ ମୋଟା ଆକାରର ଅର୍ଥ ଦାବି କରାଯାଉଛି। ତାହା ନ ଦେଲେ ହିତାଧିକାରୀଙ୍କୁ ଯୋଜନାରୁ ବଞ୍ଚତ୍ତ କରାଯାଉଛି। ସେହିଭଳି ପିସି ନ ଦେଲେ କୌଣସି ଠିକାଦାରଙ୍କ ବିଲ୍‌ ହେଉନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏସ୍‌ଇସିସି ତାଲିକାରେ ନାମ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇ ପକ୍କାଘର ଥିବା ବ୍ୟକ୍ତିଙ୍କଠାରୁ ୨୦ରୁ ୩୦ ହଜାର ଟଙ୍କା ଲାଞ୍ଚ ନେଇ କାର୍ଯ୍ୟାଦେଶ ଦିଆଯାଇଛି। ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଆମ ଗାଁ ଆମ ବିକାଶ, ରାଜ୍ୟ ସଭା ହାତପାଣ୍ଠି, ଫନୀ, ଗୋପବନ୍ଧୁ ଗ୍ରାମୀଣ ଯୋଜନା ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟରେ କାମ କରା ନ ଯାଇ ମିଥ୍ୟା ବିଲ୍‌ ମାଧ୍ୟମରେ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି। ୨୨ ପ୍ରତିଶତ ପିସି ନ ଦେଲେ କୌଣସି କାର୍ଯ୍ୟର ବିଲ୍‌ ପାସ ହେଉ ନ ଥିବା ଜନପ୍ରତିନିଧିମାନେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଏବିଡିଓଙ୍କୁ ବଦଳି ସହ ସପ୍ତାହକ ଭିତରେ ବ୍ଲକରେ ହୋଇଥିବା ବିଭିନ୍ନ ଦୁର୍ନୀତିର ତଦନ୍ତ ପାଇଁ ଅନଶନକାରୀ ଦାବି କରିଛନ୍ତି। ଅନ୍ୟପକ୍ଷେ ଆନ୍ଦୋଳନସ୍ଥଳରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ବିଜୁ ଜନତା ଦଳର ଗୋଟିଏ ଗୋଷ୍ଠୀ ପ୍ରଶାସନକୁ ବିରୋଧ କରି ଅନଶନରେ ବସିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ପ୍ରଶାସନକୁ ସମର୍ଥନ କରିଥିବା ଦେଖାଯାଇଥିଲା। ଶେଷ ଖବର ଅନୁଯାୟୀ ଅପରାହ୍ନ ୪ଟା ୩୦ରେ ଭାପୁର ତହସିଲଦାର ଡ. ସୁନିତା ଜେନା ଘଟଣାସ୍ଥଳରେ ପହଞ୍ଚତ୍ ଅନଶନକାରୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଏ ନେଇ ଏବିଡିଓ ଦାସଙ୍କୁ ପଚାରିବାରୁ ସେ ପୂର୍ବପରି ତାଙ୍କ ନିକଟରେ ଦୁର୍ନୀତି ସମ୍ପର୍କରେ କୌଣସି ଅଭିଯୋଗ ନ କରି ଜନପ୍ରତିନିଧିମାନେ ଅନଶନରେ ବସିଛନ୍ତି ବୋଲି କହିଥିଲେ। ସୂଚନାଯୋଗ୍ୟ ଭାପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ପରିମଳ ଯୋଜନା ଏବଂ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଦି ଯୋଜନାଗୁଡିକରେ ଅନିୟମିତତା ହୋଇଥିବା ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ଅଭିଯୋଗ ଆଣିଛନ୍ତି। ଏପରି କି ଏସବୁ ଅଭିଯୋଗ ନେଇ ଗତ ସପ୍ତାହରେ ଲୋକପ୍ରତିନିଧିମାନେ ଜିଲାପାଳଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର କିଛି ସମାଧାନ ନ ହେବାରୁ ସେମାନେ ଆମରଣ ଅନଶନରେ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri