Categories: ଖେଳ

ଭଲିବଲ୍‌ ଖେଳିଲେ ଧୋନୀ

ନୂଆଦିଲ୍ଲୀ, ୫ା୮ (ପି.ଟି.)- ଭାରତର ଦୁଇ ଥର ବିଶ୍ୱକପ୍‌ ବିଜୟୀ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ରବିବାର ଟେରିଟୋରିଆଲ ଆର୍ମିରେ ତାଙ୍କ ବାଟାଲିୟନ ସହିତ ଭଲିବଲ ଖେଳୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଧୋନୀ ବର୍ତ୍ତମାନ ଦୁଇ ମାସ କ୍ରିକେଟରୁ ଛୁଟି ନେଇଛନ୍ତି। ଜୁଲାଇ ୩୧ରୁ ସେ ୟୁନିଫର୍ମରେ ଅଛନ୍ତି। ପାଟ୍ରୋଲିଂ, ଗାର୍ଡ ଏବଂ ପୋଷ୍ଟରେ ଡ୍ୟୁଟି କରୁଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ପ୍ରସାରିତ ହେବାରେ ଲାଗିଛି। ଏହି ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନଙ୍କ ନେତୃତ୍ୱରେ ଭାରତ କ୍ରିକେଟ ମଇଦାନରେ ବହୁ ସ୍ମରଣୀୟ ସଫଳତା ହାସଲ କରିଛି। ସେ ଟେରିଟୋରିଆଲ ଆର୍ମିର ପାରାଚୁଟ୍‌ ରେଜିମେଣ୍ଟରେ ଅବୈତନିକ ଲ୍ୟୁଟନାଣ୍ଟ କଲୋନେଲ ପଦବୀରେ ଅଛନ୍ତି। ଚଳିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜରେ ଧୋନୀ ଭାରତୀୟ ଦଳର ଅଂଶ ବିଶେଷ ନାହାନ୍ତି। ଧୋନୀଙ୍କ ବାଟାଲିୟନ ଭିକ୍ଟର ଫୋର୍ସର ଅଂଶ ଭାବେ ଦକ୍ଷିଣ କଶ୍ମୀରରେ ମୁତୟନ ହୋଇଛି। ପୂର୍ବତନ ଅଧିନାୟକଙ୍କୁ ୨୦୧୧ରେ ଅବୈତନିକ ଲ୍ୟୁଟନାଣ୍ଟ କଲୋନେଲ ପଦବୀ ପ୍ରଦାନ କରାଯାଇଥିଲା।

Share