ଭବିଷ୍ୟତ ଚିନ୍ତାରେ ୫,୨୨୭ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୨୭।୫ – ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପିଲାମାନଙ୍କୁ ଶିକ୍ଷାରେ ସକ୍ଷମ କରାଇବାକୁ କାର୍ଯ୍ୟକାରୀ ହେଉଛି ଅନେକ ଯୋଜନା। ସେମାନଙ୍କ ହାତରେ ଖଡ଼ି ଧରାଇବାକୁ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା। ହେଲେ ଠିକ୍‌ ସମୟରେ ଅବ୍ୟବସ୍ଥିତ ଯୋଜନା କୋମଳମତି ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛି। କରୋନା ସଙ୍କଟରେ ଏହାର ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲାରେ। ଲକ୍‌ଡାଉନ୍‌ ସମୟରେ ମଙ୍ଗଳ ବିଭାଗ ପକ୍ଷରୁ ୫,୨୨୭ ଏସ୍‌ସିଏସ୍‌ଟି ଛାତ୍ରୀଛାତ୍ରଙ୍କୁ ପାଠପଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ବହୁ ବିଳମ୍ବରେ ଏବଂ ଯୋଜନାହୀନ ଭାବେ ନିଆଯାଇଥିବା ଏପରି ପଦକ୍ଷେପ ଆରମ୍ଭରୁ ହିଁ ବାଟ ହୁଡ଼ିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ ଏବଂ ଅଭିଭାବକ।
ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲା ମଙ୍ଗଳ ବିଭାଗ ଅଧୀନରେ ୩୮ଟି ଅନୁସୂଚିତ ଜାତି ଏବଂ ଜନଜାତି ବିଦ୍ୟାଳୟ ରହିଛି। ଏଠାରେ ୩୨୭ ଗ୍ରାମର ୫,୨୨୭ଜଣ ପିଲା ପାଠ ପଢୁଛନ୍ତି। ଅଧିକାଂଶ ସ୍କୁଲରେ ଛାତ୍ରାବାସ ସୁବିଧା ରହିଛି। କରୋନା ସଂକ୍ରମଣ ବଢ଼ିବା ପରେ ଦୁଇମାସ ହେଲା ସ୍କୁଲ ବନ୍ଦ ରହିଛି। ପିଲାମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ହଷ୍ଟେଲ ଏବଂ ସ୍କୁଲରେ କରୋନା ମୁକାବିଲାରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀଙ୍କୁ ରଖାଯାଇଛି। ଜିଲାରେ କରୋନା ମାମଲା ବଢୁଥିବାବେଳେ କେତେଦିନ ଯାଏ ସ୍କୁଲ ବନ୍ଦ ରହିବ ତାହା ମଧ୍ୟ କହିହେଉନାହିଁ। ଅପରପକ୍ଷେ ଇଂଲିଶ ମିଡିୟମ ଏବଂ ଅନ୍ୟ ସରକାରୀ ବିଦ୍ୟାଳୟରେ ଶିକ୍ଷାଭିତ୍ତିକ ଆପ୍‌ ମାଧ୍ୟମରେ ପାଠପଢ଼ା ଚାଲିଛି। ହେଲେ ଅନୁସୂଚିତ ଜାତି ଓ ଜନଜାତି ସ୍କୁଲରେ ପଢୁଥିବା ଆର୍ଥିକ ଅନଗ୍ରସର ବର୍ଗର ପିଲାଙ୍କ ପାଖରେ ଆଣ୍ଡ୍ରଏଡ୍‌ ମୋବାଇଲ ନ ଥିବାରୁ ସେମାନେ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ସରକାରୀ ସ୍କୁଲରେ ପ୍ରଥମରୁ ୯ମ ଶ୍ରେଣୀ ଯାଏ ସମସ୍ତ ଛାତ୍ରୀଛାତ୍ରଙ୍କୁ ପାସ୍‌ ବୋଲି ଘୋଷଣା କରାଯାଇଛି। ହେଲେ ତଦନୁଯାୟୀ ମଙ୍ଗଳ ବିଭାଗ ସ୍କୁଲରେ ଆଗୁଆ ଯୋଜନା ପ୍ରସ୍ତୁତ ହୋଇ ନ ଥିବାରୁ ପିଲାଙ୍କ ଭବିଷ୍ୟତକୁ ଚିନ୍ତା ପ୍ରକଟ କରିଛନ୍ତି ଅଭିଭାବକ। ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରି ଶିକ୍ଷାଦାନ କରିବାକୁ ସେମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ମଙ୍ଗଳ ଅଧିକାରୀ ମାନସ ରଞ୍ଜନ ମିଶ୍ର କୁହନ୍ତି, ସ୍କୁଲ ଖୋଲିବା ନେଇ ଏବେ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇନାହିଁ। ପିଲାମାନଙ୍କୁ ଶିକ୍ଷାଦାନରେ ସହାୟତା କରିବାକୁ ବିଭାଗର ୧୫୪ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନିୟୋଜିତ କରାଯିବାକୁ ଯୋଜନା କରାଯାଇଛି। ସେମାନେ ବିଭିନ୍ନ ଗ୍ରାମକୁ ଯାଇ କମ୍ୟୁନିଟି ସେଣ୍ଟର କିମ୍ବା ନିର୍ବିବାଦୀୟ ସ୍ଥାନରେ ପିଲାଙ୍କୁ ଏକାଠି କରି ମେଣ୍ଟର ଭାବେ ଶିକ୍ଷାଦାନ କରିବେ। ଆପ୍‌ ମାଧ୍ୟମରେ କିପରି ପାଠ ପଢ଼ିବାକୁ ହେବ ସେ ନେଇ ବୁଝାଇବେ। ପିଲାଙ୍କୁ ବିଧିବଦ୍ଧ ଭାବେ ନୋଟ୍‌ ଦିଆଯିବ। ବାତ୍ୟା ‘ଅମ୍ଫନ୍‌’ ପୂର୍ବରୁ ଏହା ହେବାର ଥିଲା। ହେଲେ ବାତ୍ୟା ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ହଷ୍ଟେଲ, ବିଦ୍ୟାଳୟରେ କରୋନା ଯୋଦ୍ଧା ରହୁଥିବାରୁ ସ୍କୁଲ ଖୋଲିବା ପରେ ସେଗୁଡ଼ିକୁ ଭଲ ଭାବେ ସାନିଟାଇଜ୍‌ କରାଯିବ। ଏହାପରେ ପିଲାଙ୍କୁ ଆଣି ବ୍ୟବସ୍ଥିତ ଭାବେ ପାଠପଢ଼ା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri