ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ: ବ୍ୟାଙ୍କ ସ୍ଥାନାନ୍ତରକୁ ନେଇ ଛାତ୍ର ଉତ୍ତେଜନା

ଭଦ୍ରକ ଅଫିସ, ୮।୭ – ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରୁ ୧୮ ବର୍ଷ ପୂର୍ବରୁ ଖୋଲାଯାଇଥିବା ଏକ ବ୍ୟାଙ୍କ ଶାଖାକୁ ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ କରି ସୋମବାର ଛାତ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉକ୍ତ ବ୍ୟାଙ୍କକୁ ସ୍ଥାନାନ୍ତର କରା ନ ଯିବା ଦାବିରେ ଛାତ୍ରୀଛାତ୍ର କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେବା ସହ ହୋହଲ୍ଲା କରିଥିଲେ। ସେହିପରି କେତେକ ଉତ୍ତ୍ୟକ୍ତ ଛାତ୍ର ବ୍ୟାଙ୍କର ଜଣେ କର୍ମଚାରୀଙ୍କୁ ବ୍ୟାଙ୍କ ଭିତରେ ରଖି ବାହାରୁ ତାଲା ପକାଇ ଦେଇ ଧାରଣାରେ ବସିରହିଥିଲେ। କଲେଜ କ୍ୟାମ୍ପସର ଏକ ଲିଜ୍‌ ପ୍ଲଟରେ ଏହି ବ୍ୟାଙ୍କ ପରିଚାଳିତ ହୋଇ ଆସୁଥିବାବେଳେ ଏହାର ଲିଜ୍‌ ଅବଧି ୨୦୨୨ ମସିହା ଜୁନ୍‌ ମାସ ୩୦ ପର୍ଯ୍ୟନ୍ତ ରହିଛି। ଏହାସତ୍ତ୍ବେ ବ୍ୟାଙ୍କ କର୍ତ୍ତୃପକ୍ଷ ଚଳିତ ମାସ ୧୫ ତାରିଖଠାରୁ କଲେଜ କ୍ୟାମ୍ପସରୁ ଏହି ବ୍ୟାଙ୍କ ଉଠାଇ ନିଆଯାଉଥିବା ନେଇ ସୂଚନା ଜାରି କରିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଭଦ୍ରକ ଟାଉନ ଥାନା ପୋଲିସ ପହଞ୍ଚି ଆନ୍ଦୋଳନକାରୀ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲା। ଗୁରୁବାର ବ୍ୟାଙ୍କର ଜୋନାଲ ଅଫିସର୍‌, କଲେଜ କର୍ତ୍ତୃପକ୍ଷ, ପ୍ରଶାସନିକ ସ୍ତରରେ ଜଣେ ମାଜିଷ୍ଟ୍ରେଟ୍‌ ଓ ଛାତ୍ରୀଛାତ୍ର ଉପସ୍ଥିତ ରହି ଆଲୋଚନା ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସ୍ଥିର ହେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ବ୍ୟାଙ୍କର ଜୋନାଲ ଅଫିସର୍‌ଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର, ବୁଡ଼ିଲା ଚାଷଜମି

ବାଲେଶ୍ୱର,୨୮।୭(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଙ୍ଗଳବାର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri