ଭଦ୍ରକ କରୋନା ସଂକ୍ରମିତଙ୍କ ସମ୍ପର୍କୀୟ ଜିନ୍ଦଲ କାରଖାନାର ଶ୍ରମିକ: ୫ ଜଣଙ୍କୁ ସଙ୍ଗରୋଧରେ ରଖିଛି କମ୍ପାନୀ

ଯାଜପୁର ଅଫିସ,୨୨ା୪: କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ ଲିମିଟେଡ କାରଖାନାରେ ଜଣେ କାର୍ଯ୍ୟରତ ଶ୍ରମିକ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡିଛି। ଏହା ଜଣାପଡିବା ପରେ ଜିଲା ପ୍ରଶାସନ ସହାୟତାରେ କମ୍ପାନୀ କର୍ତ୍ତୃପକ୍ଷ ଅନ୍ୟ ୫ଜଣଙ୍କୁ ସଙ୍ଗରୋଧ କରି ରଖିଛନ୍ତି। କାରଖାନା କର୍ମଚାରୀ, ଶ୍ରମିକ ଏବଂ ସାଧାରଣ ଜନତାଙ୍କ ମଙ୍ଗଳ ପାଇଁ ଜିଲା ପ୍ରଶାସନ ସହ ସମନ୍ବୟରେ କାର୍ଯ୍ୟ କରୁଛି ବୋଲି କମ୍ପାନୀ କର୍ତ୍ତୃପକ୍ଷ ଏକ ବିବୃତିରେ ଜଣାଇଛନ୍ତି। ବିବୃତିରେ ଆହୁରି କୁହାଯାଇଛି ଯେ, ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳର ଏହି ରୋଗୀ ୨୦ା୪ା୨୦୨୦ରେ ଚିହ୍ନଟ ହେବା ପରେ କାରଖାନାରେ ଏକତ୍ର ରହୁଥିବା ୯ଜଣ ଶ୍ରମିକ କମ୍ପାନୀର କୌଣସି ଅଧିକାରୀଙ୍କୁ ନ ଜଣାଇ ନିଜ ଗ୍ରାମକୁ ପଳାଇ ଯାଇଥିଲେ। ଏହା ସାର୍ବଜନୀନ ହେଲା ପରେ ଜିଲା ପ୍ରଶାସନ କାରଖାନା କର୍ତ୍ତୃପକ୍ଷଙ୍କ ନଜରକୁ ଆଣିଥିଲା। ପରେ ଜିଲା ପ୍ରଶାସନ ପକ୍ଷରୁ ନିଶ୍ଚିତ କରାଯାଇଥିଲା ଯେ, ସମସ୍ତ ୯ଜଣ ଶ୍ରମିକ ନିଜ ଗ୍ରାମରେ ପହଞ୍ଚି ସଙ୍ଗରୋଧରେ ରହିଛନ୍ତି। ଏହି ବ୍ୟକ୍ତିମାନେ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। କାହାକାହା ସହିତ ସମ୍ପର୍କରେ ଆସିଛନ୍ତି ତାହାର ଅନୁସନ୍ଧାନ କମ୍ପାନୀ ପକ୍ଷରୁ ଜାରି ରହିଛି। ଦାନଗଦୀ ବିଡିଓ ମଣିପ୍ରସାଦ ମିଶ୍ର କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରକ୍ଷା କରୁଛନ୍ତି ବୋଲି କମ୍ପାନୀ କର୍ତ୍ତୃପକ୍ଷ ବିବୃତିରେ ଦର୍ଶାଇଛନ୍ତି। ତେବେ ଏହି ଖବର ସାର୍ବଜନୀନ ହେବା ପରେ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀ, ଅଧିକାରୀ ଓ ସେମାନଙ୍କ ସମ୍ପର୍କୀୟ ମଧ୍ୟରେ ଆତଙ୍କ ଖେଳିଯାଇଛି। ଭଣ୍ଡାରିପୋଖରୀ ଅଞ୍ଚଳର କରୋନା ସଂକ୍ରମିତ ନିକଟ ସମ୍ପର୍କୀୟଙ୍କ ସ୍ବାବ ନମୁନା ପରୀକ୍ଷା ରିପୋର୍ଟକୁ ଜିନ୍ଦଲ କାରଖାନାରେ ସମ୍ପୃକ୍ତ ସମସ୍ତ କର୍ମଚାରୀ, ଶ୍ରମିକ, ଅଧିକାରୀ ଓ ଆଖପାଖ ଲୋକ ଅପେକ୍ଷାରେ ରହିଛନ୍ତି। ବୁଧବାର ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ଆହୁରି ୩ଜଣ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ କଳିଙ୍ଗନଗର ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ସାମ୍ନାକୁ ଆସିଛି। ପୁଣି ତାହା ଜିନ୍ଦଲ କାରଖାନାର ଶ୍ରମିକଙ୍କ ଲିଙ୍କ ନୁହେଁ ବୋଲି ଜଣାପଡିବା ପରେ ଲୋକେ ଆଶ୍ୱସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭଗବାନ ଆମ ସହ…’, ବିଧାନସଭାରେ ଏମିତି କାହିଁକି କହିଲେ ତାମିଲନାଡୁ CM ବିଜୟ, ହେଲାଣି ଚର୍ଚ୍ଚା

ଚେନ୍ନାଇ,୮।୯: ତାମିଲନାଡୁର ସରକାରୀ ମଦ ବିକ୍ରି କମ୍ପାନୀ ‘ଟାସ୍ମାକ’ (TASMAC)ରେ କଥିତ ଦୁର୍ନୀତିକୁ ନେଇ ପୂର୍ବତନ DMK ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ।…

୩ ରାଶି ଉପରେ ଶନିଙ୍କ ସାଢେସାତୀର ଛାୟା, ଜାଣନ୍ତୁ କେବେ ଶେଷ ହେବ ଦୁର୍ଦ୍ଦଶା

ବୈଦିକ ଜ୍ୟୋତିଷ ଅନୁସାରେ ଶନି ଗ୍ରହଙ୍କ ଗୋଚରର ବ୍ୟକ୍ତିଙ୍କ ଜୀବନ ଉପରେ ବିଶେଷ ପ୍ରଭାବ ରହିଥାଏ। ଜନ୍ମକୁଣ୍ଡଳୀର ଚନ୍ଦ୍ର ରାଶିଠାରୁ ଶନି ଦ୍ୱାଦଶ, ପ୍ରଥମ ଓ ଦ୍ୱିତୀୟ…

ଅଧା ଦାମ୍‌ରେ ମିଳିବ ପେଟ୍ରୋଲ-ଡିଜେଲ୍‌: ବଡ଼ ଘୋଷଣା କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୯: ଇରାନ ସହିତ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ କରିବାକୁ…

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ଷ୍ଟିଲ ପ୍ଲାଣ୍ଟ ନୁହେଁ, ଜାହଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri