Posted inରାଜ୍ୟ

ଭଗବାନ ନୀଳମାଧବ ନୋଡାଲ ହାଇସ୍କୁଲ: ଛାତଘର ପାଲଟିଛି ଗୋଦାମ, ଅସୁରକ୍ଷିତ ଟିଣଛାତ ତଳେ ପାଠପଢା

ଖଣ୍ଡପଡ଼ା,୧୦ା୭(ସ୍ବ.ପ୍ର.): ଶିକ୍ଷାର ବିକାଶ ତଥା ବିଦ୍ୟାଳୟ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ମାଗଣା ପୋଷାକ, ସାଇକେଲ, ମଧ୍ୟାହ୍ନ ଭୋଜନ ଆଦି ବ୍ୟବସ୍ଥା କରିଛନ୍ତି। ଭିତ୍ତିଭୂମି ସୁଦୃଢ ପାଇଁ ମଧ୍ୟ ଅନୁଦାନ ବ୍ୟବସ୍ଥା କରାଯାଇଛି। ଏହା ସତ୍ତ୍ୱେ କେତେକ ଶିକ୍ଷାନୁଷ୍ଠାନରେ ଅସୁରକ୍ଷିତ ଅବସ୍ଥାରେ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ପଞ୍ଚାୟତର ଭଗବାନ ନୀଳମାଧବ ନୋଡାଲ ହାଇସ୍କୁଲ ଏଭଳି ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବା ଦେଖିବାକୁ ମିଳିଛି।
ସରକାରଙ୍କ ବିଧିବ୍ୟବସ୍ଥା କ୍ରମେ ଗତବର୍ଷ କଣ୍ଟିଲୋଠାରେ ଗୋଟିଏ ପରିସରରେ ରହିଥିବା ସରକାରୀ ଭଗବାନ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ନୀଳମାଧବ ବିଦ୍ୟାପୀଠକୁ ମିଶାଯାଇ ଏହାର ନାମ ଭଗବାନ ନୀଳମାଧବ ନୋଡାଲ ହାଇସ୍କୁଲ ରଖାଯାଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶିକ୍ଷୟିତ୍ରୀ ଓ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ସେହି ଅନୁସାରେ ଶ୍ରେଣୀଗୃହ ମଧ୍ୟ ରହିଛି। ମାତ୍ର ଦୀର୍ଘବର୍ଷ ପୂର୍ବରୁ ପ୍ରତିଷ୍ଠିତ ଭଗବାନ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟର କେତେକ ଶ୍ରେଣୀଗୃହ ଅସୁରକ୍ଷିତ ରହିଥିବା ବେଳେ ଅବଶିଷ୍ଟ ଗୃହଗୁଡିକର ପୁରୁଣା ଟିଣ ଛାତଗୁଡିକ କଣା ହୋଇଗଲାଣି । ଫଳରେ ବର୍ଷା ସମୟରେ ଟିଣରୁ ପାଣି ଗଳିବା ଦ୍ୱାରା ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଛି। ଦୀର୍ଘବର୍ଷରୁ ବିଦ୍ୟୁତ୍‌ ସଂଯୋଗ ଛିନ୍ନ ହୋଇଯାଇଥିବାରୁ ଏବେ ଅସ୍ଥାୟୀ ଭାବେ ତାର ଟଣାଯାଇ କାମ ଚଳାଯାଉଛି। ହାଇସ୍କୁଲ ମଧ୍ୟରେ ଆବଶ୍ୟକ ଛାତ ଗୃହ ରହିଥିଲେ ମଧ୍ୟ ୨/୩ଟି ଶ୍ରେଣୀଗୃହରେ ପୁରୁଣା ଭଙ୍ଗା କାଠ, ବେଞ୍ଚ ଡେକ୍ସ ଓ ଅନ୍ୟାନ୍ୟ ଅବ୍ୟବହୃତ ସାମଗ୍ରୀ ରହି ତାଲା ପଡିଛି। ଏହାଛଡା ପୁରୁଣା ଶ୍ରେଣୀଗୃହ ମରାମତି ସମୟରେ ସେଠାରୁ ବାହାରିଥିବା ପୁରୁଣା ସେଣି, ବରଗା ଆଦି ଗଦା ହୋଇଥିବାରୁ ସେଥିମଧ୍ୟରେ ସରୀସୃପ ରହିଥିବା ପରିଲକ୍ଷିତ ହେଉଛି। ଏପରିସ୍ଥଳେ ପୁରୁଣା ସାମଗ୍ରୀଗୁଡିକୁ ବିଦ୍ୟୁତ ସଂଯୋଗ ନ ଥିବା ତଥା କଣା ଟିଣଛାତ ଥିବା ଶ୍ରେଣୀ ଗୃହରେ ରଖି ସମ୍ପୃକ୍ତ ଶ୍ରେଣୀଗୃହରେ ପିଲାଙ୍କୁ ବସାଇ ପାଠ ପଢାଗଲେ ସୁଧାର ଆସିପାରନ୍ତା ବୋଲି ମତପ୍ରକାଶ ପାଉଛି। ହେଲେ ପିଲାମାନଙ୍କ ଅସୁବିଧା ଦୃଷ୍ଟିରୁ ପ୍ରଧାନଶିକ୍ଷକ ୮ମ ଶ୍ରେଣୀ ପିଲାଙ୍କୁ ଗୋଟିଏ କୋଠରି ଏବଂ ୫ମ ଓ ୭ମ ଶ୍ରେଣୀ ପିଲାଙ୍କୁ ଅନ୍ୟ ଏକ କୋଠରିରେ ବସି ଅଧ୍ୟୟନ କରିବାକୁ ଏ ବ୍ୟବସ୍ଥା କରିଛନ୍ତି। ଅନ୍ୟ ଶ୍ରେଣୀର ପିଲାମାନେ କିନ୍ତୁ ଅସୁରକ୍ଷିତ କଣା ଟିଣ ଛାତ ତଳେ ବସି ପଢୁଥିବା ପରିଲକ୍ଷିତ ହୋଇଛି। ସାମାନ୍ୟ ବର୍ଷା ହେଲେ ପିଲାମାନେ ସେଠାରେ ପଢିବାରେ ସମସ୍ୟା ଉପୁଜୁଛି। ଏ ସମ୍ପର୍କରେ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ରଥଙ୍କୁ ପଚାରିବାରୁ ସେ କହିଥିଲେ, ଖୁବ୍‌ଶୀଘ୍ର ଅବ୍ୟବହୃତ ସାମଗ୍ରୀକୁ କଣା ଟିଣ ଛାତ ଘରକୁ ସ୍ଥାନାନ୍ତରିତ କରି ବିଦ୍ୟୁତ୍‌ ସଂଯୋଗ ଥିବା ଛାତ ଗୃହରେ ପିଲାମାନଙ୍କୁ ଶିକ୍ଷାଦାନ ଦେବା ବ୍ୟବସ୍ଥା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri