Posted inଖେଳ

ବୟସ ଜାଲିଆତି କରିଥିଲେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟ

ନୂଆଦିଲ୍ଲୀ,୩୧।୧୨- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଜଣେ ସଦସ୍ୟଙ୍କୁ ବୟସ ଜାଲିଆତି କାରଣରୁ ବାସନ୍ଦ କରାଯାଇଛି। ମନଜୋତ କାଲରାଙ୍କୁ ଦିଲ୍ଲୀ ଓ ଜିଲା କ୍ରିକେଟ ଆସୋସିଏଶନ (ଡିଡିସିଏ) ୨ ବର୍ଷ ପାଇଁ ବିଭିନ୍ନ ବୟସ ବର୍ଗର ଟୁର୍ନାମେଣ୍ଟରୁ ବାସନ୍ଦ କରିଛି। ଗତବର୍ଷ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପୂର୍ବରୁ ତାଙ୍କ ଉପରେ ଡିଡିସିଏର ନଜର ଥିଲା। ଯଦିଓ ତାଙ୍କୁ ଟୁର୍ନାମେଣ୍ଟରେ ଖେଳିବାକୁ ଅନୁମତି ମିଳିଥିଲା, କିନ୍ତୁ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ମିଥ୍ୟା ସାବ୍ୟସ୍ତ କରିପାରି ନ ଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍‌ ଫାଇନାଲରେ ଅପରାଜିତ ଶତକ ହାସଲ କରି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇବା ପରେ ରାତାରାତି ସେନସେଶନ ପାଲଟି ଯାଇଥିଲେ। ଏଭଳି ପ୍ରଦର୍ଶନ ବଳରେ ଆଇପିଏଲ ଚୁକ୍ତି ହାସଲ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଦୁଇ ସିଜନ ଧରି ରହିବା ପରେ ମଧ୍ୟ ତାଙ୍କୁ ପଦାର୍ପଣ ସୁଯୋଗ ମିଳିନାହିଁ। ଏହିବର୍ଷ ତାଙ୍କୁ ଫ୍ରାଞ୍ଚାଇଜ ବିଦା କରିବା ପରେ ଅକ୍‌ଶନରେ ଅନ୍‌ସୋଲ୍ଡ ରହିଥିଲେ। ଘରୋଇ ଦିଲ୍ଲୀ ଦଳ ପାଇଁ ମଧ୍ୟ ନିୟମିତ ପ୍ରଦର୍ଶନ କରିବାରେ ସେ ବିଫଳ ହୋଇଥିଲେ। ବର୍ତ୍ତମାନ ବାସନ୍ଦ ହେବା କାରଣରୁ ସେ ସିନିୟର ସ୍ତରରେ ଖେଳିପାରିବେ ନାହିଁ। କିନ୍ତୁ ଆଇପିଏଲ ଭଳି ଫ୍ରାଞ୍ଚାଇଜ କ୍ରିକେଟରେ ଖେଳିପାରିବେ। ଆଇପିଏଲ ଫ୍ରାଞ୍ଚାଇଜ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)ରେ ଖେଳୁଥିବା ଦୁଇ ଯୁବ ଖେଳାଳିଙ୍କ ଉପରେ ମଧ୍ୟ ବାସନ୍ଦାଦେଶର ଖଣ୍ଡା ଝୁଲୁଛି। ଡିଡିସିଏ ଲୋକପାଳ କିଛି ଖେଳାଳିଙ୍କ ବୟସ ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ଏମାନଙ୍କ ମଧ୍ୟରେ କେକେଆର ଖେଳାଳି ଶିବମ ମାଭି ଓ ନୀତିଶ ରାଣା ରହିଛନ୍ତି। ଦୁହିଁଙ୍କ ବୟସ ଜାଲିଆତି ମାମଲାକୁ ଡିଡିସିଏ ବିସିସିଆଇ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri