ବ୍ୟାସନଗର ପୌରାଞ୍ଚଳରେ ପ୍ରଥମ ଜନଶୁଣାଣି

ଯାଜପୁର ରୋଡ,୨୦୮(ନି.ପ୍ର.)- ବ୍ୟାସନଗର ପୌର ପରିଷଦର ସଭା ଗୃହରେ ସୋମବାର ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମିନାଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ତେବେ ପୌର ପରିଷଦରରେ ପ୍ରଥମ ଥର ଜନ ଶୁଣାଣି ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଦୀର୍ଘଦୀନଧରି ଲାଗିରହିଥିବା ସ୍ଥାନୀୟ ସମସ୍ୟା ଶୁଣାଣିରେ ସମାଧାନ ପାଇଁ ବହୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ହେଲେ ଅଭିଯୋଗକାରୀଙ୍କ ସଂଖ୍ୟା ଅନୁସାରେ ଶୁଣାଣିରେ ସ୍ଥାନ ନ ଥିବାରୁ ଲମ୍ବା ଧାଡିରେ ଖରାରେ ଠିଆ ହେବାକୁ ପଡିଥିବାରୁ ବହୁ ଅଭିଯୋଗକାରୀ ନିରାଶ ହୋଇ ଫେରିଥିବା ଜଣାପଡିଛି। ପ୍ରତିମାସ ତୃତୀୟ ସପ୍ତାହରେ ପୌର ପରିଷଦରେ ଜନଶୁଣାଣି କରାଯାଇ ପୌରବାସୀ ସମେତ ଆଖପାଖ ଅଞ୍ଚଳର ସମସ୍ୟାଗୁଡିକ ସମାଧାନ କରାଯିବ ବୋଲି ଜନ ଶୁଣାଣିରେ ଜିଲାପାଳ କହିଛନ୍ତି।
ଜନଶୁଣାଣିରେ ୩୪୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରୁ ବ୍ୟକ୍ତିଗତ ୩୨୭ଟି, ସାମୂହିକ ୫ଟି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୯ଜଣ ଅଭିଯୋଗ କରିଥିଲେ। ସେଥିରୁ ୧୩୪ ତତ୍କାଳ ଅଭିଯୋଗ ସମାଧାନ କରାଯାଇଥିବାବେଳେ ୯ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଅଧିକାଂଶ ସରକାରୀ ଓ ଜଙ୍ଗଲ ଜମିରେ ଦୀର୍ଘଦିନଧରି ବସବାସ କରି ରହୁଥିବା ଲୋକେ ଜମି ପଟ୍ଟା ପ୍ରଦାନ ପାଇଁ ଅଭିଯୋଗ କରିଥିଲେ। ଏସବୁ ଅଭିଯୋଗ ଜିଲା ପ୍ରଶାସନ ହସ୍ତରେ ନ ଥିବାରୁ ଅଭିଯୋଯୋଗଗୁଡିକ ରାଜ୍ୟ ସରକାରଙ୍କ ଦୃଷ୍ଟି ଆର୍କଷଣ କରାଯିବା ପାଇଁ ପଠାଇ ଦିଆଯିବ ବୋଲି ଶୁଣାଣିରେ ଜିଲାପାଳ କହିଥିଲେ। ଉମାପଦା ହାଉସିଂ ବୋର୍ଡ ରାସ୍ତା ଓ ଚୋରଦା ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ବର୍ଷାରେ ପାଣି ଜମିଛି। ଏହି ୱାର୍ଡରେ ଡ୍ରେନ୍‌ ନ ଥିବାରୁ ଜଳ ନିଷ୍କାଶନ ବାଧକ ସୃଷ୍ଟି କରୁଛି ା ଏ ସମ୍ପର୍କରେ ପୌର ପରିଷଦ ପ୍ରଶାସନ ନିକଟରେ ବହୁବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳୁଥିବାରୁ ଏହାର ସମାଧାନ ପାଇଁ ୧୫ନମ୍ବର ୱାର୍ଡ ପୌରପରିଷଦ ବାସିନ୍ଦା ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ୩୦ ତାରିଖ ସୁଦ୍ଧା ଏହାର ସମାଧାନ ନ ହେଲେ ୱାର୍ଡବାସୀ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପୌର ପ୍ରଶାସନକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପର ଜମିଜମା ଦାଖଲ କାର୍ଯ୍ୟ କ୍ଷେତ୍ରରେ ବ୍ୟାସନଗର ତହସିଲ ପକ୍ଷରୁ ସେମାନଙ୍କ ମକଦ୍ଦମା ବିଚାର ନ କରାଯାଇ ପଡିରହିଛି। ପଟ୍ଟା ଦେବାରେ ବିଳମ୍ବ ହେଉଛି ବୋଲି ଅଭିଯୋଗ କାରୀମାନେ ଅଭିଯୋଗ କରିଥିଲେ। ତୁରନ୍ତ ଜିଲାପାଳ ସମାଧାନ କରିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା ବସୁନ୍ଧରା ଯୋଜନାରେ ଆବେଦନ କରିଥିବା ହିତାଧିକାରୀଙ୍କୁ ଜମି ମିଳୁ ନ ଥିବା ଅଭିଯୋଗ କରିଥିଲେ। ୧୯୪୫ ଜଙ୍ଗଲ କିସମ ଜମି ରହିଛି। କିନ୍ତୁ ବନ୍ଦୋବସ୍ତରେ ସେମାନଙ୍କୁ ନଟ୍‌ଫାଇନାଲ ପଟ୍ଟା ମିଳିଛି। ତୁରନ୍ତ ଫାଇନାଲ ପଟ୍ଟା ମିଳିବାପାଇଁ ବହୁ ଅଭିଯୋଗ ହୋଇଛି। ଏହି ଅଭିଯୋଗଗୁଡିକ ସମାଧାନପାଇଁ ଜିଲା ପ୍ରଶାସନ ସରକାରଙ୍କୁ ଅବଗତ କରିବେ ବୋଲି କହିଛନ୍ତି। କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ବ୍ୟାସନଗର ତହସିଲଦାର ନିରଞ୍ଜନ ବେହେରା, ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ସପନ ନନ୍ଦ, ଯାଜପୁର ରୋଡ ଥାନାଧିକାରୀ ଅନିଲ କୁମାର ମହାନ୍ତି, ଜିଲା ଚିକିତ୍ସା ଅଧିକାରୀ ରଶ୍ମିପ୍ରକାଶ ଶତପଥୀଙ୍କ ସହ ବିଭାଗୀୟ ଅଧିକାରୀ ଶୁଣାଣିରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri