ବ୍ୟାସନଗର ପୌରପରିଷଦ: ବର୍ଷା ଆସୁଛି, ହେଲାନି ଡ୍ରେନ୍‌ ସଫେଇ

ଯାଜପୁର ଅଫିସ,୫ା୬- ରାଜ୍ୟକୁ ମୌସୁମୀ ବର୍ଷା ଆଗମନର ସମୟ ପ୍ରାୟ ଉପନୀତ ହୋଇଛି। କିଛି କିଛି ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ମଧ୍ୟ ହେଲାଣି। ହେଲେ ଯାଜପୁର ଜିଲାର ଅନ୍ୟତମ ସହର ତଥା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ପୌରାଞ୍ଚଳର କୌଣସି ଡ୍ରେନ୍‌ରୁ ଏଯାବତ୍‌ ମଇଳା ଆବର୍ଜନା ଉଠାଯାଇନାହିଁ। ଯାହା ଫଳରେ ବର୍ଷା ଆରମ୍ଭ ହେଲାମାତ୍ରେ ସହରରେ କୃତ୍ରିମ ବନ୍ୟା ହେବାର ସମ୍ଭାବନା ସୃଷ୍ଟି କରିଛି। ବର୍ଷା ପୂର୍ବରୁ ସହରର ୨୬ଟି ୱାର୍ଡର ସମସ୍ତ ଡ୍ରେନରୁ ମଇଳା ଆବର୍ଜନା ସହ ଲଟାବୁଦା ସଫା କରିବାକୁ ଦାୟିତ୍ୱରେ ଥିବା ଜାଗୃତି ପରିମଳ ସଂସ୍ଥା ଗରୁତ୍ୱ ଦେଉ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପରିମଳ ସଂସ୍ଥା ଜାଗୃତିକୁ ପୌର ପରିଷଦ ପକ୍ଷରୁ ମାସିକ ୧୩ ରୁ ୧୪ ଲକ୍ଷ ଟଙ୍କା ପଇଠ କରାଯାଉଥିଲେ ହେଁ ଗତ ୪/୫ ମାସ ହେଲା ସହରର ଅଧିକାଂଶ ଡ୍ରେନ୍‌ ସଫା ହେଉ ନ ଥିବା ଦେଖିବାକୁ ମିଳିଛି। ଏକ୍ଷେତ୍ରରେ ଯାଜପୁର ମ୍ୟୁନିସିପାଲିଟି କେବଳ ଅପରାଧୀକ ଅବହେଳା କରୁନାହିଁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତାଗିଦକୁ ମଧ୍ୟ ବେଖାତିର କରୁଛି। ଅପରପକ୍ଷେ ମ୍ୟୁନିସିପାଲିଟିର ଏହି ଆଭିମୁଖ୍ୟ ପାଇଁ ସହରର ବାୟୁ ଏବଂ ଜଳ ପ୍ରଦୂଷିତ ହେଉଛି। ଖାଲି ସେତିକି ନୁହେଁ ସହର ତଳମୁଣ୍ଡରେ ଗଣ୍ଡନାଳା ଜଳ ପାନୀୟ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରୁଥିବା ଗ୍ରାମାଞ୍ଚଳ ଅଧିବାସୀଙ୍କ ପାଇଁ ଯାଜପୁର ମ୍ୟୁନିସିପାଲିଟି ଏକ ପ୍ରକାର ଅପରାଧୀ ସାଜିଛି।
ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ୮୮୧.୧୬ ବର୍ଗ କିଲୋମିଟରକୁ ନେଇ ଗଢି ଉଠିଛି। ସେଥିମଧ୍ୟରୁ ୨୨.୩୬ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ବ୍ୟାସନଗର ମ୍ୟୁନିସିପାଲିଟିର ପରିସୀମା। ପ୍ରତ୍ୟହ ସହରରୁ ଅତି କମ୍‌ରେ ୫୦ଟନ୍‌ ଆବର୍ଜନା ବାହାରିଥାଏ। ଏହାବାଦ ସହରର ଡ୍ରେନେଜ ବ୍ୟବସ୍ଥାରେ ବର୍ହିଗମନ ପଥ ନ ଥିବାରୁ ପ୍ରାୟ ୭୦ପ୍ରତିଶତ ବିଷାକ୍ତ ଜଳ ସହରର ବିଭିନ୍ନ ବିଲବାଡି, ପୋଖରୀ ଆଦି ସ୍ଥାନରେ ଜମା ରହୁଛି। ଉତ୍ତମ ପରିମଳ ସେବା ପାଇଁ ୨୦୧୭ ସେପ୍ଟେମ୍ବର ମାସରୁ ସହରର ୨୬ଟି ୱାର୍ଡର ପରିମଳ କାର୍ଯ୍ୟର ଘରୋଇକରଣ ହୋଇଛି। ଜାଗୃତି ନାମକ ଏକ ଅନୁଷ୍ଠାନକୁ ପରିମଳ ଦାୟିତ୍ୱ ଦିଆଯାଉଥିବା କୁହାଯାଉଥିଲେ ହେଁ ଏହା ସାଧାରଣ ଠିକା ବ୍ୟବସ୍ଥାରେ ପରିଣତ ହୋଇଛି। ଆଉ ଏହି ଠିକା ବ୍ୟବସ୍ଥାକୁ ନେଇ ଉପୁଜିଥିବା ବିବାଦ ଯୋଗୁ ବ୍ୟାସନଗର ସହରର ପରିମଳ ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଚତ୍ଛି। ଫଳରେ ଆଗାମୀ ଦିନରେ ସହରର ଅବସ୍ଥା ଆହୁରି ଦୁର୍ଦ୍ଦଶାଗ୍ରସ୍ତ ହେବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ପ୍ରଥମବର୍ଷ ଘରକୁ ଘର ବୁଲି ସହରର ୬୦ପ୍ରତିଶତ ଅଞ୍ଚଳରୁ ମଇଳା ଉଠାଇବେ, ଦ୍ୱିତୀୟ ବର୍ଷ ୮୦ପ୍ରତିଶତ ଓ ତୃତୀୟ ବର୍ଷ ୧୦୦ ପ୍ରତିଶତ ଏହି କାର୍ଯ୍ୟ କରିବାକୁ ଜାଗୃତି ସହିତ ଚୁକ୍ତି ହୋଇଛି। ଏହାବାଦ ଅଳିଆ ଉଠାଣ, ଗଳି ରାସ୍ତା ସଫେଇ, ଡ୍ରେନ୍‌ ସଫେଇ, ବୁଦା ଓ ଘାସ କଟା ଆଦି ୧୦୦ପ୍ରତିଶତ କରିବାକୁ ଜାଗୃତି ଚୁକ୍ତିରେ ପ୍ରତିଶ୍ରୁତି ଦେଇଛି। କିନ୍ତୁ ତାହା କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ବାସ୍ତବରେ ଯେତେ ଟଙ୍କା ଖର୍ଚ୍ଚ ଖର୍ଚ୍ଚ ହେଉଛି ତାର ତୁଳନାରେ କେତେକ ପୌର ଅଧିକାରୀଙ୍କୁ ହାତକରି ଏହାର ୨ ଗୁଣ ବିଲ୍‌ ଦାଖଲ କରାଯାଉଛି ା ଏଥିପାଇଁ ସହରବାସୀ ନୟାନ୍ତ ହେଉଥିବାବେଳେ ଠିକାସଂସ୍ଥା ଓ ପୌର ଅଧିକାରୀ ମାଲାମାଲ ହେଉଛନ୍ତି ା ଉପଯୁକ୍ତ ଭାବେ ସଫେଇ ନ ହେଲେ ଚୁକ୍ତିରେ ଠିକାସଂସ୍ଥାକୁ ଜରିମାନା ବ୍ୟବସ୍ଥା ରହିଛି। ହେଲେ ଏଯାଏ ନିୟୋଜିତ ପ୍ରଭାବଶାଳୀ ଠିକାସଂସ୍ଥା ଜାଗୃତି ଠାରୁ ଏହା ଲାଗୁ ହୋଇନାହିଁ। ବିଶେଷକରି ଡ୍ରେନଗୁଡିକ ନିୟମିତ ଭାବେ ସଫେଇ ହେଉ ନଥିବାରୁ ଆଗାମୀ ବର୍ଷା ପାଇଁ ସହରବାସୀ ନାହିଁ ନ ଥିବାର ସମସ୍ୟା ଭୋଗିବେ ବୋଲି ଆଶଙ୍କା କରାଯାଉଛି ା ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ତଳି ଅଞ୍ଚଳରେ ଥିବା ଘର ଭିତରକୁ ବର୍ଷା ପାଣି ପଶିବାର ସମ୍ଭାବନା ଦେଖା ଦେଇଛି। ଏ ସଂକ୍ରାନ୍ତରେ ବ୍ୟାସନଗର ପୌରାଞ୍ଚର ପ୍ରଶାସକ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଉପଯୁକ୍ତ ଭାବେ ସଫେଇ କରିବାକୁ ପରିମଳ ସଂସ୍ଥାକୁ ତାଗିଦ କରାଯାଇଛି ା ତେବେ ବର୍ଷା ପୂର୍ବରୁ ଡ୍ରେନଗୁଡିକୁ ମଧ୍ୟ ସଫେଇ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ବିଶ୍ୱରଞ୍ଜନଙ୍କୁ ଟିକେଟ, ପଦ୍ମ ଧରିପାରନ୍ତି ସୁନନ୍ଦା

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୩ା୪:ଯାଜପୁର ଜିଲାର ବରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଧାୟିକା ସୁନନ୍ଦା ଦାସଙ୍କୁ ବିଜେଡି ବାଦ୍‌...

‘ଚକ୍ରାନ୍ତ କରି ମୋ ଟିକେଟ୍ କାଟିଦେଲେ, ତାଙ୍କ କଥା ଜଗନ୍ନାଥ ବୁଝିବେ’: ସୁନନ୍ଦା ଦାସ

ଭୁବନେଶ୍ୱର, ୨୨।୪: ସୋମବାର ବିଜୁ ଜନତା ଦଳ ପକ୍ଷରୁ ସପ୍ତମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରାଯାଇଛି। ଏଥିରେ ବରୀ ବିଧାୟକ ସୁନନ୍ଦା ଦାସଙ୍କ ସ୍ଥାନରେ ବିଶ୍ୱରଂଜନ...

ଗାଁରେ ପିଇବା ପାଣି ଅଭାବ

କାଏମା,୨୨ା୪(ଶିବପ୍ରସାଦ ମହାନ୍ତି):ସରକାର ଲୋକଙ୍କ ସର୍ବନିମ୍ନ ମୌଳିକ ସମସ୍ୟାରେ ସୁଧାର ଆଣିବାକୁ ଅହରହ ପ୍ରଚେଷ୍ଠା କରିଆସୁଛନ୍ତି। ମାତ୍ର କେତେଜଣ ଅଧିକାରୀଙ୍କ ଅପାରଗତା କାରଣରୁ ଧର୍ମଶାଳା ବ୍ଲକରେ ପାନୀୟ...

ଭାଜପା, ବିଜେଡିକୁ ଘାରିଛି ବିଦ୍ରୋହୀ ଚିନ୍ତା

ଯାଜପୁର,୨୨ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଲୋକ ସଭା ଓ ଏହା ଅଧୀନ ଜିଲାର ୭ ବିଧାନସଭା ଆସନରେ ଭୋଟ ଜୁନ୍‌ ୧ରେ ହେବାକୁ ଥିବାବେଳେ ମେ’ ମାସ ୭ରୁ...

ବଡଚଣା ରାଜନୀତି ସରଗରମ: ଅମରଙ୍କୁ ଭେଟିଲେ ବର୍ଷା

ଚଣ୍ଡିଖୋଲ,୨୨ା୪(ପ୍ରଦୀପ୍ତ କୁମାର ପୃଷ୍ଟି):ବଡ଼ଚଣା ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମ ଘୋଷଣା ପରେ ରାଜନୀତି ସରଗରମ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri