ବ୍ୟାସନଗର ଓ ଯାଜପୁର ସହରରେ ପିଏମ୍‌ଏୱାଇ ବାଟବଣା: ପରବର୍ତ୍ତୀ କିସ୍ତିରୁ ବଞ୍ଚତ୍ତ ହେବେ ହିତାଧିକାରୀ

ଯାଜପୁର ଅଫିସ,୯ା୬- ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଏୱାଇ)ର ଗାଇଡ ଲାଇନ ପାଳନ ହୋଇ ନ ଥିବାରୁ ଯାଜପୁର ଜିଲାର ଦୁଇ ସହରାଞ୍ଚଳର ବହୁ ହିତାଧିକାରୀଙ୍କୁ ପରବର୍ତ୍ତୀ କିସ୍ତି ମିଳିବ ନାହିଁ ା ବ୍ୟାସନଗର ପୌରାଞ୍ଚଳର ୧ ଓ ୫ ପର୍ଯ୍ୟାୟ ଏବଂ ଯାଜପୁର ପୌରାଞ୍ଚଳର ୧ ଓ ୬ ପର୍ଯ୍ୟାୟରେ ପାଇଥିବା ଶତପ୍ରତିଶତ ହିତାଧିକାରୀଙ୍କ ତାଲିକା, ଜିଓ ଟ୍ୟାଗିଂ, ଆଧାର କାର୍ଡ, ବିନିଯୋଗ ପତ୍ର(ୟୁସି) ଆଦି ଅପଲୋଡ ନ ହେବା ପର୍ଯ୍ୟନ୍ତ ପରବର୍ତ୍ତୀ କିସ୍ତି ଦିଆଯିବ ନାହିଁ ବୋଲି ସୂଚନା ମିଳିଛି। ଏହି ମର୍ମରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ଓୟୁଏଚଏମ(ଓଡିଶା ଅର୍ବାନ ହାଉସିଂ ମିଶନ) ନିର୍ଦ୍ଦେଶକ ସୁରେଶଚନ୍ଦ୍ର ଦଳେଇ ତୁରନ୍ତ ଆବଶ୍ୟକ ଗାଇଡ ଲାଇନ ପୂରଣ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ଯାଜପୁର ପୌରାଞ୍ଚଳରେ ସର୍ବାଧିକ ୧୪୨୪ ଓ ବ୍ୟାସନଗର ପୌରାଞ୍ଚଳର ୧୧୧୧ ହିତାଧିକାରୀ ପରବର୍ତ୍ତୀ କିସ୍ତି ନ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ହିତାଧିକାରୀଙ୍କ ଏହି ଅସନ୍ତୋଷ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଦାୟୀ ରହିବେ ବୋଲି ନିର୍ଦ୍ଦେଶକ ଦଳେଇ ରୋକଠୋକ ଚେତାବନୀ ଦେଇଛନ୍ତି। ତେବେ ୨୦୧୮ ଜୁଲାଇ ମାସରେ ଏ ସଂକ୍ରାନ୍ତରେ ଯାଜପୁର ଓ ବ୍ୟାସନଗର ପୌର ନିର୍ବାହୀ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଯାହା ଫଳରେ ଗତ ୪ତାରିଖରେ ପୁଣି ଥରେ ଉଭୟ ପୌର ନିର୍ବାହୀ ଅଧିକାରୀଙ୍କୁ ତାଗିଦ୍‌ କରାଯାଇଥିବା ଜଣାପଡ଼ିଛି।

ସହରର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଝୁମ୍ପୁଡିବାସୀଙ୍କ ମଧ୍ୟରେ ସହରୀ ଛାପ ପକାଇବା ଉଦ୍ଦେଶ୍ୟରେ ୨୦୧୧ ଜୁନ ମାସରେ ରାଜୀବ ଆବାସ ଯୋଜନା ପ୍ରଣିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମିତ କରାଯାଇଛି ା ଏହି ଯୋଜନା ଗୃହ ଓ ନଗର ଉନ୍ନୟନ ବିଭାଗର ଓୟୁଏଚ୍‌ଏମ୍‌ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି। ଏହିକ୍ରମରେ ଯାଜପୁର ପୌରପରିଷଦରେ ପ୍ରଥମ ପର୍ଯ୍ୟାୟରେ ୧୧୦୦ ଘର ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ ପିଏମ୍‌ଏୱାଇ ଗାଇଡଲାଇନ ଅନୁଯାୟୀ ୬୦୭ ହିତାଧିକାରୀଙ୍କୁ ସଂଯୋଗ କରାଯାଇଛି। ୪୭୫ ଜଣ ହିତାଧିକାରୀଙ୍କ ଭ୍ୟାଲିଡ ଆଧାର ଏବଂ ୩୪୭ ଜଣ ହିତାଧିକାରୀଙ୍କ ସବିଶେଷ ତଥ୍ୟ ଜିଓ ଟ୍ୟାଗିଂ ହୋଇଛି। ୧୩୨ଜଣ ହିତାଧିକାରୀଙ୍କ ନାମ ଆଧାର ଭ୍ୟାଲିଡ ହେବାକୁ ଥିବାବେଳେ ୨୩୭ଜଣ ହିତାଧିକାରୀଙ୍କ ଜିଓ ଟ୍ୟାଗିଂ କାର୍ଯ୍ୟ ବାକି ରହିଛି। ସେହିପରି ଷଷ୍ଠ ପର୍ଯ୍ୟାୟରେ ୩୨୪ ଘର ମଞ୍ଜୁର ହୋଇଥିଲା ା ସେଥିରୁ ୨୭ଟି ଘରର ହିତାଧିକାରୀଙ୍କୁ ସଂଯୋଗ କରାଯାଇଥିବାବେଳେ ୨୭ଜଣଙ୍କ ଆଧାର ଭ୍ୟାଲିଡ ହୋଇଛି। ୨୯୭ ହିତାଧିକାରୀଙ୍କୁ ସଂଯୋଗ ଏବଂ ୩୨୪ଜଣ ହିତାଧିକାରୀଙ୍କ ସବିଶେଷ ତଥ୍ୟ ଜିଓ ଟ୍ୟାଗିଂ ହୋଇନାହିଁ । ଅନୁରୂପ ଭାବେ ବ୍ୟାସନଗର ପୌରାଞ୍ଚଳରେ ପ୍ରଥମ ପର୍ଯ୍ୟାୟରେ ୧୦୯୯ ଆବାସ ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ ୪୨୮ ହିତାଧିକାରୀଙ୍କୁ ସଂଯୋଗ କରାଯାଇଥିବାବେଳେ ୪୦୭ ହିତାଧିକାରୀଙ୍କୁ ଆଧାର ଏବଂ ୧୮୫ ଜଣ ଜିଓ ଟ୍ୟାଗି ଅନ୍ତର୍ଭୁକ୍ତ ହୋଇଛନ୍ତି । ତେବେ ୨୧ ଜଣ ହିତାଧିକାରୀ ଭ୍ୟାଲିଡ ଆଧାର ଏବଂ ୭୮ ଜଣ ଜିଓ ଟ୍ୟାଗିଂ ହୋଇନାହାନ୍ତି। ସେହିପରି ୫ମ ପର୍ଯ୍ୟାୟରେ ମଞ୍ଜୁର ହୋଇଥିବା ୧୨ଆବାସ ମଧ୍ୟରୁ ୧୨ ଜଣ ହିତାଧିକାରୀଙ୍କୁ ଭ୍ୟାଲିଡ ଆଧାର କାର୍ଯ୍ୟରେ ସାମିଲ କରାଯାଇଛି । ଜଣେ ହିତାଧିକାରୀ ଜିଓ ଟ୍ୟାଗିଂ ଅର୍ନ୍ତଭୁକ୍ତ ହୋଇଛନ୍ତି ା ହେଲେ ୧୧ ଜଣ ହିତାଧିକାରୀଙ୍କୁ ଜିଓ ଟ୍ୟାଗିଂ କରାଯାଇ ପାରିନାହିଁ ା ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଏବଂ ଆନ୍ତରିକତାର ଅଭାବ ଏଥିପାଇଁ ଦାୟୀ ବୋଲି କୁହାଯାଉଛି। ଏହି ହିତାଧିକାରୀମାନେ ୩ଟି କିସ୍ତି ମଧ୍ୟରୁ ଗୋଟିଏ କିସ୍ତି ପାଇଥିବାବେଳେ ଆଉ ୨ଟି କିସ୍ତି ପାଇବା ଅପେକ୍ଷାରେ ଅଛନ୍ତି। ଯେତେଦିନ ପର୍ଯ୍ୟନ୍ତ ସମସ୍ତ ହିତାଧିକାରୀଙ୍କ ପିଏମ୍‌ଏୱାଇ-ଏମ୍‌ଆଇଏସ୍‌ ଏବଂ ଜିଓ ଟ୍ୟାଗ ଫଟୋଗ୍ରାଫ ସ୍ଥାନିତ(ଅପଲୋଡ) ନ ହୁଏ ସେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ପରବର୍ତ୍ତୀ କିସ୍ତି ଅର୍ଥ ଦେବେ ନାହିଁ ବୋଲି ନିର୍ଦ୍ଦେଶକ ଦଳେଇ ତାଙ୍କ ପତ୍ରସଂଖ୍ୟା ୧୧୯୯/୫ା୭ା୨୦୧୮ରେ ସୂଚିତ କରିଥିଲେ। ବାରମ୍ବାର ନିର୍ଦ୍ଦେଶ ଦେବା ସତ୍ତ୍ବେ ପୌରପରିଷଦର ନିର୍ବାହୀ ଅଧିକାରୀମାନେ ଶତପ୍ରତିଶତ ତଥ୍ୟ ଅପଲୋଡ କରିବାରେ ବିଫଳ ହୋଇଛନ୍ତି ବୋଲି ଉକ୍ତ ପତ୍ରରେ ଦର୍ଶାଯାଇଥିଲା। ଏହାସତ୍ତ୍ୱେ ରିପୋର୍ଟ ଦାଖଲ ନୈରାଶ୍ୟଜନକ ହେବାରୁ ବର୍ଷକ ତଳର ନିର୍ଦ୍ଦେଶନାମାକୁ ପୁଣିଥରେ ଚଳିତ ଜୁନ ୪ ତାରିଖରେ ଯାଜପୁର ଓ ବ୍ୟାସନଗର ପୌର ନିର୍ବାହୀ ଅଧିକାରୀଙ୍କୁ ଦିଆଯାଇଥିବା ଜଣାପଡ଼ିଛି। ତେବେ ଏନେଇ ଅଫିସର ଅନ ସ୍ପେଶିଆଲ ଡ୍ୟୁଟି(ଓଏସଡି) ସୁଦର୍ଶନ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ କୌଣସି ମତାମତ ମିଳିପାରି ନାହିଁ।
ସୂଚନାଯୋଗ୍ୟ ଯେ, ଯାଜପୁର ପୌର ପରିଷଦରେ ଗରିବ, ଝୁମ୍ପୁଡିବାସୀଙ୍କ ଉଦ୍ଦେଶ୍ୟରେ ରାଜୀବ ଆବାସ ଯୋଜନାରେ ବ୍ୟାପକ ଅନିୟମିତା ହୋଇଥିବା ସିଏଜି ରିପୋର୍ଟରେ ଧରାପଡିଥିଲା। ଏହି ଯୋଜନାରେ ୭୩ଟି ଘର ମାମଲାରେ ପ୍ରାୟ ୨.୩୯ କୋଟି ଟଙ୍କାର ଅନିୟମିତା ହୋଇଥିବା ସିଏଜିରେ ଦର୍ଶାଯାଇଥିଲା। ଏହାବାଦ ୧୦୪ ଜଣ ଝୁମ୍ପୁଡିବାସୀଙ୍କ ଥଇଥାନ ଲକ୍ଷ୍ୟରେ ନିର୍ମିତ ଟ୍ରାନ୍‌ଜିଟ ହାଉସକୁ ଆରମ୍ଭରୁ ମାର୍କେଟ କମ୍ପ୍ଲେକ୍ସରେ ପରିଣତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ତାରିଖକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୫ା୧୦: ଓଡ଼ିଶାରେ ପାରମ୍ପରିକ ଭାବେ ଗୋଟିଏ ଦିନରେ ପାଳନ କରାଯାଉଥିବା କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜାର ତାରିଖକୁ ନେଇ ଚଳିତ ଦ୍ୱନ୍ଦ୍ୱ ଦେଖାଦେଇଛି। କ୍ୟାଲେଣ୍ଡରରେ...

ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ବରଗଡ଼,୫ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜଣାଶୁଣା ରାଜନେତା, ବିରୋଧୀ ଦଳ ଉପନେତା, ରେଢ଼ାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଚାରୁଶୀଳା...

ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର: ସମସ୍ୟାର ତ୍ୱରିତ୍‌ ସମାଧାନ ନିର୍ଦ୍ଦେଶ

ସୋହେଲା,୧୯।୫(ଅଶ୍ବିନୀ ପାତ୍ର):ବରଗଡ ଜିଲା ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।...

କବାଟ ଭାଙ୍ଗି ଘରୁ ସୁନାଗହଣା, ଟଙ୍କା ଚୋରି

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଗୁଡ଼ିଆଗଳି ବାସିନ୍ଦା ସୁଦର୍ଶନ ସାହୁଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୪୦ ହଜାର ଟଙ୍କା ଏବଂ ବହୁ ପରିମାଣର ସୁନାଗହଣା...

ସୌଜନ୍ୟ ବଦଳରେ ସ୍ବଜନ୍ୟ ଲେଖାକୁ ନେଇ ଉଦବେଗ ପ୍ରକାଶ କଲେ ପର୍ଯ୍ୟଟକ

ଦାରିଙ୍ଗବାଡି, ୨୯।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଓଡିଶାର କାଶ୍ମୀର ଭାବେ ବହୁ ପରିଚିତ। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ବୁଲିବାକୁ ଆସୁଛନ୍ତି...

ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ କରିଥିଲେ ହତ୍ୟା: କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡ 

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ଥାନା ଅନ୍ତର୍ଗତ ଆଖୁପଦର ଗ୍ରାମର ଗୀତାଞ୍ଜଳୀ ମୁଳିଙ୍କୁ ତାଙ୍କ ସ୍ବାମୀ ରାଜୁ ମୁଳିି ୨୦୨୩ ମସିହା ମେ ମାସ...

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ବୋଲେରୋ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

ରାଜନଗର,୨୧ା୨( ଭାସ୍କର ରାଉତରାୟ ): ମାଟ୍ରିକ ପିଲାଙ୍କୁ ନେଇ ପରୀକ୍ଷାକେନ୍ଦ୍ରକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ ବୋଲେରୋ। ଫଳରେ ବୋଲେରୋରେ ଥିବା ୧୧ ପରୀକ୍ଷାର୍ଥୀ...

ଅଟୋ ଚଲାଇଲେ ମନ୍ତ୍ରୀ, ବସିଲେ ଏମ୍‌ଏଲ୍‌, ଏମ୍‌ପି

ଗଜପତି,୭।୧୧(ଗିରିଧାରୀ ପରିଛା): ଦିନିକିଆ ଗଜପତି ଜିଲା ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ  ଗକୁଳ ମଲ୍ଲିକ। ୨ଦିନ ଧରି ପ୍ରଶାସନିକ ତରଫରୁ ଆୟୋଜିତ ମତ୍ସ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri