Posted inଜାତୀୟ

ବିଶ୍ୱକୁ ବିପଦ ଆତଙ୍କବାଦ

ମାଲେ,୯।୬(ପି.ଟି.): ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ମାନବ ସମାଜ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଲି ମାଳଦ୍ୱୀପ ପାର୍ଲାମେଣ୍ଟକୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହି ସମସ୍ୟା ବିରୋଧରେ ଲଢ଼େଇ ପାଇଁ ଏକତ୍ର ହେବାକୁ ସେ ବିଶ୍ୱ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି। ଭାରତ ଓ ମାଳଦ୍ୱୀପ ମଧ୍ୟରେ ସମ୍ପର୍କ ଇତିହାସଠାରୁ ବି ପୁରୁଣା। ମାଳଦ୍ୱୀପ ଗଣତନ୍ତ୍ରକୁ ସୁଦୃଢ଼ କରିବା ଲାଗି ପ୍ରତ୍ୟେକ ଭାରତୀୟ ଆପଣମାନଙ୍କ ସହ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆତଙ୍କବାଦ କେବଳ ଗୋଟିଏ ଦେଶ ପାଇଁ ବିପଦ ସୃଷ୍ଟି କରିନାହିଁ, ଏହା ସମଗ୍ର ମାନବ ସଭ୍ୟତା ଲାଗି ବିପଦ ହୋଇ ଛିଡାହୋଇଛି। ଏହା ସତ୍ତ୍ୱେ ଲୋକେ ଭଲ ଆତଙ୍କବାଦୀ ଓ ଖରାପ ଆତଙ୍କବାଦୀଙ୍କ ମଧ୍ୟରେ ପାର୍ଥକ୍ୟ ଖୋଜିବାର ଭୁଲ କରିବା ଦୁର୍ଭାଗ୍ୟଜନକ ବୋଲି ମୋଦି କହିଥିଲେ।
ଦ୍ୱିତୀୟ ପାଳି ସରକାରର ନେତୃତ୍ୱ ନେବା ପରେ ପ୍ରଥମ ବିଦେଶ ଗସ୍ତରେ ଶନିବାର ମାଳଦ୍ୱୀପ ଯାଇଥିବା ମୋଦି କ୍ରିକେଟ କୂଟନୀତି ଉପରେ ଗୁରୁତ୍ୱ ଦେଇଛନ୍ତି। ମାଳଦ୍ୱୀପରେ କ୍ରିକେଟର ପ୍ରସାରରେ ଭାରତ ସହାୟତା କରିବା ସମେତ ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କକୁ ନିବିଡ କରିବା ଲାଗି ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ କ୍ରୀଡ଼ା ବିକାଶ ମିଶନକୁ ପୂରଣ କରାଯିବ ବୋଲି ମୋଦି କହିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ମୋଦି ମାଳଦ୍ୱୀପ ରାଷ୍ଟ୍ରପତିଙ୍କୁ ଭାରତୀୟ କ୍ରିକେଟ ଟିମ୍‌ ସଦସ୍ୟମାନଙ୍କ ସ୍ବାକ୍ଷର ଥିବା ଏକ ବ୍ୟାଟ୍‌ ଉପହାର ଦେଇଥିଲେ। ମାଳଦ୍ୱୀପର କ୍ରିକେଟରମାନଙ୍କୁ ଭାରତ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଆବଶ୍ୟକ ସ୍ତରରେ ପହଞ୍ଚାଇପାରିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ଭାରତ ସେଠାରେ ଏକ ଷ୍ଟାଡିୟମ ନିର୍ମାଣ କରିବାକୁ ଯାଉଛି ବୋଲି ବହିର୍ବ୍ୟାପାର ସଚିବ ବିଜୟ ଗୋଖଲେ କହିଛନ୍ତି। ଗତ ଏପ୍ରିଲରେ ସୋଲି ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ଆଇପିଏଲ୍‌ ମ୍ୟାଚ ଦେଖିବା ସହ ତାଙ୍କ ଦେଶରେ କ୍ରିକେଟର ପ୍ରସାର ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଓ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ହେବା ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଲାଗି ପ୍ରତିରକ୍ଷା ସମେତ ୬ଟି ରାଜିନାମା ସ୍ବାକ୍ଷର ହୋଇଛି। ଦୁଇ ନେତା ମିଳିତ ଭାବେ ଉପକୂଳ ଗୋଇନ୍ଦା ରାଡାର ସିଷ୍ଟମ ଏବଂ ମାଳଦ୍ୱୀପ ସୈନ୍ୟବାହିନୀ ପାଇଁ ଏକ ପ୍ରଶିକ୍ଷଣ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ନୌପରିବହନ ଏବଂ ପ୍ରତିରକ୍ଷା ସମ୍ପର୍କକୁ ଭାରତ ସର୍ବାଧିକ ପ୍ରାଥମିକତା ଦେଉଛି। ରାଡାର ସିଷ୍ଟମ ସାମୁଦ୍ରିକ ସୁରକ୍ଷାକୁ ସୁଦୃଢ଼ କରିବ ବୋଲି ମତ ଦେଇଥିଲେ। ସବୁକ୍ଷେତ୍ରରେ ମାଳଦ୍ୱୀପକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବା ଲାଗି ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି କହିଥିଲେ। ଭାରତ ‘ପଡୋଶୀ ପ୍ରଥମ’ ନୀତିକୁ ପ୍ରାଧାନ୍ୟ ଦେଇଆସୁଥିବାବେଳେ ଏହାର ନିଦର୍ଶନ ସ୍ବରୂପ ପ୍ରଧାନମନ୍ତ୍ରୀ ପ୍ରଥମେ ମାଳଦ୍ୱୀପ ଗସ୍ତରେ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିତାଙ୍କ କବର ନିକଟରେ ପୋତି ଦିଆଯିବ ମୁଖତାର ଅନସାରୀଙ୍କ ମୃତଦେହ

ଲକ୍ଷ୍ନୌ,୨୯।୩: ପୂର୍ବତନ ବିଧାୟକ ମୁଖତାର ଅନସାରଙ୍କର ଗୁରୁବାର (୨୮ ମାର୍ଚ୍ଚ) ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଧାରା...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

ହାଇକୋର୍ଟରୁ ଝଟକା ପରେ କଂଗ୍ରେସକୁ ୧.୭୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍

ଭୁବନେଶ୍ୱର,୨୯ା୩: ଆୟକର ବିଭାଗ କଂଗ୍ରେସକୁ ୧,୭୦୦ କୋଟି ଟଙ୍କାର ନୋଟିସ ପ୍ରଦାନ କରିଛି। ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟାରେ କଂଗ୍ରେସର ଆବେଦନକୁ ପ୍ରତ୍ୟାଖ୍ୟାନ...

ବାପାଙ୍କ ମୃତ୍ୟୁଖବର ଶୁଣି ଚେୟାରରୁ ଗଳି ପଡିଲେ ପୁଅ

ଲକ୍ଷ୍ନୌ,୨୯।୩: ଉତ୍ତରପ୍ରଦେଶର ପ୍ରଖ୍ୟାତ ମାଫିଆ ମୁଖତାର ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି। ଜେଲ୍‌ରେ ଥିବାବେଳେ ତାଙ୍କର ହୃଦ୍‌ଘାତ ହୋଇଥିଲା। ତାଙ୍କର ଜଣେ ପୁଅ ଅବ୍ବାସ ବର୍ତ୍ତମାନ କସଗଞ୍ଜ...

ଜଣେ ଅପରାଧୀଙ୍କ ମୃତ୍ୟୁକୁ ନେଇ ଲୁହ ଝରାଇବା ଠିକ୍‌ ନୁହେଁ

ଲକ୍ଷ୍ନୌ,୨୯।୩: ପ୍ରଖ୍ୟାତ ମାଫିଆ-ରାଜନେତା ମୁଖତାର୍‌ ଅନସାରୀ ହୃଦଘାତରେ ଜେଲ୍‌ରେ ମୃତ୍ୟୁ ଘଟିଛି। ଅନସାରୀଙ୍କ ମୃତ୍ୟୁକୁ ନେଇ ଭାଜପା ନେତା ସଂଗୀତ ସୋମଙ୍କ ବଡ ବିବୃତ୍ତି ପ୍ରକାଶ...

ବିହାରରେ ଛିଣ୍ଡିଲା ଆସନ ଭାଗବଣ୍ଟା, ଏତିକି ଆସନରେ ନିର୍ବାଚନ ଲଢିବେ ଆରଜେଡି, କଂଗ୍ରେସ, ଏଭଳି ରହିଛି ଫମୁର୍ଲା…

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ବିହାରରେ କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମଧ୍ୟରେ ଆସନ ଭାଗବଣ୍ଟା ଉପରେ ସମାଧାନ ହୋଇଯାଇଛି। ଆଜି...

ଜମ୍ମୁ-ଶ୍ରୀନଗର ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ୧୦ ମୃତ

ଶ୍ରୀନଗର,୨୯।୩: ଶୁକ୍ରବାର ଜମ୍ମୁ-କଶ୍ମୀରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାମବନ ନିକଟ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ କ୍ୟାବ ଖାଲରେ ଖସିପଡିଛି। ଯେଉଁଥିରେ ୧୦ଜଣଙ୍କର...

ମୋଦି-ବିଲ୍‌ ଗେଟ୍ସ ଆଲୋଚନା: ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍‌ ସେବା

ନୂଆଦିଲ୍ଲୀ,୨୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଏକ ବଡ଼ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri