ବ୍ୟାଙ୍କରୁ ଟଙ୍କା ଲୁଟ୍‌ ମାମଲା: ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ

ଢେଙ୍କାନାଳ ଅଫିସ,୨୫ା୧୧-ଢେଙ୍କାନାଳ ସଦର ଥାନା ସିମିନଈସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଶାଖାରୁ ୨୦୧୭ରେ ସଙ୍ଗଠିତ ଲୁଟ୍‌ ମାମଲାର ରାୟ ସୋମବାର ପ୍ରକାଶ ପାଇଛି।
ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ମୁକ୍ତିରଞ୍ଜନ ଶତପଥୀ ଘଟଣାର ଅନ୍ୟତମ ଅଭିଯୁକ୍ତ ସୋଗରପଶି ଗ୍ରାମର ମାନସ କୁମାର ଷେଣ୍ଢ (୪୦)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୩୦ହଜାର ଟଙ୍କା ଜରିମାନା ଏବଂ ଅନାଦାୟେ ଅଧିକ ବର୍ଷେ ଜେଲ୍‌ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଅକ୍ଷୟ ଭୋଇ ଏବଂ ପ୍ରମିଳା ମହାପାତ୍ର ମାମଲା ପରିଚାଳନା କରିଥିଲେ। ଅନ୍ୟପଟେ ଫେରାର ଥିବା ଅନ୍ୟ ୪ଜଣଙ୍କ ବିରୋଧରେ କୋର୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ୨୦୧୭ ଏପ୍ରିଲ ୧୩ ଅପରାହ୍ନ ୧୨ଟାରେ ୪ଜଣ ବନ୍ଧୁକଧାରୀ ବ୍ୟାଙ୍କରେ ପଶି ଆତଙ୍କ ସୃଷ୍ଟି କରିଥିଲେ। ଲୁହାରଡ୍‌ରେ ସିସିଟିଭି କ୍ୟାମେରା ଭାଙ୍ଗି ନଗଦ ୪ଲକ୍ଷ ୮୮ ହଜାର ଟଙ୍କା, କର୍ମଚାରୀଙ୍କ ମୋବାଇଲ ଫୋନ, କମ୍ପ୍ୟୁଟର, ସିପିୟୁ ଏବଂ ମନିଟର ନେଇଯାଇଥିଲେ। ଏ ନେଇ ବ୍ୟାଙ୍କ ମ୍ୟାନେଜର ଶକ୍ତିଶଙ୍କର ବେହେରାଙ୍କ ଅଭିଯୋଗକ୍ରମେ ସଦର ଥାନାରେ ନଂ. ୧୩୦/୧୭, ଦଫା ୩୯୫ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଘଟଣାର ତଦନ୍ତ କରି ପୋଲିସ ୬ଜଣଙ୍କୁ ଅଟକ ରଖିଥିଲା। ଟିଆଇ ପରେଡ୍‌ରେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଥିଲା। ତାଙ୍କ ମାମଲା ଜୁଭେନାଇଲ କୋର୍ଟରେ ବିଚାରାଧୀନ ରହିଛି। ଫେରାର ଅଭିଯୁକ୍ତ ଟାଉନ ଥାନା ଅଞ୍ଚଳର ପ୍ରକାଶ ବେହେରା ଓରଫ୍‌ ଚିକୁ, ବାଜିଚୌକର ଶିବରାମ ରାଉତ ଓରଫ୍‌ ଶିବୁ, ଦୋଳମଣ୍ଡପ ସାହିର ସୌମ୍ୟରଞ୍ଜନ ମାଟି ଓରଫ୍‌ ଚିମ୍ପୁ, ସିମିଳିଆ ଅଞ୍ଚଳର ସୁଜିତ କୁମାର ରାଉତ ଓରଫ୍‌ ଲିପୁ କୋର୍ଟରେ ଅନୁପସ୍ଥିତ ଥିଲେ। ତେଣୁ ସେମାନଙ୍କ ଦଣ୍ଡବିଧାନର ଶୁଣାଣି କରା ନ ଯାଇ ସେମାନଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri