ବ୍ୟବସାୟୀଙ୍କୁ ଘାରିଛି ବୃତ୍ତିଚିନ୍ତା

ଢେଙ୍କାନାଳ ଅଫିସ, ୮।୫ – କରୋନା ମାଡ଼ରେ ଦୁର୍ବିସହ ହୋଇପଡ଼ିଛି କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନଜୀବିକା। ଦେଢ଼ମାସ ହେଲା ଦୋକାନ ବନ୍ଦ ରହିବା ଯୋଗୁ ଦୋହଲି ଯାଇଛି ସେମାନଙ୍କ ଆର୍ଥିକ ସ୍ଥିତି। ଦୈନିକ ଦୋକାନ ଖୋଲି ଗୁଜରାଣ ମେଣ୍ଟାଉଥିବା ସେଲୁନ ଏବଂ ମିଠା ଦୋକାନୀ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଦିନକୁ ଦିନ ପରିବାର ପୋଷଣ ଚିନ୍ତା ବଢୁଥିବାବେଳେ ବ୍ୟବସାୟୀମାନେ ଗୁରୁବାର ଢେଙ୍କାନାଳ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଦ୍ୱାରସ୍ଥ ହୋଇ ସହାୟତା ନିବେଦନ କରିଛନ୍ତି।
କରୋନା ପ୍ରଭାବିତ ଢେଙ୍କାନାଳ ଜିଲା ଅରେଞ୍ଜ ଜୋନ୍‌ରେ ରହିଛି। ଲକ୍‌ଡାଉନ୍‌ ନିୟମ କଟକଣା ଯୋଗୁ ମିଠା ଏବଂ ସେଲୁନ୍‌ ଦୋକାନୀ ଦୋକାନ ଖୋଲିପାରୁନାହାନ୍ତି। ଦିନକୁ ଦିନ ସମସ୍ୟା ଜଟିଳ ହେଉଥିବାରୁ ଗୁରୁବାର ମା’ ଅନ୍ନପୂର୍ଣ୍ଣା ବାରିକ ୱେଲଫେୟାର ଆସୋସିଏଶନର କର୍ମକର୍ତ୍ତାମାନେ ସାମାଜିକ କର୍ମୀ ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଜିଲାପାଳଙ୍କୁ ଭେଟିଥିଲେ। ସହରରେ ୧୫୦ଟି ସେଲୁନ ରହିଛି। ଏଠାରେ ବହୁ କାରିଗର କାମ କରୁଛନ୍ତି। ଏବେ ଦୋକାନରେ ତାଲା ଝୁଲୁଥିବାରୁ ପେଟପାଟଣା ଚିନ୍ତା ଘାରିଥିବା ସଂଘର ଅମରେନ୍ଦ୍ର ବାରିକ, ଟଙ୍କଧର ବାରିକ, ଦୁଃଶାସନ ବାରିକ, ତପନ ବାରିକ, ସମ୍ପାଦକ ସୋମନାଥ ବାରିକ ପ୍ରମୁଖ କହିଛନ୍ତି। ସେହିପରି ମିଠା ଦୋକାନୀମାନେ ମଧ୍ୟ ସହାୟତା କରିବାକୁ ଅନୁରୋଧ କରିଛନ୍ତି।
ଏ ନେଇ ଜିଲାପାଳ କୁହନ୍ତି, ସରକାରୀସ୍ତରରେ ୧୭ ତାରିଖ ଯାଏ ଗାଇଡ୍‌ଲାଇନ୍‌ ରହିଛି। ଏହାପରେ ଆଲୋଚନା କରି ଯାହାକିଛି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ

ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri