ବ୍ୟବଚ୍ଛେଦ ଗୃହରୁ କାଜୁଆଲଟି

ଅନୁଗୋଳ ଅଫିସ୍‌, ୫।୨ – ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିବା ଜଣେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ ବି ପରିବାର ଲୋକେ ମହିଳାଜଣକ ବଞ୍ଚିଥିବା ଭାବି ୨ଥର ବ୍ୟବଚ୍ଛେଦ ଗୃହରୁ କାଜୁଆଲଟିକୁ ଫେରାଇ ଆଣିଥିଲେ। ଏପରି କି ଡାକ୍ତର ଭଲ ଭାବେ ଦେଖୁ ନ ଥିବା ଅଭିଯୋଗ କରି ସେମାନେ ତାତି ଯାଇଥିଲେ। ଖବରପାଇ ଅନୁଗୋଳ ପୋଲିସ ଓ ଏଡିଏମ୍‌ଓ (ମେଡିକାଲ) ଡାକ୍ତର ପ୍ରତାପ ବେହେରା କାଜୁଆଲିଟିରେ ପହଞ୍ଚି ବୁଝାଶୁଝା କରିବା ପରେ ପରିବାର ଲୋକେ ମୃତଦେହ ବ୍ୟବଚ୍ଛେଦ କରାଇଥିଲେ।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଛେଣ୍ଡିପଦା ଥାନା ମାମୁରିଆ ଅଞ୍ଚଳର ହୀରା ମଲିକ(୫୫)ଙ୍କ ଉଚ୍ଚ ରକ୍ତଚାପ ଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ପରିବାର ଲୋକେ ଏକ ମେଶିନ କିଣି ଆବଶ୍ୟକ ବେଳେ ତାଙ୍କ ପଲ୍ସ ମାପୁଥିଲେ। ମଙ୍ଗଳବାର ଭୋର୍‌ ସମୟରେ ହଠାତ୍‌ ହୀରାଙ୍କ ରକ୍ତ ଚାପ ବଢ଼ିବା ସହ ହୃଦ୍‌ଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ପୁଅ ରାଜେଶ ପ୍ରସାଦ ମଲିକ ଓ ଅନ୍ୟମାନେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲେ। ହେଲେ ଡାକ୍ତର ହୀରାଙ୍କୁ ମୃତ ଘୋଷଣା କରି ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଇ ଦେଇଥିଲେ। ଏହି ସମୟରେ ପରିବାର ଲୋକେ ଆଣିଥିବା ପଲ୍ସ ମେଶିନ୍‌ କାର୍ଯ୍ୟ କରୁଥିବାରୁ ହୀରା ବଞ୍ଚିଥିବା ଭାବି ତାଙ୍କୁ କାଜୁଆଲଟି ଫେରାଇ ଆଣିବା ସହ ଠିକ୍‌ ଭାବେ ଡାକ୍ତର ଦେଖୁ ନ ଥିବା ଅଭିଯୋଗ କରିଥିଲେ। ଡାକ୍ତର ପୁନଃ ଯାଞ୍ଚ ପରେ ହୀରା ମୃତ ବୋଲି କହି ବ୍ୟବଚ୍ଛେଦ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଉକ୍ତ ପଲ୍ସ ମେଶିନ ଯୋଗୁ ହୀରା ବଞ୍ଚିଥିବା ପୁଣି ଦାବି କରି ପରିବାର ଲୋକେ ତାଙ୍କୁ କାଜୁଆଲଟିକୁ ଆଣିଥିଲେ। ଏହାକୁ ନେଇ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ପୋଲିସ ଓ ଏଡିଏମ୍‌ଓ ମେଡିକାଲରେ ପହଞ୍ଚି ବୁଝାଶୁଝା କରିଥିଲେ। ନିଜେ ଏଡିଏମ୍‌ଓ ବେହେରା ଯାଞ୍ଚ କରିବା ସହ ହୀରାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏ ସମ୍ପର୍କରେ ଏଡିଏମ୍‌ଓ ବେହେରା କହିଛନ୍ତି, ମୃତ୍ୟୁ ପରେ ବି କିଛି ସମୟ ପର୍ଯ୍ୟନ୍ତ ପଲ୍ସ ମେଶିନ ସାମାନ୍ୟ କାର୍ଯ୍ୟ କରିଥାଏ। ଏହାକୁ ନେଇ ହୀରାଙ୍କ ପରିବାର ଲୋକେ ସନ୍ଦେହରେ ପଡ଼ିଥିଲେ। ତେବେ ବୁଝାଶୁଝା ପରେ ସେମାନେ ମୃତଦେହ ବ୍ୟବଚ୍ଛେଦ କରାଇଥିଲେ ବୋଲି ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri