Posted inଫୁରସତ

ବ୍ୟକ୍ତିତ୍ୱ: ମ୍ୟାନ୍‌ ବୁକର ଆଓ୍ବାର୍ଡ ବିଜେତା ଅରବିନ୍ଦ ଆଡ଼ିଗା

‘ଦ ହ୍ବାଇଟ୍‌ ଟାଇଗର’ ଉପନ୍ୟାସ ପାଇଁ ଆଡ଼ିଗାଙ୍କୁ ମିଳିଥିଲା ୨୦୦୮ ମସିହାର ସମ୍ମାନଜନକ ମ୍ୟାନ୍‌ ବୁକର ଆଓ୍ବାର୍ଡ। ଏକ ବିଷମ ସନ୍ଧିକ୍ଷଣରେ ଅଟକି ଯାଇଥିବା ଭାରତର ସାମାଜିକ ଅର୍ଥନୀତିକୁ ବେଶ୍‌ ମାର୍ମିକ ଢଙ୍ଗରେ ଉପସ୍ଥାପନ କରି ନିଜକୁ ବୁକ୍‌ର ତାଲିକାରେ ସାମିଲ୍‌ କରିବାରେ ସଫଳ ହୋଇଥିଲେ ଆଡ଼ିଗା…

ଭାରତୀୟ ସାହିତ୍ୟରେ ଏକ ଅତି ପରିଚିତ ନାମ ଅରବିନ୍ଦ ଆଡ଼ିଗା। ପେସାରେ ଜଣେ ଜର୍ନାଲିଷ୍ଟ ହୋଇଥିଲେ ମଧ୍ୟ ତାଙ୍କର ନିଶା ହେଉଛି ସାହିତ୍ୟ ରଚନା କରିବା। ମୁଖ୍ୟତଃ ଗଳ୍ପ ଉପନ୍ୟାସ ରଚନାରେ ରୁଚି ରଖୁଥିବା ଏହି ଯୁବ ଔପନ୍ୟାସିକ ଭାରତର ସାହିତ୍ୟକୁ କେବଳ ଭାରତ ମଧ୍ୟରେ ସୀମିତ ରଖିନାହାନ୍ତି; ଅଧିକନ୍ତୁ ସେ ବିଦେଶରେ ଭାରତୀୟ ସାହିତ୍ୟର ବିଜୟ ପତାକା ଉଡ଼େଇବାରେ ସଫଳ ହୋଇଛନ୍ତି। ଏସବୁ ଘଟିଛି ତାଙ୍କର ପ୍ରଥମ ଉପନ୍ୟାସ ‘ଦ ହ୍ବାଇଟ୍‌ ଟାଇଗର’ ପାଇଁ। ଉଲ୍ଲେଖଯୋଗ୍ୟ ଯେ, ‘ଦ ହ୍ବାଇଟ୍‌ ଟାଇଗର’ ଉପନ୍ୟାସ ପାଇଁ ଆଡ଼ିଗାଙ୍କୁ ମିଳିଥିଲା ୨୦୦୮ ମସିହାର ସମ୍ମାନଜନକ ମ୍ୟାନ୍‌ ବୁକର ଆଓ୍ବାର୍ଡ। ଏକ ବିଷମ ସନ୍ଧିକ୍ଷଣରେ ଅଟକି ଯାଇଥିବା ଭାରତର ସାମାଜିକ ଅର୍ଥନୀତିକୁ ବେଶ୍‌ ମାର୍ମିକ ଢଙ୍ଗରେ ଉପସ୍ଥାପନ କରି ନିଜକୁ ବୁକ୍‌ର ତାଲିକାରେ ସାମିଲ୍‌ କରିବାରେ ସଫଳ ହୋଇଥିଲେ ଆଡ଼ିଗା। ତାଙ୍କ ସହିତ ଭାରତୀୟ ଯୁବ ସାହିତ୍ୟ ବି ସାମିଲ୍‌ ହୋଇ ଯାଇଥିଲା ବିଶ୍ୱର ଏକ ବୃହତ୍ତର ପାଠକ ଗୋଷ୍ଠୀ ମଧ୍ୟରେ। ନୂଆ ଚିିନ୍ତାଧାରା, ନୂତନ ଶୈଳୀ ତଥା ନିମ୍ନ ମଧ୍ୟବିତ୍ତର ଜୀବନ ଶୈଳୀକୁ ନିଜର ପ୍ରତ୍ୟେକ ଲେଖାରେ କଞ୍ଚାମାଲ ଭାବରେ ଗ୍ରହଣ କରନ୍ତି ଆଡ଼ିଗା। ସେଥିଲାଗି ତାଙ୍କ ରଚନା ସବୁରେ ଗୋଟେ ନିଚ୍ଛକ ଭାରତୀୟତା ବାରି ହୋଇ ପଡ଼ିଥାଏ ବୋଲି କହିଲେ ଆଦୌ ଅତ୍ୟୁକ୍ତି ହେବନାହିଁ।

ପିଲାବେଳ ଓ ପାଠପଢ଼ା : ୧୯୭୪ ମସିହା ଅକ୍ଟୋବର ୨୩ ତାରିଖରେ ମାଡ୍ରାସ (ବର୍ତ୍ତମାନର ଚେନ୍ନାଇ)ଠାରେ ଜନ୍ମଗ୍ରହଣ କରିଥିଲେ ଅରବିନ୍ଦ ଆଡ଼ିଗା। ବାପା ଡ. କେ. ମାଧବ ଆଡ଼ିଗା ଏବଂ ମା’ ଉଷା ଆଡ଼ିଗା। ଉଭୟ ମାଧବ ଏବଂ ଉଷା ଥିଲେ ମାଙ୍ଗାଲୋରର ଅଧିବାସୀ। ତାଙ୍କର ଜେଜେବାପା କେ. ସୂର୍ଯ୍ୟନାରାୟଣ ଆଡ଼ିଗା ଥିଲେ କର୍ନାଟକ ବ୍ୟାଙ୍କର ପୂର୍ବତନ ଚେୟାରମ୍ୟାନ। ଏଥିସହିତ ତାଙ୍କର ଅଜା ୟୁ. ରାମାରାଓ ଥିଲେ ଜଣେ ପ୍ରସିଦ୍ଧ ଡାକ୍ତର ଏବଂ ମାଡ୍ରାସ୍‌ କଂଗ୍ରେସର ଜଣେ ପ୍ରମୁଖ ସଦସ୍ୟ। ଆଡିଗାଙ୍କର ପିଲାବେଳ କଟିଛି ମାଙ୍ଗାଲୋରରେ। ସେ ମାଙ୍ଗାଲୋରରେ ତାଙ୍କର ହାଇସ୍କୁଲ ଶେଷ କରିଛନ୍ତି। ପୁଣି ସେଠାରେ ବି ତାଙ୍କର କଲେଜ ପଢ଼ା ଶେଷ ହୋଇଛି। ତଥ୍ୟ ଅନୁଯାୟୀ ପ୍ରଥମରୁ ଖୁବ୍‌ ଅଧ୍ୟୟନ ପିପାଷୁ ଥିଲେ ଆଡ଼ିଗା। ପରୀକ୍ଷାରେ ସେ ସବୁବେଳେ ପ୍ରଥମରେ ରହୁଥିଲେ। କଲେଜ ପଢ଼ା ସରୁସରୁ ତାଙ୍କ ପରିବାର ଭାରତ ଛାଡ଼ି ଅଷ୍ଟ୍ରେଲିଆକୁ ସ୍ଥାନାନ୍ତରିତ ହୋଇଗଲେ। ଉଚ୍ଚତର ଶିକ୍ଷା ହାସଲ କରିବା ପାଇଁ ଆମେରିକା ଯାଇଥିଲେ ଆଡ଼ିଗା। ନ୍ୟୁୟର୍କର କଲମ୍ବିଆ ୟୁନିଭର୍ସିଟିରେ ସେ ଇଂଲିଶ ଭାଷା ସାହିତ୍ୟରେ ନାମ ଲେଖାଇଥିଲେ।

କ୍ୟାରିଅର: ଆଡ଼ିଗା ଇଂଲିଶ ସାହିତ୍ୟର ଛାତ୍ର ହୋଇଥିଲେ ମଧ୍ୟ ତାଙ୍କର ଜର୍ନାଲିଜିମ୍‌କୁ ନେଇ ଖୁବ୍‌ ଦୁର୍ବଳତା ରହିଥିଲା। ସେଥିଲାଗି ସେ ତାଙ୍କର କ୍ୟାରିଅର ଭାବରେ ଜର୍ନାଲିଜିମ୍‌କୁ ହିଁ ଗ୍ରହଣ କରିଥିଲେ। ସେ ‘ଫାଇନାନ୍‌ସିଆଲ୍‌ ଟାଇମ୍ସ’ରେ ଜଣେ ଫିନାନ୍‌ସିଆଲ୍‌ ଜର୍ନାଲିଷ୍ଟ ଭାବରେ ଯୋଗଦେଲେ। ଏଥିରେ କାର୍ଯ୍ୟ କରିବା ବେଳେ ସେ ବିଶ୍ୱର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌କାର କରିଥିଲେ। ତନ୍ମଧ୍ୟରୁ ଦୁଇ ଜଣ ହେଉଛନ୍ତି ବର୍ତ୍ତମାନର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କର ଠିକ୍‌ ପୂର୍ବରୁ ମ୍ୟାନ ବୁକର ହାସଲ କରିଥିବା ପିଟର କ୍ୟାରୀ। ଫିନାନ୍‌ସିଆଲ୍‌ ଜର୍ନାଲିଷ୍ଟ ଭାବରେ ତାଙ୍କର ଖ୍ୟାତି ଏତେ ବଢ଼ି ଯାଇଥିଲା ଯେ, ପରେ ପରେ ତାଙ୍କୁ ‘ଟାଇମ୍‌’ରେ ନିଯୁକ୍ତି ମିଳିଯାଇଥିଲା। ସେ ‘ଟାଇମ୍‌’ରେ ସାଉଥ୍‌-ଏସିଆ ପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ। ତିନିବର୍ଷ ‘ଟାଇମ୍‌’ରେ କାର୍ଯ୍ୟ କରିବା ପରେ ସେ ମୁକ୍ତବୃତ୍ତି ସାମ୍ବାଦିକତା କରିବାକୁ ସେଠାରୁ ଓହରି ଆସିଲେ। ତା’ର କାରଣ ଥିଲା ସମୟ ବାହାର କରି ଉପନ୍ୟାସ ଲେଖିବା। ଏହାପରେ ସେ ଲେଖିଥିଲେ ‘ଦ ହ୍ବାଇଟ୍‌ ଟାଇଗର’ ଯାହା ତାଙ୍କୁ ବିଶ୍ୱରେ ପରିଚିତି ଆଣି ଦେଇଥିଲା। ଅରବିନ୍ଦ ଆଡ଼ିଗାଙ୍କୁ ସମସ୍ତେ ଇଣ୍ଡୋ-ରୁଷିଆନ୍‌ ଲେଖକ ବୋଲି କହୁଥିଲେ ମଧ୍ୟ ସେ ସମ୍ପ୍ରତି ମୁମ୍ବାଇରେ ଅବସ୍ଥାପିତ।

ବୁକର : ବୁକର ପାଇବାରେ ଅରବିନ୍ଦ ଆଡ଼ିଗା ହେଉଛନ୍ତି ଚତୁର୍ଥ ଭାରତୀୟ ବଂଶୋଦ୍ଭବ ଲେଖକ। ତାଙ୍କ ପୂର୍ବରୁ ବୁକର ପାଇଥିବା ଲେଖକମାନେ ହେଉଛନ୍ତି ସଲମାନ୍‌ ରଶ୍‌ଡି, ଅରୁନ୍ଧତୀ ରୟ ଏବଂ କିରନ୍‌ ଦେଶାଇ। କେହି କେହି ଏହି ତାଲିକାରେ ଭି.ଏସ୍‌.ନଇପଲଙ୍କୁ ସାମିଲ୍‌ କରୁଥିଲେ ମଧ୍ୟ ବାସ୍ତବରେ ଏ ତାଲିକାରେ ନଇପଲଙ୍କୁ ରଖାଯାଏ ନାହିଁ। କାରଣ ନଇପଲ ମୂଳତଃ ଭାରତୀୟ ହୋଇଥିଲେ ମଧ୍ୟ ତାଙ୍କର ଜନ୍ମ ତ୍ରିନିଦାଦ୍‌ର କ୍ୟାରିବୀୟ ଉପଦ୍ୱୀପରେ ହୋଇଥିଲା। ବୁକର୍‌ର ସଂକ୍ଷିପ୍ତ ତାଲିକାରେ ସାମିଲ୍‌ ହୋଇଥିବା ଯେଉଁ ପାଞ୍ଚ ଜଣଙ୍କୁ କାଟି ଆଡ଼ିଗାଙ୍କ ‘ଦ ହ୍ବାଇଟ୍‌ ଟାଇଗର’ ମୁକୁଟ ଜିତିଲା ସେମାନଙ୍କ ମଧ୍ୟରେ ଥିଲେ ଆଉ ଜଣେ ଭାରତୀୟ। ସେ ହେଉଛନ୍ତି ଅମିତାଭ୍‌ ଘୋଷ। ତେବେ ଭାରତ ଆଧୁନିକ ବିଶ୍ୱ-ଅର୍ଥନୀତିର ଏକ ପ୍ରମୁଖ ଦେଶ ଭାବରେ ଆଗକୁ ଯାଉଥିବାବେଳେ ଲୋକମାନେ କିଭଳି ଶୋଷିତ ହେଉଛନ୍ତି ତାହାର ଚମତ୍କାର ତୁଳନାତ୍ମକ ବର୍ଣ୍ଣନା ଆଡ଼ିଗାଙ୍କୁ ବୁକର ଆଣିଦେଇଥିଲା। ‘ଦ ହ୍ବାଇଟ୍‌ ଟାଇଗର’କୁ ବାଦଦେଲେ ଆଡ଼ିଗା ଲେଖିଥିବା ଅନ୍ୟ ଫିକ୍‌ସନ୍‌ ପୁସ୍ତକଗୁଡ଼ିକ ହେଉଛି ‘ବିଟୁଇନ୍‌ ଦ ଆସାସିନେସନ୍‌’, ଲାଷ୍ଟ ମ୍ୟାନ୍‌ ଇନ୍‌ ଟାଓ୍ବାର ଏବଂ ସିଲେକ୍ସନ୍‌ ଡେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

ଖାଇବା ତେଲ ଉପରେ ସରକାରଙ୍କ ନଜର; ଜାଣନ୍ତୁ କ’ଣ ହେବ ନୂଆ ନିୟମ?

ନୂଆଦିଲ୍‌ଲୀ,୨୬।୫: ବଜାରରେ ବର୍ତ୍ତମାନ ଖାଦ୍ୟ ତେଲ ପ୍ୟାକେଟଗୁଡ଼ିକ ବିଭିନ୍ନ ଆକାରରେ ବିକ୍ରି ହେଉଛି ଯେପରିକି 650 ଗ୍ରାମ, 700 ଗ୍ରାମ, 810 ଗ୍ରାମ ଏବଂ 850 ଗ୍ରାମ।…

ଆରମ୍ଭ ହୋଇଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ୨.୦! ଆମେରିକା ଆକ୍ରମଣର ଜବାବ ଦେଲା ଇରାନ, ସାରା ବିଶ୍ୱ ଥରହର

ନୂଆଦିଲ୍ଲୀ, ୨୬।୫: ଗଲ୍ଫ ଅଞ୍ଚଳରେ ଚାଲିଥିବା ବିବାଦ ଶେଷ ହେବାର ଆଶା ଦେଖାଯାଉଥିବା ବେଳେ ହଠାତ୍‌ ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣ ପୁଣି ଥରେ ସେଠାରେ ଗୋଳା-ବାରୁଦର…

ବିଇଓ ଶୁଭମ ପତିଙ୍କ ବଦଳି ବାତିଲ ଦାବି: ଉପଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ…

ପଦ୍ମପୁର,୨୬।୫ (ପ୍ରଦୀପ୍ତ ଦାଶ): ପାଇକମାଳ ବ୍ଲକର ଅତିରିକ୍ତ ଦାୟିତ୍ୱରେ ଥିବା ବ୍ଲକ ଶିକ୍ଷା ଅଧିକାରୀ ଶୁଭମ ପତିଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରିବା ଦାବି ଏବେ ଜୋର…

ଦାଣ୍ଡରେ ପଡି ହାଟରେ ଗଡିଲା ଭାଜପାର ଗୋଷ୍ଠୀ କନ୍ଦଳ: ଫଳକରେ ଏମ୍‌ପିଙ୍କ ନାମ ନଥିବାରୁ…

ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ରାଜ୍ୟରେ ପ୍ରଥମଥର ଭାଜପା ସରକାରକୁ ଆସିଥିବା ବେଳେ କିପରି ଦଳ ସୁଦୃଢ ହେବ, ସଂଗଠନ ବଢିବ ସେନେଇ ଜାତୀୟସ୍ତରରୁ ଆରମ୍ଭକରି ରାଜ୍ୟସ୍ତରର ନେତାମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri