ବ୍ରିକ୍ସ ବିଜ୍‌ନେସ୍‌ ଫୋରମ୍‌ରେ ମୋଦିଙ୍କ ଉଦ୍‌ବୋଧନ:ଭାରତ ସବୁଠୁ ମୁକ୍ତ ଅର୍ଥନୀତି

ବ୍ରାସିଲିଆ,୧୫-୧୧(ପି.ଟି.):ଭାରତ ବିଶ୍ୱରେ ସବୁଠୁ ମୁକ୍ତ ଓ ନିବେଶ ଅନୁକୂଳ ଅର୍ଥନୀତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବ୍ରିକ୍ସ ବିଜ୍‌ନେସ୍‌ ଫୋରମ୍‌ରେ ଗୁରୁବାର ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୱେ ୫ ସଦସ୍ୟ ରାଷ୍ଟ୍ର ଆର୍ଥିକ ବିକାଶ ଦିଗରେ ଅଗ୍ରସର ହେଉଛନ୍ତି। ଭାରତରେ ପୁଞ୍ଜିନିବେଶର ଅସୀମ ସମ୍ଭାବନା ଓ ସୁଯୋଗ ରହିଥିବାରୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବ୍ୟବସାୟୀମାନେ ସେଠାରେ ପୁଞ୍ଜିବିନିଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
ଭାରତରେ ରାଜନୈତିକ ସ୍ଥିରତା ସାଙ୍ଗକୁ ଆଶାଜନକ ନୀତି ନିର୍ଦ୍ଧାରଣ ଏବଂ ବ୍ୟବସାୟ ଅନୁକୂଳ ସଂସ୍କାର ଯୋଗୁ ଏହା ସବୁଠୁ ମୁକ୍ତ ଅର୍ଥନୀତିରେ ପରିଣତ ହୋଇଛି। ୨୦୨୪ ସୁଦ୍ଧା ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। କେବଳ ଭିତ୍ତିଭୂମି ସେକ୍ଟରରେ ୧.୫ ଟ୍ରିଲିୟନ ଡଲାର ନିବେଶର ସୁଯୋଗ ରହିଛି। ତେଣୁ ବ୍ରିକ୍ସ ରାଷ୍ଟ୍ରର ବ୍ୟବସାୟୀମାନଙ୍କୁ ଏହାର ସୁଯୋଗ ନେବା ଲାଗି ଆମନ୍ତ୍ରଣ କରୁଛି ବୋଲି ମୋଦି କହିଥିଲେ। ବିଶ୍ୱ ମାନ୍ଦାବସ୍ଥା ସତ୍ତ୍ୱେ ଆର୍ଥତ୍କ ଅଭିବୃଦ୍ଧିର ୫୦ ପ୍ରତିଶତ ବ୍ରିକ୍ସ ରାଷ୍ଟ୍ରଗୁଡିକର ଅବଦାନ। ଏହି ରାଷ୍ଟ୍ରଗୋଷ୍ଠୀ ଆର୍ଥତ୍କ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ସହ ପ୍ରଯୁକ୍ତି ଓ ଅଭିନବ ପ୍ରୟାସ ବଳରେ ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରିପାରିଛନ୍ତି। ବ୍ରିକ୍ସ ଗଠନ ହେବାର ୧୦ ବର୍ଷ ପରେ ଭବିଷ୍ୟତ ପାଇଁ ଏହା ଏକ ଭଲ ପ୍ଲାଟଫର୍ମରେ ପରିଣତ ହୋଇପାରିଥିବା ମୋଦି କହିଥିଲେ।
ଏକାଦଶ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ବାଣିଜ୍ୟ ଓ ପୁଞ୍ଜିନିବେଶ ପ୍ରସଙ୍ଗରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ବଡ଼ ଘୋଷଣା: ହର୍ମୁଜକୁ ସମ୍ପୂର୍ଣ୍ଣ ଖୋଲିଦେଇ କହିଲା ଏଥର…

ତେହରାନ,୧୭ା୪: ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ପରେ ବଡ଼ ଘୋଷଣା କରିଛି ଇରାନ। ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲି ଦେଇଥିବା କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି।…

ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ମୃତ

ଜାକର୍ତ୍ତା,୧୭।୪: ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନ ପ୍ରଦେଶରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ବର୍ତ୍ତମାନ…

ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଚାଲିଥିଲା ଛାଡପତ୍ର ମାମଲା

ରିଚମଣ୍ଡ,୧୭।୪: ପୂର୍ବତନ ଭର୍ଜିନିଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଜଷ୍ଟିନ ଫେୟାରଫ୍ୟାକ୍ସଙ୍କ ସହ ଜଡିତ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ପୋଲିସ ଏବଂ କୋର୍ଟ ରେକର୍ଡ ଅନୁଯାୟୀ, ଫେୟାରଫ୍ୟାକ୍ସ…

ଖୁସିରେ ଗଦଗଦ ପାକିସ୍ତାନ! ଟ୍ରମ୍ପଙ୍କ ପରେ ଏହି ଦେଶ କଲା ଖୁବ ପ୍ରଶଂସା

ଇସଲାମାବାଦ,୧୭।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ପାକିସ୍ତାନକୁ ପ୍ରଶଂସା କରି କହିଛନ୍ତି ଯେ ଏହା ସଂଘର୍ଷ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ ମନ୍ତବ୍ୟ…

ପୁଣି ଉଛୁଳିଲା ଟ୍ରମ୍ପଙ୍କ ପାକିସ୍ତାନ ପ୍ରେମ, ଜାଣନ୍ତୁ ଏଥର କ’ଣ କହିଲେ

ଓ୍ବାଶିଂଟନ,୧୭।୪: ଗତ ଦେଢ଼ ମାସ ଧରି ମଧ୍ୟପ୍ରାଚ୍ୟରେ ଚାଲିଥିବା ବିସ୍ଫୋରକ ସଂଘର୍ଷ ମଧ୍ୟରେ, କୂଟନୈତିକ ଟେବୁଲରୁ ଗୁରୁତ୍ୱପୂର୍ଣ୍ଣ ଖବର ଏବେ ଛାଣି ହୋଇ ଆସୁଛି। ଆମେରିକା ରାଷ୍ଟ୍ରପତି…

ମୁଣ୍ଡ ନୁଆଁଇବ ନାହିଁ ଭାରତ, ଆମେରିକାର ରୋକ୍‌ ମଧ୍ୟରେ କିଣିବ ରୁଷୀୟ ତେଲ

ନୂଆଦିଲ୍ଲୀ,୧୭।୪: ଭାରତ କେଉଁଠାରୁ ଏବଂ କାହାଠାରୁ ତେଲ କିଣିବ? ଆମେରିକା ଏହା ନିଷ୍ପତ୍ତି ନେବ ନାହିଁ। ଭାରତ ନିଜେ ନିଷ୍ପତ୍ତି ନେବ। ହଁ, ଆମେରିକା ରୁଷୀୟ ତେଲ…

ହର୍ମୁଜ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି, ଟ୍ରମ୍ପ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୭।୪:  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟେଲିଫୋନ ଯୋଗେ କଥା ହେଇଛନ୍ତି । ଏନେଇ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି…

ବଡ଼ ଦାବି କଲେ ଟ୍ରମ୍ପ, ୟୁରାନିୟମ ହସ୍ତାନ୍ତର କରିବାକୁ ରାଜି ହେଲା ଇରାନ

ଓ୍ବାଶିଂଟନ,୧୭।୪: ୟୁରାନିୟମ ହସ୍ତାନ୍ତର କରିବାକୁ ରାଜି ହୋଇଗଲା ଇରାନ । ଏଭଳି ଦାବି କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଆହୁରି ମଧ୍ୟ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri