ବ୍ରାହ୍ମଣୀ ରିଭର ପେଲେଟ୍‌ସ ଲିମିଟେଡ: ସ୍ଥାନୀୟ ନିଯୁକ୍ତି ବୃଦ୍ଧି ଉପରେ ନାହିଁ ପଦକ୍ଷେପ

ଯାଜପୁର ଅଫିସ,୩୦-୧୦- ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ମଧ୍ୟରେ କାରଖାନା ବୃଦ୍ଧି ଓ ସମ୍ପ୍ରସାରଣ ହେଉଛି। ମାତ୍ର ନିଯୁକ୍ତି ସୁଯୋଗ ସୃଷ୍ଟି ଅପରିବର୍ତ୍ତିତ ରହିଛି। ଏହିକ୍ରମରେ ବ୍ରାହ୍ମଣୀ ରିଭର ପେଲେଟ୍‌ସ ଲିମିଟେଡ(ବିଆର୍‌ପିଏଲ୍‌)ର ଉପତ୍ାଦନ ଆରମ୍ଭରୁ ସ୍ଥାନୀୟ ନିଯୁକ୍ତିକୁ ନେଇ ଆଖିବୁଜି ଦେଇଛି। ପ୍ରାୟ ୧ବର୍ଷ ପୂର୍ବରୁ ଏହି କାରଖାନା ତ୍ରିବେଣୀ ଓ ଜେଏସ୍‌ଡବ୍ଲ୍ୟୁ ହାତକୁ ଯାଇଥିଲା। ଏହାପରେ ଜିଲାର ବେକାର ଯୁବତୀଯୁବକଙ୍କ ମଧ୍ୟରେ ନିଯୁକ୍ତି ଆଶା ଦେଖା ଦେଇଥିଲା ା କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ କେବଳ ଲାଭ ଜଗିବାରେ ବ୍ୟସ୍ତ ରହୁଥିବାବେଳେ ସ୍ଥାନୀୟ ନିଯୁକ୍ତି ବୃଦ୍ଧି ଉପରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଫଳରେ ରାଜ୍ୟ ସରକାରଙ୍କ ଶିଳ୍ପାୟନରେ ନିଯୁକ୍ତି ସୁଯୋଗ ଦୃଢୋକ୍ତି ଏକପ୍ରକାର ଫସର ଫାଟିଛି। କାରଖାନାର ଆରମ୍ଭ ସମୟରେ ୪୮୦ଜଣ ବିଭିନ୍ନ ଶ୍ରେଣୀର ଲୋକ କାମ କରୁଥିଲେ। କିନ୍ତୁ ତାହା ଏବେ ହ୍ରାସ ପାଇ ପ୍ରାୟ ୩୦୦କୁ ପହଞ୍ଚତ୍ଛି। ଜମି, ଘରଡିହ ହରାଇ ବିଆର୍‌ପିଏଲ୍‌କୁ ସହଯୋଗ କରିଥିବା ଅଞ୍ଚଳବାସୀଙ୍କ ସ୍ବପ୍ନ ଏଯାଏ ଅଧୁରା ରହିଛି। ଏପରିକି କାରଖାନାର ବାୟୁ ଓ ଜଳ ପ୍ରଦୂଷଣରେ ଆଖପାଖ ଅଞ୍ଚଳବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଯାହାକି ଶିଳ୍ପର ଉଦ୍ଦେଶ୍ୟ ପରାହତ ହୋଇଥିବା ମତପ୍ରକାଶ ପାଇଛି ।
ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ମଧ୍ୟରେ ଏକ ଲୌହଧାତୁର ପେଲେଟାଇଜେଶନ କାରଖାନା ପ୍ରତିଷ୍ଠା କରିବା ପାଇଁ ବିଆରପିଏଲ ୧୫ା୩ା୨୦୦୭ରେ ଓଡିଶା ସରକାରଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା। ଚୁକ୍ତି ଅନୁଯାୟୀ କେନ୍ଦୁଝର ଜିଲାର ବଡ଼ବିଲଠାରେ ବାର୍ଷିକ ୪.୦ ନିୟୁତ ମେଟ୍ରିକ ଟନ୍‌ ଉପତ୍ାଦନ କ୍ଷମତା ବିଶିଷ୍ଟ ଲୌହ ବିଶୋଧନାଗାର ପ୍ରତିଷ୍ଠା ହୋଇଛି। ବଡ଼ବିଲଠାରୁ କଳିଙ୍ଗନଗର ମଧ୍ୟରେ ୨୧୮ କିଲୋମିଟର ଦୀର୍ଘ ଲୌହ ସ୍ଲରୀ ସ୍ଥାନାନ୍ତରଣ ପାଇପ ଲାଇନ ପ୍ରତିଷ୍ଠା କରାଯାଇଛି। ଏହାସହ କଳିଙ୍ଗନଗର ଶିଳ୍ପାଞ୍ଚଳରେ ୯୦ଏକର ଜମିରେ ପ୍ରତିବର୍ଷ ୪.୦ ନିୟୁତ ମେଟ୍ରିକ ଟନ ଉପତ୍ାଦନ କ୍ଷମତା ବିଶିଷ୍ଟ ଲୌହଧାତୁ ପେଲେଟ କାରଖାନା କରାଯାଇଛି। ଏହି କାରଖାନା ଚଳାଇବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଓଏସ୍‌ପିସିବି) ଠାରୁ ଆବଶ୍ୟକ ଅନୁମତି ପ୍ରାପ୍ତକରି ୨୦୧୩ ଜୁନ ମାସଠାରୁ ଉପତ୍ାଦନ କରି ଆସୁଛି। ଏଥିରେ ବିଶୋଧିତ ଲୌହଧାତୁ ସହିତ କୋକ୍‌ବ୍ରିଜ ବାର୍ଷିକ ୮୦ହଜାର ଟନ୍‌, ଚୂନପଥର ବାର୍ଷିକ ୧୦ହଜାର ଟନ୍‌, ଫର୍ନେସ ଅଏଲ ବାର୍ଷିକ ୬୪ ହଜାର ଟନ୍‌ ଏବଂ ଚେଣ୍ଟୋନାଇଟ ବାର୍ଷିକ ୨୮ହଜାର ଟନ୍‌ କଞ୍ଚାମାଲ୍‌ ଭାବେ ବ୍ୟବହାର ହେଉଛି। ଘଣ୍ଟାପ୍ରତି ୨୪୩ରୁ ୨୮୦ଘନମିଟର ଜଳ ବଡ଼ବିଲଠାରୁ ପାଇପଲାଇନ ଦ୍ୱାରା ଆସୁଥିବା ଲୌହଧାତୁର ସ୍ଲରୀରୁ ପୂରଣ କରାଯାଉଛି। ତେବେ ଏହି ଦୂଷିତ ପାଣିକୁ ନ ଫେରାଇ ଅଧିକାଂଶ ପରିମାଣର ପାଣି ବିଶୋଧନ କରାଯାଇ ଇଡ୍‌କୋକୁ ଦିଆଯାଉଛି। ବାକି ପାଣି ନିଜେ ବ୍ୟବହାର କରିବା ସହ ଗଣ୍ଡାନାଳକୁ ଛଡ଼ାଯାଉଛି ା ତେବେ କାରଖାନା ସମ୍ମୁଖରେ କଞ୍ଚାମାଳ ପରିବହନରେ ବ୍ୟାପକ ବାୟୁ ପ୍ରଦୂଷଣ ସୃଷ୍ଟି ହେଉଛି। ସମ୍ପ୍ରତି କଂକ୍ରିଟ ରାସ୍ତା ନିର୍ମାଣାଧିନ ରହିଥିଲେ ହେଁ ଆବଶ୍ୟକ ପାଣି ସିଞ୍ଚନ ହେଉ ନ ଥିବାରୁ ପ୍ରଦୂଷଣ ଉକତ୍ଟ ହେଉଛି ା ଅନ୍ୟପକ୍ଷେ ସ୍ଥାନୀୟ ନିଯୁକ୍ତି ଦିଗରେ ବିଆର୍‌ପିଏଲ୍‌ର ଅଂଶୀଦାର ତ୍ରିବେଣୀ କିମ୍ବା ଜେଏସ୍‌ଡବ୍ଲ୍ୟୁ ଆଦୌ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଗତ ୧ବର୍ଷ ମଧ୍ୟରେ ଏଠାରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ନ ଥିବାବେଳେ କେତେକ ଓଡ଼ିଆ ଅଧିକାରୀ ଓ କର୍ମଚାରୀ ବିଦା ହୋଇଥିବା ସୂଚନା ମିଳିଛି। କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ସମୁଦାୟ ମାତ୍ର ୧୨୫ଜଣ ନିୟମିତ କର୍ମଚାରୀ ଓ ଅଧିକାରୀ ନିଯୁକ୍ତି ପାଇଛନ୍ତି। ଉଚ୍ଚପଦାଧିକାରୀ ପଦବୀରେ ରାଜ୍ୟ ବାହାରର ଅଧିକ ରହିଥିବାଯୋଗୁ ଗୋଷ୍ଠୀଗତ ଭାବେ ଅଣଓଡ଼ିଆଙ୍କ ଉପରେ ମନମାନୀ ହେଉଥିବା ଅଧିକାଂଶ ସମୟରେ ଅଭିଯୋଗ ହେଉଛି। ତେବେ ତ୍ରିବେଣୀ ଓ ଜେଏସ୍‌ଡବ୍ଲ୍ୟୁ ଏହି କାରଖାନକୁ କିଣିବା ପରେ ଏହିସବୁ ସମସ୍ୟାର ଅନ୍ତ ଘଟିବ ବୋଲି ଆଶା କରାଯାଉଥିଲା। ଏପରିକି ଉପତ୍ାଦନ କ୍ଷମତା ସମ୍ପ୍ରସାରଣ କରାଯାଇ ନିଯୁକ୍ତି ସୁଯୋଗ ସୃଷ୍ଟି ବୃଦ୍ଧି ହେବ ବୋଲି ଜିଲାବାସୀ ଆଶା ରଖିଥିଲେ। କିନ୍ତୁ କମ୍ପାନୀ ଲାଭରେ ଚଳୁଥିବା କୁହାଯାଉଥିଲେ ହେଁ ପାରିପାର୍ଶ୍ୱିକ ଉନ୍ନୟନ ସମତେ ନିଯୁକ୍ତିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି ା ଏ ସଂକ୍ରାନ୍ତରେ ମତାମତ ନେବାକୁ କାରଖାନାର ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ ବୈଷ୍ଣବଙ୍କୁ ଯୋଗଯୋଗ କରାଯାଇଥିଲେ ହେଁ ସେ ଫୋନକଲ ଉଠାଇ ନ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri