Posted inଖେଳ

ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ,୧୩।୧୨(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ନେଇ ଶୁକ୍ରବାର ଘୋଷଣା କରିଛନ୍ତି। ପ୍ରାୟ ଏକ ବର୍ଷ ତଳେ ଦେଶର ବୋର୍ଡ ସହ ମନାନ୍ତର ପରେ ଅବସର ଘୋଷଣା କରିଥିଲେ। ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ (ଡବ୍ଲ୍ୟୁଆଇସିବି) ନିଜ ନିୟମରେ ପରିବର୍ତ୍ତନ କରିବା ପରେ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ପୂର୍ବତନ ଟିମ୍‌ ମ୍ୟାନେଜର ରିକି ସ୍କରିଟ୍ଟ ଏବେ ବୋର୍ଡର ସଭାପତି ଅଛନ୍ତି। ପ୍ରଶାସନିକ ସ୍ତରରେ ପରିବର୍ତ୍ତନ ପରେ ମୁଁ ଏହି ନିଷ୍ପତ୍ତି ନେଇଛି ବୋଲି ୩୬ ବର୍ଷୀୟ ଅଲରାଉଣ୍ଡର କହିଛନ୍ତି। ସୂଚନାଥାଉ କି, ପୂର୍ବତନ ଡବ୍ଲ୍ୟୁଆଇସିବି ମୁଖ୍ୟ ଡେଭ କାମରୋନଙ୍କ ସହ ମନାନ୍ତର ପରେ ବ୍ରାଭୋଙ୍କ ନେତୃତ୍ୱାଧୀନ ଓ୍ବେଷ୍ଟଇଣ୍ଡିଜ ଦଳ ୨୦୧୪ରେ ଭାରତ ବିପକ୍ଷ ସିରିଜ୍‌ ଅଧାରୁ ଫେରିଯାଇଥିଲା। ୨୦୧୮ରେ ଅବସର ନେଇଥିଲେ ମଧ୍ୟ ସେ ଅନ୍ତିମ ଥର ୨୦୧୬ ସେପ୍ଟେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ଏପର୍ଯ୍ୟନ୍ତ ସେ ଓ୍ବେଷ୍ଟଇଣ୍ଡିଜ ପାଇଁ ୪୦ ଟେଷ୍ଟ, ୧୬୪ ଦିନିକିଆ ଓ ୬୬ ଟି୨୦ ମ୍ୟାଚ୍‌ ଖେଳି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାହାଙ୍କୁ ଦିନେ କୋଳରେ ଧରିଥିଲେ ଲିଓନେଲ ମେସି, ଫାଇନାଲରେ ତାଙ୍କ ସହ କରିବେ ମୁକାବିଲା: ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ନୂଆଦିଲ୍ଲୀ,୧୬।୭: ୨୦୨୬ ଫିଫା ବିଶ୍ୱକପ ଫାଇନାଲ ପାଇଁ ଲାଇନ ଅପ ସ୍ଥିର ହୋଇଛି। ଟାଇଟଲ ମୁକାବିଲା ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହେବ। ପ୍ରଥମ ସେମିଫାଇନାଲ୍‌ରେ ଫ୍ରାନ୍ସକୁ…

ବିଦେଶୀ ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା ଦାବି: ଶତାଧିକ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ବିରାଟ ରାଲି

ଅମରପାଲି, ୧୬।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ନୂଆପଡା ମୌଜାରେ ନିକଟରେ ଖୋଲାଯାଇଥିବା ବିଦେଶୀ ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା…

ଝୁଲି ଝୁଲି ଆସୁଛନ୍ତି ବଡଠାକୁର, ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ

ପୁରୀ,୧୬।୭: ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ପବିତ୍ର ପହଣ୍ଡି । ଶଙ୍ଖ, ଘଣ୍ଟ, ମୃଦଙ୍ଗ ଓ “ହରିବୋଲ” ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ। ଭକ୍ତିରେ ମୁଖରିତ…

ଇତିହାସରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା-ସ୍ପେନ୍‌ ମଧ୍ୟରେ ବିଶ୍ୱକପ ଫାଇନାଲ

ଆଟଲାଣ୍ଟା, ୧୬।୭: ୭ ମିନିଟ ବ୍ୟବଧାନରେ ୨ ଗୋଲ ବଳରେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା ଏଥର ପୁଣି ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ…

୪୧ ବର୍ଷରେ ପୁଣି ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ: ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଜେନିଫର ୱିଙ୍ଗେଟ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସିଙ୍ଗାପୁରର ବ୍ୟବସାୟୀ ୱିଲିୟମ ଇସମାଏଲଙ୍କୁ ସେ ଜୀବନସାଥୀ ଭାବେ ବାଛିଛନ୍ତି। ଜେନିଫରଙ୍କ…

କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର: ୨୦୨୭ ବିଶ୍ୱକପରେ ଦେଖିବାକୁ ମିଳିପାରେ ୩ଟି ହାଇଭୋଲ୍ଟେଜ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ,୧୬।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ସଦାସର୍ବଦା ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇ ରହିଆସିଛି । ଆଇସିସି (ICC) ଟର୍ନାମେଣ୍ଟଗୁଡ଼ିକରେ ପ୍ରଶଂସକଙ୍କୁ ଏହି ରୋମାଞ୍ଚକର…

ଜୁନିଅରଙ୍କୁ କ୍ରିକେଟ ବ୍ୟାଟ୍‌ରେ ନିସ୍ତୁକ ପିଟିଲେ ସିନିୟର: ଥାନାରେ ଅଭିଯୋଗ ପରେ…

ଦେବଗଡ଼,୧୬।୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ସୁନାମୁଣ୍ଡା ସ୍ଥିତ ନବୋଦୟ ବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଅଭିଯୋଗ। ମିଳିଥିବା ସୂଚନାନୁଯାୟୀ, ଯୁକ୍ତ ଦୁଇ ପିଲାଙ୍କ ଦ୍ୱାରା ନବମ ଓ ଦଶମ…

ସ୍କୁଲ ପରିସରରେ ରୋମାନ୍ସ କରିବା ପଡ଼ିଲା ମହଙ୍ଗା: ଭାଇରାଲ ଭିଡିଓ ପରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ…

କନ୍ନୌଜ,୧୬।୭: ଉତ୍ତର ପ୍ରଦେଶର କନ୍ନୌଜ ଜିଲା ସୌରିଖ ବ୍ଲକସ୍ଥିତ ବଝେଡ଼ି କମ୍ପୋଜିଟ ବିଦ୍ୟାଳୟରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri