Categories: ଖେଳ

ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ: ପ୍ରମୋଦଙ୍କୁ ଡବଲ୍‌ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୬।୨(କ୍ରୀଡ଼ା ପ୍ରତିନିଧି)- ବ୍ରାଜିଲର ସାଓ ପାଓଲୋଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପରେ ଓଡ଼ିଶାର ପ୍ରମୋଦ ଭଗତ୍‌ ୨ଟି ସ୍ବର୍ଣ୍ଣ ପଦକ ଜିତି ଦେଶ ତଥା ରାଜ୍ୟ କ୍ରୀଡ଼ା ପାଇଁ ଗୌରବ ଆଣିଛନ୍ତି। ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସରେ ପ୍ରମୋଦ ଏହି ଦୁଇଟି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ପୁରୁଷ ସିଙ୍ଗଲ୍ସରେ ସେ ଭାରତର ମନୋଜ ସରକାରଙ୍କୁ ୨୨-୨୦, ୨୩-୨୧ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ସେହିପରି ପୁରୁଷ ଡବଲ୍ସରେ ସେ ଓ ମନୋଜ ସରକାର ଚାଇନା ଯୋଡି ଚେନ ଜିଆଓୟୁ ଓ ଗାଓ ୟୁୟାଙ୍ଗ୍‌ଙ୍କୁ ୨୧-୧୧, ୨୧-୭ରେ ହରାଇ ଟାଇଟଲ ହାସଲ କରିଛନ୍ତି। ଏହି ବିଶ୍ୱସ୍ତରୀୟ ସଫଳତା ପାଇଁ ପ୍ରମୋଦଙ୍କୁ ଅଭିନନ୍ଦନର ସୁଅ ଛୁଟିଛି।

Share