ବ୍ରହ୍ମପୁରରେ ଖୋଲିବ ‘ନେକ୍‌’ ଓଡ଼ିଶା ଜୋନ୍‌ ଚାପ୍ଟର

ଭୁବନେଶ୍ୱର, ୧୯ା୨(ବ୍ୟୁରୋ):ଓଡ଼ିଶାରେ ଖୋଲିବ ନ୍ୟାଶନାଲ ଏଗ୍‌ କୋର୍ଡିନେଶନ କମିଟି(ଏନ୍‌ଇସିସି ବା ନେକ୍‌)ର ଓଡ଼ିଶା ଜୋନ୍‌ ଚାପ୍ଟର। ବ୍ରହ୍ମପୁରରେ ଏହି ଚାପ୍ଟର ଖୋଲିବ। ଏହା ପୂର୍ବରୁ ଓଡ଼ିଶାର ଚାଷୀମାନେ ନେକ୍‌ ବିଜୟଓ୍ବାଡ଼ା ଜୋନ୍‌ ଦ୍ୱାରା ଧାର୍ଯ୍ୟ ମୂଲ୍ୟକୁ ଗ୍ରହଣ କରିବାକୁ ବାଧ୍ୟ ହେଉଥିଲେ। ନୂତନ ଓଡ଼ିଶା ଚାପ୍ଟର ଗଠନ ହେବା ପରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ତେଣୁ ଆସନ୍ତା ୨୦ ତାରିଖରୁ ଓଡ଼ିଶାର ଚାଷୀ ଓ ବ୍ୟବସାୟୀମାନେ ନେକ୍‌ ଓଡ଼ିଶା ଚାପ୍ଟର ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟକୁ ଓଡ଼ିଶାର ‘ବେସ୍‌ରେଟ୍‌’ ଭାବେ ଗ୍ରହଣ କରିବେ। ଏହା ଫଳରେ ଓଡ଼ିଶାର ସମସ୍ତ କୁକୁଡ଼ାଅଣ୍ଡା ଚାଷୀ ବିଶେଷ ଭାବେ ଉପକୃତ ହେବେ ବୋଲି ଅଲ୍‌ ଓଡ଼ିଶା ଲେୟାର ଫାର୍ମର୍ସ ଆସୋସିଏଶନ ଅଧ୍ୟକ୍ଷ ମାନସ ମଙ୍ଗରାଜ କହିଛନ୍ତି। ମଙ୍ଗଳବାର ଗୀତ ଗୋବିନ୍ଦ ସଦନରେ ଆସୋସିଏଶନ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ମଙ୍ଗରାଜ ଉପସ୍ଥିତ ରହି କହିଥିଲେ, ରାଜ୍ୟରେ ଅଣ୍ଡା ଶିଳ୍ପ ଅତ୍ୟନ୍ତ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଯଦି ଏହି ପରିସ୍ଥିତି ଲାଗି ରୁହେ, ତେବେ ଆସନ୍ତା ୧ବର୍ଷ ମଧ୍ୟରେ ଓଡ଼ିଶାରେ ୫୦% ଅଣ୍ଡା ଶିଳ୍ପ ବନ୍ଦ ହୋଇଯିବ। ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ। ଓଡ଼ିଶାରେ ୬୫ ଲକ୍ଷ କୁକୁଡ଼ାଅଣ୍ଡା ଉତ୍ପାଦନ ହେଉଥିବାବେଳେ ୯୫ ଲକ୍ଷ ଚାହିଦା ରହିଛି। ଆମ ରାଜ୍ୟରେ ଉତ୍ପାଦିତ ଦ୍ରବ୍ୟ ମୂଲ୍ୟ ନିଜେ ନିର୍ଦ୍ଧାରଣ କରିପାରୁ ନ ଥିବାରୁ ନେକ୍‌ ବିଜୟଓ୍ବାଡ଼ା ଜୋନ୍‌ ଦ୍ୱାରା ଏହା ନିର୍ଦ୍ଧାରିତ ହେଉଥିଲା। କିନ୍ତୁ ଏବେ ଆଉ ତାହା ହେବ ନାହିଁ। ଆସୋସିଏଶନର ସଦସ୍ୟମାନଙ୍କ ଚେଷ୍ଟା ଫଳରେ ବ୍ରହ୍ମପୁରରେ ନେକ୍‌ର ଓଡ଼ିଶା ଚାପ୍ଟର ଗଠନ କରିବାରେ ସଫଳ ହୋଇଛୁ। ରାଜ୍ୟରେ ଉତ୍ପାଦିତ କୁକୁଡ଼ାଅଣ୍ଡା ମଧ୍ୟରୁ ବ୍ରହ୍ମପୁରରେ ପ୍ରାୟ ୪୦ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି। ତେଣୁ ସେଠାରେ ନେକ୍‌ ଓଡ଼ିଶା ଜୋନ୍‌ର ଚାପ୍ଟର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଓଡ଼ିଶା ଚାପ୍ଟର ପକ୍ଷରୁ ପ୍ରତିଦିନ ଅଣ୍ଡାର ନିର୍ଦ୍ଧାରିତ ମୂଲ୍ୟ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ଚାହିଦାକୁ ଦେଖି ମୂଲ୍ୟରେ ପରିବର୍ତ୍ତନ କରାଯିବ ବୋଲି ମଙ୍ଗରାଜ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ଖୁବ୍‌ଶୀଘ୍ର ଆସୋସିଏଶନ ପକ୍ଷରୁ ୧୦୦ ଆଉଟ୍‌ଲେଟ୍‌ ଖୋଲାଯିବ। ୧ ମାସ ଭିତରେ ଭୁବନେଶ୍ୱରରେ ୧୦ ଆଉଟ୍‌ଲେଟ୍‌ ଖୋଲାଯିବ, ଯେଉଁଠାରେ ଖାଉଟି କମ୍‌ ଟଙ୍କାରେ ଏବଂ ଫ୍ରେସ୍‌ ଅଣ୍ଡା ପାଇପାରିବେ ବୋଲି ମଙ୍ଗରାଜ କହିଛନ୍ତି। ଓପୋଲଫେଡ୍‌ ସଂଘ ପାଖରୁ ଅଣ୍ଡା ନେବା ପାଇଁ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି। ଏଥିସହିତ ଉମରକୋଟ୍‌ ଓ ଚନ୍ଦ୍ରଗିରିରେ ଥିବା ମକାଚାଷୀଙ୍କୁ ଋଣ ଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛୁ। ଫଳରେ ସେମାନେ ଆଉ ବାହାର ବ୍ୟବସାୟୀଙ୍କ ଶିକାର ହୋଇପାରିବେ ନାହିଁ। ଉକ୍ତ ଖବରଦାତା ସମ୍ମିଳନୀରେ ସଙ୍ଗଠନ ସଭାପତି ବି.ବି. ଚୌଧୁରୀ, ଉପସଭାପତି ଦେବଦତ୍ତ ବିଶ୍ୱାଳ, ସମ୍ପାଦକ ଏଲ୍‌. ସରୋଜ ପାତ୍ର, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପାତ୍ର, ଉପଦେଷ୍ଟା ମଦନ ମୋହନ ରାଉତ ଓ ନେକ୍‌ ଓଡ଼ିଶା ଜୋନ୍‌ ଚେୟାରମ୍ୟାନ୍‌ ଶୁଭେନ୍ଦୁ କୁମାର ସାହୁ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରଥମ ଥର ପାଇଁ ଚାପ୍ଟର ଖୋଲାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?