‘ବୈବାହିକ ସମ୍ପର୍କ ନ ଥିଲେ ସଂଯମୀ ହୁଅନ୍ତୁ ମହିଳା’

କଟକ,୯।୭(କାର୍ତ୍ତିକ ସାହୁ): ପରସ୍ପର ମଧ୍ୟରେ ଭଲ ସମ୍ପର୍କ ଥାଇ ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ ବୋଲି ହାଇକୋର୍ଟ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ବିଚାରପତି ରାଧାକୃଷ୍ଣ ପଟ୍ଟନାୟକ ଏହି ରାୟ ପ୍ରଦାନ କରିବା ପରେ ଆବେଦନକାରୀ ମନୋରଞ୍ଜନ ଦାସ ଏଭଳି ଆପରାଧିକ ମାମଲାରୁ ବର୍ତ୍ତିଛନ୍ତି। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଜଣେ ମହିଳାଙ୍କ ପକ୍ଷରୁ ରୁଜୁ ମାମଲା ବିରୋଧରେ ଅପରପକ୍ଷର ମନୋରଞ୍ଜନ ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମହିଳାଙ୍କ ସହ ମନୋରଞ୍ଜନଙ୍କ ନିବିଡ଼ ସମ୍ପର୍କରୁ ବିବାହର ପ୍ରତିଶ୍ରୁତି ପରେ ଶାରୀରିକ ସମ୍ପର୍କ ହୋଇଥିଲା। ମହିଳା ଜଣକ ବିବାହିତା ଓ ତାଙ୍କ ସ୍ବାମୀଙ୍କ ସହ ଛାଡ଼ପତ୍ର ହୋଇ ନ ଥିବାବେଳେ ମନୋରଞ୍ଜନ ପରବର୍ତ୍ତୀ ସମୟରେ ମହିଳାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ମହିଳା ଜଣକ ଥାନାରେ ମନୋରଞ୍ଜନଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ। ପୋଲିସ ମନୋରଞ୍ଜନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ମନୋରଞ୍ଜନ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ବିଚାର କରି ଉପରୋକ୍ତ ରାୟ ପ୍ରଦାନ କରିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଛି। ତେବେ ଏଭଳି ପରିସ୍ଥିତିରୁ ବର୍ତ୍ତିବା ପାଇଁ ବୈବାହିକ ସମ୍ପର୍କ ନ ଥିଲେ ମହିଳାମାନେ ସଂଯମୀ ହେବାକୁ ମତପ୍ରକାଶ ପାଇଛି।

ପ୍ରାପ୍ତବୟସ୍କ ପୁରୁଷ ଓ ମହିଳା ଯଦି ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ରଖନ୍ତି ଓ ଏହି ସମ୍ପର୍କ ପୁରୁଷଙ୍କ ବିବାହ ପ୍ରତିଶ୍ରୁତି ଆଧାରରେ ଗଢ଼ିଉଠେ ଏବଂ ମହିଳା ଜଣକ ସ୍ବଇଚ୍ଛାରେ ନିଜର ସମ୍ମତି ପ୍ରଦାନ କରିଥାନ୍ତି, ଆଉ ପରବର୍ତ୍ତୀ ଅବସ୍ଥାରେ ପୁରୁଷ ଜଣକ ଯଦି ବିବାହ ପ୍ରତିଶ୍ରୁତିରୁ ଓହରି ଯାଆନ୍ତି ତେବେ ଏହା ବଳାତ୍କାର ମାମଲା ପରିସରକୁ ଆସିପାରିବ ନାହିଁ। ଏ ନେଇ ସୁପ୍ରିମକୋର୍ଟ ପ୍ରମୋଦ ସୂର୍ଯ୍ୟବନ ପଓ୍ବର ବନାମ ମହାରାଷ୍ଟ୍ର ସରକାର ମାମଲାରେ ୨୦୧୯ରେ ରାୟ ପ୍ରଦାନ କରିଛନ୍ତି। ସେହିପରି ଓଡ଼ିଶା ହାଇକୋର୍ଟର ବିଚାରପତି ଡ. ସଞ୍ଜୀବ କୁମାର ପାଣିଗ୍ରାହୀ ୨୦୨୦ରେ ଜି. ଅଚ୍ୟୁତ କୁମାର ବନାମ ଓଡ଼ିଶା ସରକାରଙ୍କ ମାମଲାରେ ମଧ୍ୟ ଏହି ରାୟ ପ୍ରଦାନ କରିଛନ୍ତି। ଏଥିସହ ୨୦୨୨ରେ ସନ୍ତୋଷ ନାୟକ ବନାମ ଓଡ଼ିଶା ସରକାରଙ୍କ ମାମଲାରେ ମଧ୍ୟ ହାଇକୋର୍ଟ ସମାନ ରାୟ ପ୍ରଦାନ କରିଛନ୍ତି। ଭାରତୀୟ ପିଙ୍ଗଳ କୋଡ୍‌ ୩୭୫ ଧାରାରେ ବଳାତ୍କାର ସଂଜ୍ଞା ନିରୂପଣ ଆଧାରରେ ଯେଉଁ ୭ଟି ବର୍ଣ୍ଣନା ରହିଛି ସେଥିରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରକ୍ଷା କରି ବଳାତ୍କାର ପରିସରକୁ ଆସୁ ନ ଥିବାରୁ ଏହି ରାୟଗୁଡ଼ିକ ସମାଜରେ ବିଭିନ୍ନ ବର୍ଗର ଲୋକମାନଙ୍କୁ ଆଇନ୍‌ର ଦିଗ ପ୍ରତି ସଚେତନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।
-ଦେବସ୍ନାନ ଦାସ, ଆଇନଜୀବୀ, ଓଡ଼ିଶା ହାଇକୋର୍ଟ

ପ୍ରାପ୍ତବୟସ୍କ ହେବା ପରେ କୌଣସି ମହିଳା, ପୁରୁଷ ସହମତିରେ ଶାରୀରିକ ସମ୍ପର୍କ ରଖିଲେ ଏହାକୁ ବଳାତ୍କାର କୁହାଯାଇପାରିବ ନାହିଁ। ଏନେଇ ଏକାଧିକ ଅଦାଲତି ରାୟ ରହିଛି। ହେଲେ ବିବାହ ହୋଇ ନ ଥିବା ଯାଏ ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ଦ୍ୱାରା ଭବିଷ୍ୟତରେ କୌଣସି ବିବାଦୀୟ ସ୍ଥିତି ସୃଷ୍ଟିରୁ ନିଜକୁ ରକ୍ଷା କରିବା ପାଇଁ ମହିଳାମାନେ ଚାହିଁଲେ ଏହାକୁ ଏଡ଼େଇପାରିବେ। ବିବାହିତା ମହିଳାଙ୍କ କ୍ଷେତ୍ରରେ ଏଭଳି କାର୍ଯ୍ୟ ଅନେକ ଗୁରୁତ୍ୱ ବହନ କରେ। ଦମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ ହେଲେ ଯଥାସମ୍ଭବ ତାକୁ ଦୂର କରିବା ପାଇଁ ଚେଷ୍ଟା କରାଯିବା ଆବଶ୍ୟକ। ପର ପୁରୁଷ ସହ ଶାରୀରିକ ସମ୍ପର୍କ ସୃଷ୍ଟି କରିବା ପୂର୍ବରୁ ନିଜର ଭବିଷ୍ୟତ ପ୍ରତି ଦୃଷ୍ଟି ଦେଇ ନିରାପଦ ଦୂରତ୍ୱ ରଖିବା ବୁଦ୍ଧିମାନର କାର୍ଯ୍ୟ।
-ନିବେଦିତା ମହାନ୍ତି, ଆଇନଜୀବୀ, ଓଡ଼ିଶା ହାଇକୋର୍ଟ

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ମନା କରିଦେବା ଏକ ଠକାମି, ବଳାତ୍କାର ନୁହେଁ। ଯୁବତୀଯୁବକମାନେ ସାଙ୍ଗ ହୁଅନ୍ତୁ, ହେଲେ ପରସ୍ପର ମଧ୍ୟରେ ସଂଯମତା ରକ୍ଷା କରନ୍ତୁ। ଝିଅପୁଅଙ୍କ ମଧ୍ୟରେ ସମ୍ପର୍କ ଯେତେ ବି ଘନିଷ୍ଠ ହେଉ ବିବାହ ନ ହେବା ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ। ଏହାକୁ ଆମ ସମାଜ ଗ୍ରହଣ କରେ ନାହିଁ। ବିଶେଷକରି ଝିଅମାନେ ଏପରି ଠକାମିର ଶିକାର ହେଉଛନ୍ତି। ବିବାହ ପୂର୍ବରୁ ଏପରି ପରିସ୍ଥିତିରୁ ସେମାନେ ଯଥାସମ୍ଭବ ନିଜକୁ ଦୂରେଇ ରଖନ୍ତୁ। ମା’ବାପାମାନେ ଛୋଟବେଳୁ ପିଲାମାନଙ୍କ ମନରେ ମୂଲ୍ୟବୋଧ ଜାଗ୍ରତ କରାଇବା ଆବଶ୍ୟକ। ଝିଅମାନେ ଯେପରି କାହାରି କାମନାର ଶିକାର ନ ହେବେ ସେଥିପ୍ରତି ସଜାଗ ରହିବା ଦରକାର।
-ଡ. ସତ୍ୟକାମ ମିଶ୍ର, ଶିକ୍ଷାବିତ୍‌ ତଥା ବୁଦ୍ଧିଜୀବୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri