ବେଳାଭୂମିରେ ଗହଳି ମନା

ପୁରୀ ଅଫିସ,୧୬।୩: କରୋନାକୁ ନେଇ ବିଶ୍ୱବ୍ୟାପୀ ଭୟଙ୍କର ସ୍ଥିତି। ଦିନକୁ ଦିନ ଏହି ମାରାତ୍ମକ ଭୂତାଣୁ ନୂଆ ନୂଆ ଦେଶରେ ତା’ର ଉପସ୍ଥିତି ଜାହିର କରୁଛି। ଭାରତରେ ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲାଣି କିନ୍ତୁ ଓଡ଼ିଶା ବେଶ୍‌ ଭଲ ସ୍ଥିତିରେ ରହିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ କେହି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। କିନ୍ତୁ ଏଥିପ୍ରତି ସମସ୍ତକୁ ସତର୍କତା ଏବଂ ସଚେତନତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ବିଭିନ୍ନ ଆଡଭାଇଜରି ଜାରି କରିଛନ୍ତି। ଏହାକୁ ନଜରରେ ରଖି ପୁରୀ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବେଳାଭୂମିରେ କଟକଣା ଲଗାଇଛି ପ୍ରଶାସନ। ଜିଲାପାଳ ବଲୱନ୍ତ ସିଂ ରବିବାର ଗଣମାଧ୍ୟମକୁ କହିଛନ୍ତି ଯେ, ଜିଲାରେ ଯେଉଁସବୁ ବେଳାଭୂମିରେ ଗହଳି ହୁଏ ତାହାକୁ ବାରଣ କରାଯାଇଛି। ବେଳାଭଭୂମିକୁ ନ ଯିବା ଲାଗି ସ୍ଥାନୀୟ ଜନସାଧାରଣ ଏବଂ ପର୍ଯ୍ୟଟକଙ୍କୁ ମନା କରାଯାଉଛି। କୌଣସି ସାଇଟ୍‌ ସିଇଙ୍ଗ୍‌ ଟୁର୍‌ ବସ ପୁରୀରୁ ଭୁବନେଶ୍ୱର, କୋଣାର୍କ, ଚିଲିକା, ସାତପଡ଼ା ସମେତ ଦର୍ଶନୀୟ ସ୍ଥାନକୁ ବନ୍ଦ ରଖାଯାଇଛି। ସହରରେ ଥିବା ବିଦେଶୀ ନାଗରିକଙ୍କ ଉପରେ ନଜର ରଖାଯାଇଛି। ସେମାନେ କେଉଁ ଦେଶରୁ ଓ କେବେ ଆସିଛନ୍ତି ତାହାର ଯାଞ୍ଚ ହେଉଛି। ସେହିପରି ବିବାହ, କୌଣସି ଧାର୍ମିକ କାର୍ଯ୍ୟକ୍ରମ ଉପରେ ବି ନଜର ରଖାଯାଇଛି। ଦରକାର ପଡ଼ିଲେ ଏହା ଉପରେ କଟକଣା ଲଗାଯିବ।
ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତି ବୈଠକ ଖୁବ୍‌ଶୀଘ୍ର କରାଯିବ। ଏଥିରେ ମୁଖ୍ୟତଃ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସଚେତନ କରାଯିବ। ସେହିପରି ଜିଲାର ଏସ୍‌ଏଚ୍‌ଜି ସଦସ୍ୟାମାନେ ହାତସଫା ରଖିବା, ଥଣ୍ଡା କାଶ ଏବଂ ଗୋଟିଏ ଜାଗାରେ ଭିଡ଼ ନ କରିବା ନେଇ ଲୋକଙ୍କୁ ସଚେତନ କରିବେ। ଯଥାସମ୍ଭବ ଲୋକେ ସେମାନଙ୍କ ଘରେ ରହିଲେ ଏହା ନିଜ ତଥା ସମାଜ ପାଇଁ ମଙ୍ଗଳ ହେବ ବୋଲି ଜିଲାପାଳ କହିଛନ୍ତି। ଫନୀକୁ ସଫଳତାର ସହ ମୁକାବିଲା କରି ଉଦାହରରଣ ସୃଷ୍ଟି କରିଥିଲା ପୁରୀ। ବର୍ତ୍ତମାନ କରୋନାର ଭୟାବହତା ନେଇ ଯେଉଁ ସତର୍କତା ଓ ସଚେତନତା କରାଯାଉଛି ସେଥିରେ ମଧ୍ୟ ପୁରୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ। କାରଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଟିରୁ ଯେଉଁ ବାର୍ତ୍ତା ଯିବ ତାହାକୁ ନିଶ୍ଚିତ ସବୁ ମନ୍ଦିର ଏବଂ ପରିବାର ସଦସ୍ୟ ମାନିବେ। ତେବେ ଏଥିପାଇଁ କିଛି ସମୟ ଆମକୁ କଷ୍ଟ କରିବାକୁ ପଡ଼ିିବ ବୋଲି ଜିଲାପାଳ ସହରବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି କୌଣସି ବିପତ୍ତି ସମୟରେ ଅନେକ ଲୋକ ଏହାର ଫାଇଦା ନେବାକୁ ଚେଷ୍ଟା କରନ୍ତି। କିନ୍ତୁ କରୋନାକୁ ନେଇ ଯେଉଁ ସ୍ଥିତି ରହିଛି ସେଥିପାଇଁ ଯୋଗାଣ ସାମଗ୍ରୀର କୌଣସି ଅଭାବ ରହିବ ନାହିଁ। ତେଣୁ କୌଣସି ଜିନିଷ ପାଇଁ ଭିଡ଼ କରିବାର ଆବଶ୍ୟକତା ନାହିଁ। ସବୁ ଜିନିଷ ପର୍ଯ୍ୟାପ୍ତ ପରିମାଣରେ ବଜାରରେ ଉପଲବ୍ଧ ଅଛି। କିନ୍ତୁ ଯେଉଁମାନେ କଳାବଜାର କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ବ୍ଲକସ୍ତରରେ ତହସିଲଦାରଙ୍କ ନେତୃତ୍ୱରେ ଯୋଗାଣ ବିଭାଗ ଏବଂ ପୋଲିସ କର୍ମଚାରୀଙ୍କୁ ନେଇ ଯାଞ୍ଚ କମିଟି ଗଠନ କରାଯାଇଛି ବୋଲି ଜିଲାପାଳ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri