ବେଧଡ଼କ ଚାଲିଛି ବାଲି ଉଠାଣ

ଆରଡ଼ି, ୨।୭ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତସ୍ଥିତ ବୋଡ଼କ ଓ ଷାଠିବାଙ୍କୁଡା ନିକଟରେ ବୈତରଣୀ ନଦୀରୁ ଭୁଟୁଭୁଟି ସାହାଯ୍ୟରେ ବେଧଡ଼କ ବାଲି ଉଠାଣ ଚାଲିଛି। ଏହି ବାଲି ଉଠାଣ ଯୋଗୁ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି। ଏହାକୁ ରୋକିବା ପାଇଁ ପ୍ରଶାସନିକ ସ୍ଥାଣୁତା ନେଇ ଅଭିଯୋଗ ହେଉଛି। ଲଗାଣ ବର୍ଷାରେ ସୋମବାର ମଧ୍ୟ ଏଠାରୁ ବାଲି ଉଠାଣ ହେଉଥିବା ଦେଖିବାକୁ ମିଳିଥିଲା। ଆଇନ ଅନୁସାରେ ବାଲି ଉପରେ ଯଦି ୫ ଇଞ୍ଚର ପାଣି ଥାଏ, ସେ ସ୍ଥାନରୁ ବାଲି ଉଠାଣ ହୋଇପାରିବ ନାହିଁ। ଏହି ଆଇନକୁ ବେଖାତିର କରି ପାଣିର ୫ରୁ ୭ ଫୁଟ ତଳୁ ବାଲି ଉଠାଣ କରାଯାଉଛି। ପେଟପାଟଣା ପାଇଁ କେତେକ ବ୍ୟକ୍ତି ବିପଜ୍ଜନକ କାର୍ଯ୍ୟରେ ନିଜକୁ ସାମିଲ କରି ନଦୀରେ ବୁଡ଼ି ବାଲି ଉଠାଉଛନ୍ତି, ଯାହା କି ମାନବାଧିକାର ଉଲ୍ଲଂଘନ ପରିସରକୁ ଆସୁଛି। ଅପ୍ରାପ୍ତବୟସ୍କ ପିଲା ବି ଏହି କାମରେ ନିୟୋଜିତ ହେବାକୁ ପଛାଉ ନାହାନ୍ତି। ବର୍ଷ ବର୍ଷ ଧରି ଏହି ପ୍ରକ୍ରିୟା ଚାଲୁ ରହିଥିଲେ ମଧ୍ୟ ଚାନ୍ଦବାଲି ତହସିଲ ପକ୍ଷରୁ ବର୍ଷରେ ଥରେ ଅଧେ ଚଢ଼ାଉ କରାଯାଉଥିବା ଅଭିଯୋଗ ହେଉଛି। ବାଲି ମାଫିଆଙ୍କ କବ୍‌ଜାରେ ଜିଲା ପ୍ରଶାସନ ରହିଥିବା ବୋଡ଼କ ଓ ଷାଠିବାଙ୍କୁଡ଼ା ଅଧିବାସୀ କହିଛନ୍ତି। ବାଲି ଉଠାଣ ଦ୍ୱାରା ନଦୀବନ୍ଧ ଧସୁଥିବା ଷାଠିବାଙ୍କୁଡ଼ା ଗ୍ରାମର ଲୋକେ ଅଭିଯୋଗ ଆଣିଛନ୍ତି।
ଷାଠିବାଙ୍କୁଡା ନଦୀବନ୍ଧରେ ପ୍ରତିବର୍ଷ ପଥରପ୍ୟାକିଂ କରାଯାଉଥିଲେ ହେଁ ତାହା ନଦୀ ମଧ୍ୟକୁ ଧସିଯାଉଛି। ଷାଠିବାଙ୍କୁଡା ଓ ବୋଡ଼କ ମଧ୍ୟସ୍ଥାନରେ ଥିବା ୨୦ ନମ୍ବର ଜାତୀୟ ରାଜପଥରେ ସମାନ ପରିସ୍ଥିତି ସୃଷ୍ଟି ହେଉଛି। ଜଳସେଚନ ବିଭାଗର ଅଧିକାରୀ ଏହାକୁ ହୃଦୟଙ୍ଗମ କରି ଚାନ୍ଦବାଲି ତହସିଲଦାରଙ୍କୁ ଏ ବିଷୟରେ ଜଣାଇଛନ୍ତି। କର୍ମଚାରୀ ଅଭାବ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ତହସିଲ ପକ୍ଷରୁ କୁହାଯାଉଛି। ଏହି ବେନିୟମ ବାଲି ଉଠାଣ ପ୍ରକ୍ରିୟା ପଛରେ ୨ଟି ରାଜନୈତିକ ଦଳର ହାତ ଥିବା ନେଇ ଚର୍ଚ୍ଚା ହେଉଛି। ଏହାକୁ ବନ୍ଦ କରିବାକୁ ବିଭିନ୍ନ ମହଲରୁ ଦାବି କରାଯାଇଛି। ଏ ସମ୍ପର୍କରେ ଷାଠିବାଙ୍କୁଡ଼ା ଗ୍ରାମର ଅଧିବାସୀ ନୀଳମଣି ବିଶ୍ୱାଳ କହିଛନ୍ତି, ନଦୀବନ୍ଧ ଦୁର୍ବଳ ହେବା ପଛରେ ବାଲି ଉଠାଣ ପ୍ରଥମ କାରଣ ଏବଂ ଏଥିଯୋଗୁ ପଥର ଧସୁଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯାଇ ଏହାକୁ ବନ୍ଦ କରାଯିବା ଜରୁରୀ। ଆରଡ଼ି ରାଜସ୍ବ ନିରୀକ୍ଷକ ଦେବାଶିଷ ରାୟଙ୍କୁ ଏ ବିଷୟରେ ପଚାରିବାରୁ କହିଥିଲେ, ଏଭଳି ଉପାୟରେ ନଦୀରୁ ବାଲି ଉଠାଇବା ବେଆଇନ। ବିଭିନ୍ନ ସମୟରେ ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ବାଲି ଉଠାଣକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଏହାକୁ ବନ୍ଦ କରାଯିବା ପାଇଁ ନିଶ୍ଚୟ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା ହତ୍ୟାକାଣ୍ଡ; ସ୍ତ୍ରୀଙ୍କ ମୁଣ୍ଡକୁ କାଟି ଫ୍ରିଜରେ ରଖିଲେ ସ୍ବାମୀ, ଆଙ୍ଗୁଠିକୁ…..

ଗୁଆହାଟୀ,୭।୯: ଆସାମର ଗୁଆହାଟୀରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ବିବାହର ମାତ୍ର କିଛି ମାସ ପରେ ୨୫ ବର୍ଷୀୟା ରିୟା ତାଲୁକଦାରଙ୍କ ମୃତଦେହ ତାଙ୍କ…

ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ…

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ଦାରିଙ୍ଗବାଡ଼ିରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ: ବାଲ୍ୟବିବାହ ରୋକିବା ଓ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ସୋମବାର ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ…

ସ୍କ୍ରବ୍‌ ଟାଇଫସ୍‌: ଏମାନଙ୍କ ସଂସ୍ପର୍ଶରେ ଆସିଲେ ହୋଇଥାଏ ଏହି ରୋଗ

ସ୍କ୍ରବ୍‌ ଟାଇଫସ୍‌ ଏକ ସଂକ୍ରାମକ ରୋଗ ଓ ଏହା ରିକେଟ୍‌ସିଆ ଗ୍ରୁପ୍‌ର ଜୀବାଣୁ ଓରିଏନସିଆ ସୁସୁଗାମୁଷି ଜୀବାଣୁ ଦ୍ୱାରା ହୋଇଥାଏ। ଏହି ଜୀବାଣୁ ଜଉପୋକ, ଲୁଣିଆ ପୋକ…

ବଡ଼ ଘୋଷଣା; ଛାତ୍ରୀଛାତ୍ର ଓଡ଼ିଆରେ ପଢ଼ିବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ

ଭୁବନେଶ୍ୱର, ୭।୯: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଇଛି । ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ ହେବ । ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଯୁକ୍ତ…

ଜାଣନ୍ତୁ କେମିତି ନିୟନ୍ତ୍ରଣରେ ରହିବ ବ୍ଲଡ୍‌ପ୍ରେସର

ରକ୍ତଚାପ ବା ବ୍ଲଡପ୍ରେସର ଦୁଇ ଭାଗରେ ବିଭକ୍ତ, ଯଥା- ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡପ୍ରେସର, ଲୋ ବ୍ଲଡପ୍ରେସର ବା ନିମ୍ନ ରକ୍ତଚାପ। ବିଶେଷଭାବରେ ଲୋ ବ୍ଲଡପ୍ରେସର…

ଚର୍ଚ୍ଚିତ ଗୌଣ ଗ୍ରହ ଆପୋଫିସ୍‌

ଆମ ସୌରଜଗତରେ ମଙ୍ଗଳ ଓ ବୃହସ୍ପତି ଗ୍ରହଦ୍ୱୟ କକ୍ଷ ମଝିରେ ଅନେକଗୁଡିଏ କ୍ଷୁଦ୍ର ଜ୍ୟୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି। ଏଗୁଡିକ ଗ୍ରହାଣୁ ବା ଗୌଣଗ୍ରହ କୁହାଯାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri