Categories: ଖେଳ

ବେଙ୍ଗାଲୁରୁ ଓ୍ବାଲର୍‌ଡ ୧୦କେ’ରେ ଭାଗ ନେବେ ବିଶ୍ୱ ଚାମ୍ପିୟନ

ବେଙ୍ଗାଲୁରୁ,୧୨ା୫ (ପି.ଟି.)-ଚଳିତ ମାସ ୧୯ରେ ଏଠାରେ ହେବାକୁଥିବା ଟାଟା କନସଲଟେନ୍ସି ସର୍ଭିସେସ୍‌ ଓ୍ବାଲର୍‌ଡ ୧୦କେ ରେସ୍‌ରେ ବିଶ୍ୱ ଚାମ୍ପିୟନ ତଥା ଏସିଆନ ଗେମ୍ସ ମାରାଥନ ସ୍ବର୍ଣ୍ଣ ବିଜୟିନୀ ବାହାରିନ୍‌ର ରୋଜ୍‌ ଚେଲିମୋ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଜିତିଥିବା ୯ ପୁରୁଷ ଓ ୮ ମହିଳା ସମେତ ୧୭ଜଣ ଆଥଲେଟ୍‌ ଏଥିରେ ଭାଗ ନେବେ। ସମସ୍ତଙ୍କୁ ରେସ୍‌ର ଷ୍ଟାର୍ଟିଂ ଲାଇନ୍‌ ଅପ୍‌ରେ ଦେଖିବାକୁ ମିଳିବ। ୧୨ଜଣ ଅନ୍ତର୍ଜାତୀୟ ଏଲିଟ୍‌ ପୁରୁଷ ଆଥଲେଟଙ୍କ ମଧ୍ୟରୁ ୭ଜଣଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୨୦୧୪ରେ କୋର୍ସ ରେକର୍ଡ ପ୍ରତିଷ୍ଠା କରିଥିବା ଜେଫ୍ରି କାମୋରୋର୍‌ଙ୍କଠାରୁ ନିମ୍ନରେ ରହିଛି। ସେହିପରି ୧୦ ଅନ୍ତର୍ଜାତୀୟ ଏଲିଟ୍‌ ମହିଳାଙ୍କ ମଧ୍ୟରୁ ୧୦ଜଣଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଗତ ସଂସ୍କରଣରେ ଆଗନେସ ଟିରୋପ (୩୧:୧୯)ଙ୍କ ଦ୍ୱାରା ପ୍ରତିଷ୍ଠିତ ରେକର୍ଡଠାରୁ ପଛରେ ରହିଛି। କେନିଆର ଟିରୋପ ଏଥର ତାଙ୍କ ଟାଇଟଲ ବଜାୟ ରଖିବା ଉଦ୍ଦେଶ୍ୟରେ ସହରକୁ ଆସିଛନ୍ତି।

Share