ବେଆଇନ ଚୋରା ଦେଶୀ, ବିଦେଶୀ ମଦ ବିକ୍ରିକୁ ବିରୋଧ: ରାଲି କରି ଅବକାରୀ କାର୍ଯ୍ୟାଳୟରେ ପହଞ୍ଚିଲେ ମହିଳା

ଧର୍ମଶାଳା, ୨୩।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଗଙ୍ଗାଧରପୁର ପଞ୍ଚାୟତର ପଲାର ଗ୍ରାମର ଏସ୍‌ଏଚ୍‌ଜି ମହିଳା ସଂଘ ପକ୍ଷରୁ ବେଆଇନ ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି ବିରୋଧରେ ଦାବିପତ୍ର ପ୍ରଦାନ କରାଯାଇଛି। ଗଙ୍ଗାଧରପୁର (ନକପୋଲ) ଗ୍ରାମରେ ଚୋରା ବିଦେଶୀ ମଦ ଓ ପଲାର ଗ୍ରାମରେ ଦେଶୀ ହାଣ୍ଡିଆ, ଲସି, ଗଞ୍ଜେଇ ଏବଂ ଦୁଗ୍ଧ ଚୋରାରେ ବିକ୍ରୟ ହେଉଥିବାକୁ ଏହାର ବିରୋଧ କରି ଧର୍ମଶାଳା ଅବକାରୀ ବିଭାଗକୁ ଏସ୍‌ଏଚ୍‌ଜି ମହିଳା ସଂଘ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି ଶତାଧିକ ଏସ୍‌ଏଚ୍‌ଜି ମହିଳାମାନେ ପଲାର ଗ୍ରାମ ନିକଟରୁ ଏକ ରାଲିରେ ବାହାରି ମଦ ବନ୍ଦର ନାରା ଦେଇ ଜାରକାସ୍ଥିତ ଅବକାରୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନଙ୍କ ଗ୍ରାମର ନାବାଳକ ଓ ଯୁବକ ସମସ୍ତେ ମଦ୍ୟପାନ କରି ବିଭିନ୍ନ ପ୍ରକାରର ଅପ୍ରତିକାର ପରିସ୍ଥିତି ସୃଷ୍ଟି କରୁଥିବା ଜଣାଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ଉତ୍ସବ: ପଦ୍ମନାଭପୁର ଗାଁ ଉତ୍ସବ ମୁଖର

ଦିଗପହଣ୍ଡି,୨୩ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମରେ ଶ୍ରୀଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ଉତ୍ସବ ସୋମବାରଠାରୁ ଶୁଭାରମ୍ଭ ହୋଇଛି। ଏଥି ନିମନ୍ତେ ସମଗ୍ର ଗାଁ ଉତ୍ସବ ମୁଖର…

ପରାଜୟ ପରେ ମୁହଁ ଖୋଲିଲେ ଭାରତୀୟ ଦଳର ବ୍ୟାଟିଂ କୋଚ୍‌, କହିଲେ…

ଅହମଦାବାଦ,୨୩ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ସୁପର-୮ ମ୍ୟାଚ୍‌ରେ ପରାଜୟ ପରେ ଭାରତୀୟ ଦଳର ଟପ୍‌ ଅର୍ଡରରେ ବଡ଼ ପରିବର୍ତ୍ତନ ହୋଇପାରେ। ଏ ନେଇ ଭାରତୀୟ…

ବନ୍ଥପଲ୍ଲୀ ଗାଁ ପୁଣି ଅଶାନ୍ତ: ଘର ଉପରକୁ ବୋମା ମାଡ଼ କଲେ…

ଦିଗପହଣ୍ଡି,୨୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ବନ୍ଥପଲ୍ଲୀ ଗ୍ରାମର ପ୍ରଶାନ୍ତ ଭୂୟାଁଙ୍କ ଘର ଉପରକୁ ବୋମା ମାଡ଼ କରାଯାଇଛି। କିଛିଦିନର ନୀରବତା ପରେ…

ଭାଜପାର ମିଶ୍ରଣ ପର୍ବ, ସୁନାବେଡା ପୌରପାଳିକା ଅଧ୍ୟକ୍ଷଙ୍କ ସହ ଯୋଗଦେଲେ ଅନେକ କର୍ମୀ

କୋରାପୁଟ,୨୩।୨(ଅମିତାଭ ବେହେରା ): କୋରାପୁଟ ଜିଲାର ସୁନାବେଡା ପୌରପାଳିକା ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର ସୋମବାର ବିଜେଡି ଛାଡି ଭାଜପାରେ ଯୋଗଦାନ କରିଛନ୍ତି । ତାଙ୍କ ସହ…

ରାଜ୍ୟ ସଭା କାହାକୁ ପଠାଯିବ: ଏମିତି କହିଦେଲେ ମନମୋହନ

ଭୁବନେଶ୍ୱର, ୨୩।୨: ଭାଜପା କୋର କମିଟି ବୈଠକକୁ ନେଇ ମନମୋହନ ସାମଲ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜ୍ୟସଭା ନିର୍ବାଚନ ଉପରେ ଚର୍ଚ୍ଚା ହୋଇଛି। ରାଜ୍ୟ…

ଧରିତ୍ରୀ ପ୍ରଭାବ : ୫ ମିନିଟ୍ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ଟି ମିଲକୁ ଧାନଯିବା ଘଟଣା, ୨ କର୍ମଚାରୀ ନିଲମ୍ବିତ

ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ କିଣାବିକାରେ ପଲ୍ସ ଏଣ୍ଟ୍ରି ନୂଆ ନୁହେଁ, ଏଭଳି ଫଲ୍ସ ଏଣ୍ଟ୍ରିର ପ୍ରମାଣ ଗତ ମଙ୍ଗଳବାର ଧରିତ୍ରୀକୁ ମିଳିଥିଲା । ବୁଧବାର…

୨୦୨୭ ମସିହା ଜନଗଣନା ସମ୍ପର୍କିତ ପ୍ରଶିକ୍ଷଣ, ନିର୍ଭୁଲ ତଥ୍ଯ ଦେବାକୁ…

ଛତ୍ରପୁର,୨୩ା୨(ଦିଲ୍ଲୀପ ସାମଲ): ୨୦୨୭ ମସିହା ଜନଗଣନା ସମ୍ପର୍କିତ ଏକ ଦୁଇଦିନିଆ ପ୍ରଶିକ୍ଷଣ କର୍ମଶାଳା ଅତିରିକ୍ତ ଜିଲାପାଳ ତଥା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁନୀଲ କୁମାର…

ଅଭିଯୋଗ ଶୁଣାଣି, ଗୋପାଳବନ୍ଧରେ ଫୁଡକୋର୍ଟ ନିର୍ମାଣ ବନ୍ଦ କରି ସୌନ୍ଦର୍ଯ୍ଯକରଣ ପାଇଁ ଦାବି

ପୁରୁଷୋତ୍ତମପୁର,୨୩ା୨(ସବିତା ମିଶ୍ର): ଗଞ୍ଜାମ ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଗଞ୍ଜାମଙ୍କ ଯୁଗ୍ମ ଶୁଣାଣୀ ଶିବିର ସୋମବାର ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ଯାଳୟ ପରିଷରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri