ରାଜ୍ୟ ସଭା କାହାକୁ ପଠାଯିବ: ଏମିତି କହିଦେଲେ ମନମୋହନ

ଭୁବନେଶ୍ୱର, ୨୩।୨: ଭାଜପା କୋର କମିଟି ବୈଠକକୁ ନେଇ ମନମୋହନ ସାମଲ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜ୍ୟସଭା ନିର୍ବାଚନ ଉପରେ ଚର୍ଚ୍ଚା ହୋଇଛି। ରାଜ୍ୟ ସଭା କାହାକୁ ପଠାଯିବ କୋର୍‌ କମିଟି ସଦସ୍ୟ ନାଁ ପ୍ରସ୍ତାବ ଦେବେ। ସେଇ ନାଁ ଭାଜପା ପାର୍ଲିଆମେଣ୍ଟାରୀ କମିଟି ନିକଟକୁ ପଠାଯିବ। ଓଡ଼ିଶାରୁ ଯିବେ ନା ରାଜ୍ୟ ବାହାରୁ ଯିବେ ତାହା ସଂସଦୀୟ କମିଟି ନିଷ୍ପତ୍ତି ନେବ ବୋଲି ମନମୋହନ ସୂଚନା ଦେଇଛନ୍ତି। ବୋର୍ଡ ନିଗମ ପଦପଦବୀ ନେଇ ମଧ୍ୟ ଆଲୋଚନା ହୋଇଛି। ଆସନ୍ତା ୫ ଦିନ ଭିତରେ ସ୍ପଷ୍ଟ ହେବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

 

ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟ ସଭାରେ ଥିବା ମୁଜିବୁଲ୍ଲା ଖାନ(ମୁନା), ନିରଞ୍ଜନ ବିଶି, ସୁଜିତ୍‌ କୁମାର ଏବଂ ମମତା ମହନ୍ତଙ୍କ କାର୍ଯ୍ୟକାଳ ଶେଷ ହେବ। କିଛି ମାସ ତଳେ ମମତା ଏବଂ ସୁଜିତ୍‌ କୁମାର ବିଜେଡିରୁ ଛାଡ଼ିବା ସହିତ ରାଜ୍ୟ ସଭା ପଦରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ଦୁଇ ଆସନ ଲାଗି ଉପନିର୍ବାଚନ ହେବା ସହ ଭାଜପା ବିଜେଡିରୁ ଆସିଥିବା ୨ ଜଣଙ୍କୁ ପ୍ରାର୍ଥୀ କଲା ଏବଂ ଉଭୟ ପୁଣିଥରେ ରାଜ୍ୟ ସଭାକୁ ନିର୍ବାଚିତ ହେଲେ। ସଂଖ୍ୟା ଦୃଷ୍ଟିରୁ ବିଜେଡି ଗୋଟିଏ ଏବଂ ଭାଜପା ୨ଟି ଆସନରେ ବାଜିମାତ କରିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇପାରେ। ହେଲେ ଯେଉଁ ୪ର୍ଥ ଆସନ ରହିଛି ସେଥିପାଇଁ ସଂଖ୍ୟା ଦୃଷ୍ଟିରୁ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ଭିତରେ ରାଜନୈତିକ ଲଢ଼େଇ ହେବ। ଏବେ ଏହି ଆସନକୁ ଭାଜପା ସୁନିଶ୍ଚିତ ଜିତିବ ବୋଲି ଆଗୁଆ ଦାବି କରିବା ଆରମ୍ଭ କରିଛି। କିଛିଦିନ ତଳେ ଭାଜପା ନେତା ତଥା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ସମାନ ଦାବି କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘CJPରେ ଯୋଗଦିଅ,୫୦ ହଜାର ମାସକୁ ପାଅ’! ସିନିୟର ମେମ୍ବର ହେବାକୁ…

ନୂଆଦିଲ୍ଲୀ,୩୦।୭: ‘କକ୍ରୋଚ୍ ଜନତା ପାର୍ଟି’ (CJP) ନାମରେ ସୋସିଆଲ ମିଡିଆରେ ଚାଲିଥିବା ଏକ କଥିତ ନକଲି ଅଭିଯାନ ସାମ୍ନାକୁ ଆସିଛି । ଯାହା ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସତର୍କ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ ବିରିୟାନି!

ଚେନ୍ନାଇ,୩୦।୭: ତାମିଲନାଡୁ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇପାରେ । ରାଜ୍ୟ ସ୍କୁଲ ଶିକ୍ଷା ମନ୍ତ୍ରୀ ରାଜମୋହନ କହିଛନ୍ତି ଯେ ସରକାର ସପ୍ତାହରେ…

ରାସ୍ତାରେ ଘାଇ: ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ନୂଆପଡ଼ା,୩୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ରାସ୍ତାରେ ଘାଇ ସୃଷ୍ଟି ହୋଇ ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ନଈ, ନାଳ…

କୋହଲିଙ୍କ ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେନି କୌଣସି ଅଧିକାରୀ

ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ): ଆସନ୍ନ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜିଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି। ଏ…

ପେଲେଟ୍ ଗନ୍ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, SOP ନେଇ କେନ୍ଦ୍ରକୁ…

ନୂଆଦିଲ୍ଲୀ,୩୦।୭: ସୁପ୍ରିମକୋର୍ଟ ପେଲେଟ୍ ଗନ୍ ବ୍ୟବହାର ନେଇ SOP ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ମାଗିଛନ୍ତି । କୋର୍ଟ ସୂଚିତ କରିଥିଲେ ଯେ ପେଲେଟ୍ ଗନ୍…

ଶ୍ରାବଣ ମାସ ପାଇଁ ଚଳଚଞ୍ଚଳ ଗାଁଠୁ ସହର: ଆଖଣ୍ଡଳମଣି ପୀଠ ସହ ଋଷିକୂଲ୍ୟା ନଦୀ ଘାଟ ସଫେଇ କଲେ ଯୁବଗୋଷ୍ଠୀ

ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ ): ଆସିଗଲା ଶ୍ରାବଣ ମାସ । ଜଳ ଭାର ନେଇ ବିଭିନ୍ନ ଶୈବ ପୀଠ ମୁଖେ ବାହାରିବେ କାଉଡିଆ । ଭୋଲ ବମ ହରହର…

ମହିଳା ସଶକ୍ତିକରଣ ସମ୍ପର୍କିତ ‘ଶକ୍ତିଶ୍ରୀ’ କର୍ମଶାଳା

ଦିଗପହଣ୍ଡି,୩୦ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ ମହିଳା ସଶକ୍ତିକରଣ ସମ୍ପର୍କିତ ଶକ୍ତିଶ୍ରୀ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ଅସିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri