Categories: ଖେଳ

ବୃହତ୍‌ ବିଜୟ ଅଭିମୁଖେ ଗମ୍ଭୀର

ନୂଆଦିଲ୍ଲୀ, ୨୩।୫- କ୍ରିକେଟ ପଡ଼ିଆରୁ ରାଜନୀତିରେ ପ୍ରବେଶ କରିଥିବା ପ୍ରାକ୍ତନ ଭାରତୀୟ ଓପନର ଗୌତମ ଗମ୍ଭୀର ନିଜର ରାଜନୀତି କ୍ୟାରିୟରର ପ୍ରାରମ୍ଭରୁ ବୃହତ ବିଜୟ ଦିଗରେ ଅଗ୍ରସର ହେଉଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା) ଟିକେଟ୍‌ରୁ ଇଷ୍ଟ ଦିଲ୍ଲୀ ଲୋକସଭା ଆସନରୁ ଲଢ଼ୁଥିବା ଗମ୍ଭୀରଙ୍କ ସାମ୍ନାରେ ପ୍ରତିପକ୍ଷ କଂଗ୍ରେସ ଓ ଆମ୍‌ଆଦମୀ ପାର୍ଟିର ପ୍ରାର୍ଥୀ ତିଷ୍ଠି ପାରି ନାହାନ୍ତି। ଅପରାହ୍ଣ ସୁଦ୍ଧା ଗମ୍ଭୀର ୩ ଲକ୍ଷ ୧୦ ହଜାର ୮୬ ଭୋଟ ପାଇ ସର୍ବାଗ୍ରେ ରହିଥିବାବେଳେ କଂଗ୍ରେସର ଅରବିନ୍ଦ ସିଂ ଲଭଲୀ (୧,୫୩, ୨୭୯) ଓ ଆମ୍‌ଆଦମୀ ପାର୍ଟିର ଆତିଶି ମାର୍ଲେନା (୧,୧୦,୧୨୮) ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି। ଦେଢ଼ଲକ୍ଷରୁ ଊର୍ଦ୍ଧ୍ୱ ଆସନରେ ଅଗ୍ରଣୀ ରହିଥିବା ଗମ୍ଭୀର ଏହି ଆସନରୁ ଜିତିବା ଏକପ୍ରକାର ନିଶ୍ଚିତ ହୋଇସାରିଛି।

Share