ବୁଲିପାରିଲେନି ବୋଲି କାଠରେ ତିଆରି କଲେ ବିସ୍ମୟ

ଭୁବନେଶ୍ୱର,୩ା୩(ବ୍ୟୁରୋ): ପିଲାବେଳୁ ସ୍ବପ୍ନ ଥିଲା ପ୍ୟାରିସ୍‌ର ଏଫିଲ୍‌ ଟାଓ୍ବାର ଥରେ ଦେଖିବା, ଆଗ୍ରାର ତାଜମହଲ ଆଗରେ ଫଟୋ ଉଠାଇବା, ଆଉ ଇଜିପ୍ଟର ପିରାମିଡ୍‌ ବୁଲିବା। ହେଲେ ଗରିବ ପରିବାରରେ ଜନ୍ମ ହୋଇଥିବାରୁ ଏହି ସ୍ବପ୍ନ ସ୍ବପ୍ନ ହୋଇ ରହିଗଲା। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଅଧାରୁ ପାଠ ଛାଡ଼ିବାକୁ ପଡ଼ିଥିଲା ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମର ଅରୁଣ ସାହୁଙ୍କୁ। ନିଜ ସ୍ବପ୍ନ ପୂରଣ ହୋଇପାରି ନ ଥିଲେ ମଧ୍ୟ ସେହିସବୁ ସ୍ଥାନର ପ୍ରତିକୃତିକୁ ନିର୍ମାଣ କରିବାକୁ ସେ ସ୍ଥିର କରିଥିଲେ। ବାପା ଜଣେ କାଠ କାରିଗର। ତେଣୁ ପିଲାବେଳୁ କାଠ କାମ ସହ ଜଡ଼ିତ ଥିଲେ ଅରୁଣ। ଫଳରେ ସେ କାଠକୁ ଖୋଦେଇ କରି ସୃଷ୍ଟି କରିଛନ୍ତି ବିସ୍ମୟ। ଆଜି ତାଙ୍କ ଦ୍ୱାରା ନିର୍ମିତ ତାଜମହଲ, ପ୍ରସିଦ୍ଧ ପିରାମିଡ୍‌, ଏଫିଲ୍‌ ଟାଓ୍ବାର ଦେଖଣାହାରିଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ତାଙ୍କ ନିଖୁଣ କାରିଗରି ଓ ହାତର ଯାଦୁରେ ସ୍ବପ୍ନ ନେଇଛି ବାସ୍ତବ ରୂପ। ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ଅରୁଣଙ୍କ କାରିଗରି ଦେଖିବାକୁ ପ୍ରବଳ ଭିଡ଼ ଜମୁଛି।
ଅରୁଣଙ୍କ ବାପା କାଠରେ ବିଭିନ୍ନ ଘରୋଇ ଆସବାବପତ୍ର ପ୍ରସ୍ତୁତ କରୁଥିବାବେଳେ ଅରୁଣ କିନ୍ତୁ କିଛି ଭିନ୍ନ କରିବାକୁ ଚାହିଁଥିଲେ। ଅରୁଣଙ୍କ ଦ୍ୱାରା ନିର୍ମିତ ଓଡ଼ିଶା ବିଧାନସୌଧ, ଧଉଳି ଶାନ୍ତିସ୍ତୂପ, ଦିଲ୍ଲୀର ଇଣ୍ଡିଆ ଗେଟ୍‌, ବମ୍ବେର ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆ ଆଦିର ନିଖୁଣ କଳାକୃତିକୁ ଦେଖିଲେ ଏହା ପ୍ରତିକୃତି ନୁହେଁ ବରଂ ସତ ମନେହେଉଛି। ଆଗାମୀଦିନରେ କାଠରେ ସେ ଭାରତର ପାର୍ଲାମେଣ୍ଟ ହାଉସ୍‌ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଖୁବ୍‌ଶୀଘ୍ର ଏହା ସମ୍ପୂର୍ଣ୍ଣ ହେବ ବୋଲି ଅରୁଣ କହିଛନ୍ତି।
ଅରୁଣଙ୍କୁ ନିଜ କାରିଗରିର ରହସ୍ୟ ସମ୍ପର୍କରେ ପଚାରିବାରେ ସେ କହିଥିଲେ, ଏହି ସବୁ ସ୍ଥାନ ବୁଲିବା ପିଲାବେଳୁ ମୋର ସ୍ବପ୍ନ ଥିଲା। ହେଲେ ଘରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଯୁକ୍ତ ୨ ପରେ ଆଉ ପାଠ ପଢିପାରି ନ ଥିଲି। ତେଣୁ ଏସବୁ ସ୍ଥାନ ବୁଲିବି ବୋଲି ଆଶା ଛାଡିଦେଲି। ହେଲେ ନିଜେ ଦେଖିବା ପାଇଁ କାଠରେ ସବୁର ମିନିଏଚର୍‌ କଲି। ସମସ୍ତେ ଭଲ କହିବାରୁ ଏବେ ନୂଆ ନୂଆ ଡିଜାଇନ୍‌ କରୁଛି। ବାଘ ନ ଦେଖିଲେ ବିଲେଇ ଦେଖ ଭଳି ଏହା ମୋ ସ୍ବପ୍ନକୁ ବାସ୍ତବ ରୂପ ଦେଇଛି। ଏବେ କାଠରେ ସମସ୍ତ ବିଶ୍ୱ ଐତିହ୍ୟସ୍ଥଳୀ ଏବଂ ସପ୍ତାଶ୍ଚର୍ଯ୍ୟର ପ୍ରତିକୃତି ନିର୍ମାଣ କରି ଭୁବନେଶ୍ୱରରେ ଏକ ମ୍ୟୁଜିୟମ୍‌ କରିବାକୁ ଭାବୁଛି। ଯଦି ସରକାରଙ୍କଠାରୁ ଆର୍ଥିକ ସହାୟତା ମିଳନ୍ତା, ତାହେଲେ ମ୍ୟୁଜିୟମ୍‌ ସ୍ବପ୍ନ ପୂରଣ ହୁଅନ୍ତା। ରାଜ୍ୟ ଏବଂ ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ତାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟନ୍ତା।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri