ବୁରୁଧ୍‌ ଉପରେ ୨ ଦିବ୍ୟାଙ୍ଗ ଝି’ର ବୋଝ୍‌

ଲୋଇସିଂହା, ୮।୭(ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ଗାଁର ବୁରୁଧ୍‌ ଅମର ଭୋଇ(୯୦)। ମାଏକିନାର ମୁରତୁ ଉତାରୁ ଦୁଇ ଦିବ୍ୟାଙ୍ଗ ଝି’କେ ନେଇ ତାକର ସଁସାର। ଏହେଦେ ବୁରୁଧ୍‌ ଅମର ଜୀବନ୍‌ର ଶେଷ୍‌ ମୁଡ଼ସାକେ ପୁହୁଁଚି ସାରିଛନ୍‌। ଇଆଡ଼େ ରହିବାକେ ଭଲ ଘରଖଁଡ଼େ ନାଇଁ କି ଖାଏବାକେ ଦାନା ନାଇଁ। ଏନ୍‌ତାଥି ବୁରୁଧ୍‌ ଅମର ଚିନ୍‌ତାରେ ପଡ଼ିଯାଇଛନ୍‌ ଯେ, ତାକର ମୁରତୁ ଉତାରୁ ଦୁଇ ଦିବ୍ୟାଙ୍ଗ ଝି’ କାଣା କରବେ।
ସୂଚନା ଅନ୍‌ସାରେ ବାଦିବାହାଲ ପଁଚେତ୍‌ ସଦର ଗାଁ ବେହେରା ପଡ଼ାରେ ବୁରୁଧ୍‌ ଅମରକଁର ଘର। ପରିବାର କହେଲେ ଏହେଦେ ଦୁଇ ଦିବ୍ୟାଙ୍ଗ ଝି’ ଚାର(୪୫) ଆର ସୁଦ୍ରା(୪୦)କୁଁ ନେଇ ତାକର ସଁସାର। ଆଏଜ୍‌କେ ୧୫ ବଛର ତଲେ ଅମରକଁର ମାଏକିନା ଆରପାରକେ ଚାଲିଯାଇଛନ୍‌। ଏନ୍‌ତାଥି ଦୁଇ ଦିବ୍ୟାଙ୍ଗ ଝି’ର ସୁରକ୍ଷା ଆର ଭବିଷତ୍‌ ଚିନ୍‌ତାରେ ହରମେଶା ବୁରୁଧ୍‌ ଅମର ଘାରି ହେଉଛନ୍‌। ଇଆଡ଼େ ଅମର ଅଧାରର ହେଲାରୁ ଆର କାମ୍‌ବୁତା ନାଇଁ କରିପାରବାର। ସେନ୍‌ତା ଗାଁରେ ଦିବ୍ୟାଙ୍ଗ ଝି’ମାନକୁ ବି କେହି କୁଲିମଜୁରିର ଲାଗି ନାଇଁ ଡାକ୍‌ବାର। ଅମରକଁର ଜମିବାଡ଼ି ବଲି ବିଶେଷ କିଛି ନାଇଁ। ପଁଚେତ୍‌ରୁ ମାସିକ ମିଲୁଥିବାର ୧୫ କେ.ଜି. ଚାଉଲ ଆର ଅମର ପାଉଥିବାର ୫ଶହ ଟଁକା ବୁଢ଼ାବୁଢ଼ି ଭତା ପରିବାରର ସାହାଭରସା। ହେଲେ ଏତ୍‌କିରେ ମାସେ ଚଲବାରେ ନିଅଁଟ ହେଉଛେ। ମାସର ବାକି ଦିନ୍‌ ପରିବାରଟା ମାଗିଯାଚି ଚଲୁଥିବାର ବୁରୁଧ୍‌ ଅମର କହିଛନ୍‌। ପକାଘର ତାଲିକାରେ ଅମରକଁର ନଁା ରହିଛେ। ହେଲେ ତାଲିକାରେ ତଲେ ଥିବାର ଲୋକ୍‌ ଘର ପାଇଥିଲାବେଲେ ଅମର ବଁଚିତ୍‌ ହେଇଥିବାର ଅଭିଯୋଗ କରିଛନ୍‌। ଇ ଦୁଖି ପରିବାରଟା ପକାଘର ଯୋଜନାରୁ ବାଦ୍‌ ପଡ଼ଲାରୁ ଗାଁବାସୀକର ଭିତରେ ଅସନ୍‌ତୋଷ ଦେଖାଦେଇଥିଲା। ଇତାର ପରେ ପଁଚେତ୍‌ କତୁରପକ୍ଷ ଦରକାରି କାଗଜ୍‌ପତର ମାଗିଥିବାର ବୁରୁଧ୍‌ ଅମର କହିଛନ୍‌। ଏହେଦେ ବରଷାରେ ଘରେ ଦରୋ ଦରୋ ପାଏନ୍‌ ଗଲୁଥିବାର ଲାଗି ପରିବାରଟା ବଡ଼ଭାରି ଅସ୍‌ବିଧାର ସାମନା କରୁଛନ୍‌। ଇଆଡ଼େ ଚାର ଆର ସୁଦ୍ରା ଦିବ୍ୟାଙ୍ଗ ଭତାର ଲାଗି ବାରବାର ବ୍ଲକ ପରଶାସନକେ ଗୁହାରି କରିଆସୁଛନ୍‌। ହେଲେ ଭିନ୍ନକ୍ଷମ ପରମାନପତର ଅଭାବୁ ଦୁଇ ବହେନ୍‌ ଭତାରୁ ବଁଚିତ୍‌ ହେଇଥିବାର ଝନେ ପଡ଼ିଶା କହିଛନ୍‌। ଏଭେ ଦିନାକେତେ ତଲେ ବ୍ଲକରେ ହେଇଥିବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକେ ଯାଇ ଦୁଇ ବହେନ୍‌କୁ ନିରାଶ ହେଇଛନ୍‌। ଇ ଦୁଖି ପରିବାରକେ ଥାନୀୟ ପରଶାସନ ଦୁରୁଷ୍‌ଟି ଦେଇ ଅତିକମ୍‌ରେ ୩୫ କେ.ଜି. ଚାଉଲ, ଦୁଇ ବହେନ୍‌କୁ ଭିନ୍ନକ୍ଷମ ଭତା ଆର କେହେନ୍‌ସି ବି ଆବାସ ଯୋଜନାରେ ଗୁଟେ ପକାଘର ଯୁଗେଇ ଦେବାକେ ଗାଁବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବୁର୍ଲା ଏମସିଏଲର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କ୍ୱାର୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୧୩।୬,(ପ୍ରମୋଦ ବହିଦାର): ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମସିଏଲ)ର ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି…

ଭୟଙ୍କର ସଡ଼କ ଦୁର୍ଘଟଣା: ବାପା-ଝିଅଙ୍କ ଚାଲିଗଲା ଜୀବନ

ସମ୍ବଲପୁର,୧୧ା୬(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ମା’-ଝିଅଙ୍କୁ ହତ୍ୟା କରିବା ପରେ ପୋଲିସକୁ ଡାକିଲେ ଅଭିଯୁକ୍ତ: ଆଉ ତା’ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ସମ୍ବଲପୁର/ପଡ଼ିଆବାହାଲ, ୯।୬ (ପ୍ରମୋଦ ବହିଦାର/ରାଧାମୋହନ ଷଡ଼ଙ୍ଗୀ):ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ ମା’ଝିଅଙ୍କୁ ରବିବାର ବିଳମ୍ବିତ ରାତିରେ ପଡ଼ୋଶୀ ଯୁବକ ବେଣ୍ଟଲଗା ସାଇକେଲ କ୍ରାଙ୍କରେ…

ଗିରିପାଲିରେ ଡବଲ ମର୍ଡର: ଚେନ କ୍ରାଙ୍କ ମାଡ଼ରେ ଚାଲିଗଲା ୨ ଜଣଙ୍କ ଜୀବନ

ସମ୍ବଲପୁର,୮।୬(ପ୍ରମୋଦ ବହିଦାର): ସମ୍ବଲପୁର ଶାସନଥାନା ଅନ୍ତର୍ଗତ ଗିରିପାଲିର ଖଡ଼ିଆପଡ଼ାରେ ମା’ ଓ ଝିଅଙ୍କୁ ବୀଭତ୍ସ ହତ୍ୟା ଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖବର ମିଳିଛି। ତେବେ ପୂର୍ବ…

ପିକ୍‌ନିକ୍‌ କରିବାକୁ ଯାଇ ପାଓ୍ବାର ଚ୍ୟାନେଲ ପାଣିରେ ବୁଡ଼ି ଛାତ୍ର ନିଖୋଜ, ପ୍ରଖର ସ୍ରୋତରେ ଭାସି…

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।…

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

ଶୌଚ ହେବାକୁ ଯାଇଥିଲେ ଲବ, ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

ସମ୍ବଲପୁର,୩।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ବୀରସିଂଗଡ ପଞ୍ଚାୟତ ଅନ୍ତର୍ଗତ କୁମେର ଗାଁରେ ବୁଧବାର ସକାଳୁ ଏକ ବାଣୁଆ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଶୋଚନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri