Categories: ଖେଳ

ବୁଣ୍ଡେସ୍‌ଲିଗା ଆରମ୍ଭ: ରେକର୍ଡ ଦର୍ଶକ

ବର୍ଲିନ, ୧୮ା୫ (ଏଏଫ୍‌ପି)-ବୁଣ୍ଡେସ୍‌ଲିଗା ଫୁଟ୍‌ବଲ ପୁନର୍ବାର ଶନିବାରଠାରୁ ଆରମ୍ଭ ହୋଇଛି। ମ୍ୟାଚଗୁଡ଼ିକ ରୁଦ୍ଧଦ୍ୱାରରେ ଖେଳାଯାଉଛି। ସ୍କାଏ ବ୍ରଡ୍‌କାଷ୍ଟର୍ସ ତରଫରୁ ଏହାର ସିଧାପ୍ରସାରଣ କରାଯାଉଛି। ଶନିବାର ରେକର୍ଡ ସଂଖ୍ୟକ ୬.୬୮ନିୟୁତରୁ ଊର୍ଦ୍ଧ୍ୱ ଦର୍ଶକ ମ୍ୟାଚ୍‌କୁ ଉପଭୋଗ କରିଛନ୍ତି। ଜର୍ମାନୀର ଏହି ଟିଭି ଚ୍ୟାନେଲ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କରୋନାଭାଇରସ୍‌ ଯୋଗୁ ୨ମାସ ବ୍ୟବଧାନରେ ଜର୍ମାନୀର ଏହି ଫୁଟ୍‌ବଲ ଲିଗ୍‌ ଆରମ୍ଭ ହୋଇଛି। ଅନ୍ୟ ସମୟରେ ବୁଣ୍ଡେସ୍‌ଲିଗା ମ୍ୟାଚଗୁଡ଼ିକ ଘରେ ରହି ଟିଭି ଜରିଆରେ ଯେତେ ସଂଖ୍ୟାରେ ଲୋକ ଦେଖିଥାନ୍ତି ଏହି ସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇଛି। ସ୍କାଏ ବ୍ରଡ୍‌କାଷ୍ଟର୍ସ ବ୍ୟତୀତ ବିଭିନ୍ନ ଷ୍ଟାଡିୟମର ମ୍ୟାଚଗୁଡ଼ିକ ଏକ ସଙ୍ଗରେ ପ୍ରସାରଣ କରୁଥିତ୍ବା ‘କୋଫ୍ରେଞ୍ଜ୍‌’ ଅତିରିକ୍ତ ୨.୪୫ ନିୟତୁ ଦର୍ଶକଙ୍କୁ ଆକୃଷ୍ଟ କରିପାରିଛି। ଦିନର ପ୍ରମୁଖ ମ୍ୟାଚରେ ବୋରୁସିଆ ଡର୍ଟମୁଣ୍ଡ୍‌ ୧-୦ ଗୋଲ୍‌ରେ ସ୍କାଲ୍‌ାକେ-୦୪କୁ ପରାସ୍ତ କରି ବେୟର୍ନ ମ୍ୟୁନିକ୍‌ ସହ ଟାଇଟଲ ଦୌଡ଼ରେ ରହିଛି। ବିଜୟସୂଚକ ଗୋଲ୍‌ଟିକୁ ଇର୍ଲିଂ ବ୍ରଟ୍‌ ହଲାଣ୍ଡ ସ୍କୋର କରିଥିଲେ।

Share