ବୁଗୁଡ଼ା ବ୍ଲକ: ୬୦ ସଂଗରୋଧ କେନ୍ଦ୍ରରେ ୨୫୧୪ ପ୍ରବାସୀ

ବୁଗୁଡ଼ା,୧୧ା୫(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଏବଂ ଏନ୍‌ଏସି ଅଧୀନରେ ଥିବା ୬୦ ସଂଗରୋଧ କେନ୍ଦ୍ରରେ ସୋମବାର ସୁଦ୍ଧା ୨୫୧୪ ପ୍ରବାସୀ ରହିଥିବା ଜଣାପଡ଼ିଛି। ସେଥିରୁ ୨୪୯୫ ଜଣ ସୁରଟ ଫେରନ୍ତା ହୋଇଥିବା ବେଳେ ୧୯ ଜଣ ଅନ୍ୟ ରାଜ୍ୟରୁ ଆସିଥିବା ଜଣାଯାଇଛି। ବର୍ତ୍ତମାନ ବୁଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତର ୫୬ ସଂଗରୋଧ କେନ୍ଦ୍ରରେ ୨୧୩୩ ପୁରୁଷ, ୧୫୩ ମହିଳା ଏବଂ ୧୦୮ ଶିଶୁ ଏପରି ମୋଟ ୨୩୯୪ ଜଣ ଥିବା ବେଳେ ଏନ୍‌ଏସିର ୪ କେନ୍ଦ୍ରରେ ୧୦୬ ପୁରୁଷ, ୮ ଜଣ ମହିଳା ଓ ୬ ଜଣ ଶିଶୁ ଏପରି ୧୨୦ ଜଣ ରହିଛନ୍ତି। ମୋଟ ଦେଖିଲେ ବ୍ଲକ ଓ ଏନ୍‌ଏସିର ୬୦ ସଂଗରୋଧ କେନ୍ଦ୍ରରେ ୨୨୩୯ ପୁରୁଷ, ୧୬୧ ମହିଳା ଓ ୧୧୪ ଜଣ ଶିଶୁ ଏପରି ମୋଟ ୨୫୧୪ ଜଣ ରହିଛନ୍ତି। ପ୍ରତ୍ୟେକ କେନ୍ଦ୍ରର ସ୍ବାସ୍ଥ୍ୟ ପରୀକ୍ଷା, ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା ସକାଶେ ନୋଡାଲ ଅଧିକାରୀ, ଶିକ୍ଷକ, ଅଙ୍ଗନୱାଡ଼ି କର୍ମୀ, ସହାୟିକା ଏବଂ ଆତ୍ମ ସହାୟିକା ଗୋଷ୍ଠୀମାନେ ସହଯୋଗ କରୁଛନ୍ତି। ପ୍ରତ୍ୟେକ ପଞ୍ଚାୟତରେ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ଦିଆଯାଇ ସେମାନଙ୍କର ତତ୍ତ୍ବାବଧାନ ଏବଂ ବିଡିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ପରିଚାଳନାରେ ସଂଗରୋଧ କେନ୍ଦ୍ରଗୁଡ଼ିକ ପରିଚାଳିତ ହେଉଛି। କିନ୍ତୁ ଅଳ୍ପ କେତେକ କେନ୍ଦ୍ରରେ ସାମାଜିକ ଦୂରତ୍ୱ ରହୁ ନ ଥିବା, ମାସ୍କ ନ ପିନ୍ଧିବା, ବାହାରେ ବୁଲାବୁଲି କରିବା, ପୋଖରୀକୁ ଗାଧୋଇ ଯିବା ଦୃଷ୍ଟିକୁ ଆସିଥିବା ବେଳେ ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି। ତେବେ ଏଥିପ୍ରତି ଗୁରୁତ୍ୱ ଦିଆଯାଉଥିବା ପ୍ରଶାସନିକ ଅଧିକାରୀମାନଙ୍କ ଠାରୁ ପ୍ରକାଶ । ଅଭିଯୋଗ ଆସିଲେ ତୁରନ୍ତ ସମସ୍ୟାର ସମାଧାନ କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

ନୂଆବର୍ଷ ଭେଟି ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁରବାସୀଙ୍କୁ ଓଡ଼ିଆ ନବବର୍ଷରେ କଂଗ୍ରେସ ଭେଟି ଦେଇଛି ବିଧାୟକ ପ୍ରାର୍ଥୀ। ଚିତ୍ରସେନ ବେହେରାଙ୍କ ନାମ ଘୋଷଣା...

ମନ୍ତ୍ରୀ ପାଲିଲେ ଓଡ଼ିଆ ନବ ବର୍ଷ

ଭଞ୍ଜନଗର,୧୪ା୪(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରବିବାର ଭଞ୍ଜନଗର ନିକଟସ୍ଥ ଅଗଝୋଳ ସ୍ଥିତ ବାସଭବନରେ ଓଡ଼ିଆ ନବ ବର୍ଷ ପାଳନ କରିଛନ୍ତି। ଏହି ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri