ବୁଗୁଡ଼ା ବ୍ଲକ: ୬୦ ସଂଗରୋଧ କେନ୍ଦ୍ରରେ ୨୫୧୪ ପ୍ରବାସୀ

ବୁଗୁଡ଼ା,୧୧ା୫(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଏବଂ ଏନ୍‌ଏସି ଅଧୀନରେ ଥିବା ୬୦ ସଂଗରୋଧ କେନ୍ଦ୍ରରେ ସୋମବାର ସୁଦ୍ଧା ୨୫୧୪ ପ୍ରବାସୀ ରହିଥିବା ଜଣାପଡ଼ିଛି। ସେଥିରୁ ୨୪୯୫ ଜଣ ସୁରଟ ଫେରନ୍ତା ହୋଇଥିବା ବେଳେ ୧୯ ଜଣ ଅନ୍ୟ ରାଜ୍ୟରୁ ଆସିଥିବା ଜଣାଯାଇଛି। ବର୍ତ୍ତମାନ ବୁଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତର ୫୬ ସଂଗରୋଧ କେନ୍ଦ୍ରରେ ୨୧୩୩ ପୁରୁଷ, ୧୫୩ ମହିଳା ଏବଂ ୧୦୮ ଶିଶୁ ଏପରି ମୋଟ ୨୩୯୪ ଜଣ ଥିବା ବେଳେ ଏନ୍‌ଏସିର ୪ କେନ୍ଦ୍ରରେ ୧୦୬ ପୁରୁଷ, ୮ ଜଣ ମହିଳା ଓ ୬ ଜଣ ଶିଶୁ ଏପରି ୧୨୦ ଜଣ ରହିଛନ୍ତି। ମୋଟ ଦେଖିଲେ ବ୍ଲକ ଓ ଏନ୍‌ଏସିର ୬୦ ସଂଗରୋଧ କେନ୍ଦ୍ରରେ ୨୨୩୯ ପୁରୁଷ, ୧୬୧ ମହିଳା ଓ ୧୧୪ ଜଣ ଶିଶୁ ଏପରି ମୋଟ ୨୫୧୪ ଜଣ ରହିଛନ୍ତି। ପ୍ରତ୍ୟେକ କେନ୍ଦ୍ରର ସ୍ବାସ୍ଥ୍ୟ ପରୀକ୍ଷା, ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା ସକାଶେ ନୋଡାଲ ଅଧିକାରୀ, ଶିକ୍ଷକ, ଅଙ୍ଗନୱାଡ଼ି କର୍ମୀ, ସହାୟିକା ଏବଂ ଆତ୍ମ ସହାୟିକା ଗୋଷ୍ଠୀମାନେ ସହଯୋଗ କରୁଛନ୍ତି। ପ୍ରତ୍ୟେକ ପଞ୍ଚାୟତରେ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ଦିଆଯାଇ ସେମାନଙ୍କର ତତ୍ତ୍ବାବଧାନ ଏବଂ ବିଡିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ପରିଚାଳନାରେ ସଂଗରୋଧ କେନ୍ଦ୍ରଗୁଡ଼ିକ ପରିଚାଳିତ ହେଉଛି। କିନ୍ତୁ ଅଳ୍ପ କେତେକ କେନ୍ଦ୍ରରେ ସାମାଜିକ ଦୂରତ୍ୱ ରହୁ ନ ଥିବା, ମାସ୍କ ନ ପିନ୍ଧିବା, ବାହାରେ ବୁଲାବୁଲି କରିବା, ପୋଖରୀକୁ ଗାଧୋଇ ଯିବା ଦୃଷ୍ଟିକୁ ଆସିଥିବା ବେଳେ ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି। ତେବେ ଏଥିପ୍ରତି ଗୁରୁତ୍ୱ ଦିଆଯାଉଥିବା ପ୍ରଶାସନିକ ଅଧିକାରୀମାନଙ୍କ ଠାରୁ ପ୍ରକାଶ । ଅଭିଯୋଗ ଆସିଲେ ତୁରନ୍ତ ସମସ୍ୟାର ସମାଧାନ କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ନୂଆ ଆଇନ ବିଷୟରେ ସଚେତନ

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

ଗଞ୍ଜାମ ପାଇଁ ଖୁସି ଖବର :ତାରାତାରିଣୀ କଲେଜରେ ଖୋଲିଲା ପିଜି ପାଠ୍ୟକ୍ରମ

ପୁରୁଷୋତ୍ତମପୁର, ୨୪।୫ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ କଲେଜରେ ଓଡ଼ିଆ ବିଷୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ଖୋଲାଯାଇଛି। ସେହିପରି ସାଇକୋଲୋଜି ଓ ହୋମ…

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

ହୁମା ଓଭରବ୍ରିଜ ନିକଟରେ ପୁଣି ଦୁର୍ଘଟଣା: ବସ ସହ ଆଇଜର ଟ୍ରକର ମୁହାଁମୁହିଁ ଧକ୍କା

ଗଞ୍ଜାମ,୨୪।୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଆଉ କେତେ ଦୁର୍ଘଟଣା ଘଟିଲେ ଏବଂ କେତେ ଲୋକଙ୍କ ପ୍ରାଣହାନି ହେଲେ ସରକାର ଓ ଜିଲ୍ଲା ପ୍ରଶାସନର ଚେତନା ଜାଗ୍ରତ ହେବ? ଏହି…

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

ଭଞ୍ଜନଗର ଯାତ୍ରାରେ ଆତଙ୍କ ମାମଲାରେ ୪ ଗିରଫ, ମ୍ୟୁନିସିପାଲଟି ଅଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ ଘଟଣାରେ ଅଭିଯୁକ୍ତ…

ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଠାକୁରାଣୀ ଯାତ୍ରା ଚାଲିଥିବା ସମୟରେ ଗତ ୧୭ ତାରିଖ ରାତିରେ ସହରର ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ତଗୋଳ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri