ବିସ୍ଥାପିତଙ୍କ ପାଇଁ ନିର୍ମିତ ବାସଗୃହର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ହାଟଡିହୀ,୧୫ା୫(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ହଦଗଡ଼ ବନାଞ୍ଚଳଟି ହସ୍ତୀ ଅଭୟାରଣ୍ୟ ଘୋଷିତ ହେବା ପରେ ୧୯୬୦ ମସିହାରେ ହଦଗଡ଼ ଡ୍ୟାମ ନିିର୍ମାଣ ପାଇଁ ଶହ ଶହ ପରିବାରଙ୍କୁ ପ୍ରଶାସନ ସୁଦୂର ଜଙ୍ଗଲ ମଧ୍ୟରେ ଥଇଥାନ କରିଥିଲା। ଉକ୍ତ ବିସ୍ଥାପିତଙ୍କ ମଧ୍ୟରୁ ୯୫ ପରିବାରଙ୍କୁ ଥଇଥାନ ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚପ୍ରଶଂସା କରାଯାଇଛି। ପ୍ରଶାସନର ନିଷ୍ପତ୍ତି କ୍ରମେ ଢେଙ୍କା ପଞ୍ଚାୟତ ଅଧୀନ ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ଏକ ଖୋଲାପଡ଼ିଆକୁ ଚିହ୍ନଟ କରି ଉକ୍ତ ପରିବାରର ଥଇଥାନ ନିମନ୍ତେ ବନବିଭାଗ ଅସ୍ଥାୟୀ ଘର ନିିର୍ମାଣର ଏକ ଗୁରୁଦାୟିତ୍ୱ ବହନ କରୁଛି। ଅଷ୍ଟବକ୍ର ବାଉଁଶ ଓ ଟିଣ ଦ୍ୱାରା ନିର୍ମିିତ ଘରଗୁଡ଼ିକୁ ଦେଖିଲେ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଚଳିତବର୍ଷ ଟାଣଖରାରେ ବନବିଭାଗ ପକ୍ଷରୁ ନିୟୋଜିତ ସୁପରଭାଇଜର ଶ୍ରମିକମାନଙ୍କୁ ପୂର୍ବାହ୍ନ ୧୨ ପର୍ଯ୍ୟନ୍ତ କାମ କରାଉଥିବ ଦେଖାଯାଇଛି। ଅନ୍ୟପକ୍ଷରେ ରେଞ୍ଜରଙ୍କ ନିର୍ଦ୍ଦେଶ ଅନୁସାରେ ଏହି କାମ କରାଯାଉଥିବା ସୁପରଭାଇଜର ହରେକୃଷ୍ଣ ଖଟୁଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri