Posted inଖେଳ

ବିସିସିଆଇ ଦେଲା କ୍ଲିନଚିଟ୍‌ : ରାଜେଶଙ୍କ ଉପରୁ ଉଠିଲା ବାସନ୍ଦ ଆଦେଶ

କଟକ ଅଫିସ,୭।୧୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଓଡ଼ିଶାର ଉଦୀୟମାନ ପେସ୍‌ ତାରକା ରାଜେଶ ମହାନ୍ତିଙ୍କ ଉପରୁ ବାସନ୍ଦ ଆଦେଶ ବୁଧବାର ଉଠାଇ ଦିଆଯାଇଛି। ଗତ ୧ ତାରିଖରେ ବୟସ ଜାଲିଆତି ଅଭିଯୋଗରେ ବିସିସିଆଇ ରାଜେଶଙ୍କ ସମେତ କ୍ରୀଷ୍ଣା ପଲାଇଙ୍କୁ ୨ବର୍ଷର ବାସନ୍ଦ ଆଦେଶ ଦେଇଥିଲା। ତେବେ କେବଳ ରାଜେଶଙ୍କୁ କ୍ଲିନ ଚିଟ୍‌ ମିଳିଛି। ବିସିସିଆଇର ଆଣ୍ଟି ଡୋପିଂ, ବୟସ ଯାଞ୍ଚ ଓ ମେଡ଼ିକାଲ ପରାମର୍ଶ ବିଭାଗର ଡ. ଅଭିଜିତ ସାଲଭି ଏ ନେଇ ବୁଧବାର ଅପରାହ୍ନରେ ଓସିଏକୁ ଏକ ମେଲ୍‌ ପଠାଇଛନ୍ତି। ସୂରଟଠାରେ ଆସନ୍ତା ୮ରୁ ଆରମ୍ଭ ହେବାକୁ ଥିବା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟ ନିମନ୍ତେ ରାଜେଶ ଖୁବଶୀଘ୍ର ରାଜ୍ୟ ଦଳରେ ଯୋଗଦେବେ ବୋଲି ଜଣାପଡ଼ିଛି।
୧ ତାରିଖରେ ରାଜ୍ୟର ଦୁଇ ପ୍ରତିଭାବାନ କ୍ରିକେଟ ଖେଳାଳିଙ୍କୁ ବୟସ ଜାଲିଆତିରେ ୨ବର୍ଷ ନିମନ୍ତେ ବାସନ୍ଦ କରାଯାଇଥିଲା। ରାଉରକେଲାର କ୍ରୀଷ୍ଣା ଓ ନୟାଗଡ଼ର ରାଜେଶ ଏହି ଆଦେଶ ପାଇଥିଲେ। ନୟାଗଡ଼ର ତୁଳସୀପୁର ଗ୍ରାମରେ ଜନ୍ମିତ ରାଜେଶଙ୍କ ଉପରେ ଲାଗିଥିବା ବୟସ ଜାଲିଆତି ଅଭିଯୋଗକୁ ବିସିସିଆଇ ଉଠାଇ ଦେଇଛି। ରାଜେଶଙ୍କର ଜନ୍ମ ନୟାଗଡ଼ର ବଡ଼ ପଣ୍ଡୁସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ହୋଇଛି। ଏଣୁ ତାଙ୍କ ଜନ୍ମପ୍ରମାଣ ପତ୍ରର ପଞ୍ଜୀକରଣ ନମ୍ବର ନୟାଗଡ଼ ମ୍ୟୁନିସିପାଲିଟିର ୱେବସାଇଟ୍‌ରେ ନାହିଁ। ଯାହା ଫଳରେ ରାଜେଶଙ୍କ ଜନ୍ମ ପ୍ରମାଣପତ୍ରର ପଞ୍ଜୀକରଣ ନମ୍ବର ନୟାଗଡ଼ ମ୍ୟୁନିସିପାଲିଟିର ୱେବସାଇଟ୍‌ରେ ଖୋଜିଲେ ଅନ୍ୟ ଜଣେ ଯୁବକଙ୍କ ନାଁ ଓ ଠିକଣା ଦେଖାଉଛି। ଏହାକୁ ଭିତ୍ତି କରି ରାଜେଶଙ୍କ ନାମରେ ଅଭିଯୋଗ କରାଯାଇଥିଲା। କ୍ଲିନଚିଟ୍‌ ପାଇବା ପରେ ଏହି ପ୍ରତିଭାବାନ ପେସ ବୋଲର ଜଣଙ୍କ ପୁନର୍ବାର ରାଜ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟ ନିମନ୍ତେ ଘୋଷିତ ୧୫ଜଣିଆ ଦଳରେ ତାଙ୍କ ନାମ ଥିଲା। ବାସନ୍ଦ ଆଦେଶ ପରେ ତାଙ୍କ ବଦଳରେ ପ୍ରୟାସ ସିଂ ଙ୍କୁ ଦଳରେ ନିଆଯାଇଛି। ଓସିଏ ଚୟନକମିଟି ଅଧ୍ୟକ୍ଷ ବିଷ୍ଣୁଦେବ ମହାନ୍ତିଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ବିସିସିଆଇ ବାସନ୍ଦ ଆଦେଶ ଉଠାଇବା ପରେ ସେ ଖୁବଶୀଘ୍ର ଦଳରେ ଯୋଗଦେବେ। ଓସିଏର ପଦାଧିକାରୀଙ୍କ ସହ ବୈଠକ ଡକାଯାଇ ଏ ନିଷ୍ପତ୍ତି ନିଆଯିବ ବୋଲି ଅଧ୍ୟକ୍ଷ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାବିପନ୍ନଙ୍କ ମୁହଁରେ ହସ ଫୁଟାଇଲା ଗଞ୍ଜାମ ପୋଲିସ, ମାନବିକତାର ଆଲୋକ ଜଳାଇଲେ ଏସ୍‌ପି

ପୁରୁଷୋତ୍ତମପୁର,୬ା୧୧(ସବିତା ମିଶ୍ର): ବନ୍ୟାର କରାଳ ବିଭୀଷିକାରେ ଛାରଖାର ହୋଇଯାଇଛି ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳ। ବନ୍ୟା ସବୁକିଛି ଛଡ଼ାଇ ନେଇ ଅନେକ ପରିବାରଙ୍କୁ ନିଃସହାୟ କରିଦେଇଛି। ଏଭଳି…

ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ, ଶତାଧିକ କୋଟିର ପ୍ରକଳ୍ପ ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର,୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ୫ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ଶୁକ୍ରବାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ…

କିଡ୍‌ନୀ ରୋଗ ନେଲା ଆଉ ଜଣଙ୍କ ଜୀବନ, ଚିକିତ୍ସାରେ ସର୍ବସ୍ବାନ୍ତ ବସୁଦେବଙ୍କ ପରିବାର

ଅମରପାଲି,୬ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେଉଛି। ଏହି ରୋଗରେ ଆକ୍ରାନ୍ତ ହୋଇ ଆଉ ଜଣେ ବ୍ୟକ୍ତିଙ୍କ…

ସେହୱାଗଙ୍କ ପୁଅ ଆର୍ଯ୍ୟବୀରଙ୍କ ଦମଦାର ଇନିଂସ; ନେପାଳକୁ ଧୂଳି ଚଟାଇ୧୦ ୱିକେଟରେ ଜିତିଲା ଭାରତ

ନୂଆଦିଲ୍ଲୀ,୬।୧୧: ୨୦୨୬ ଅଣ୍ଡର-୧୯ ଏସିଆ କପରେ, ଭାରତୀୟ ଦଳ ନେପାଳ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲା। ଶୁକ୍ରବାର (ନଭେମ୍ବର ୬) ‘ଅଲ ଆମେରାଟ କ୍ରିକେଟ ଗ୍ରାଉଣ୍ଡ’…

ବକ୍ସ ଅଫିସରେ ଧମାଲ କଲା ‘ରାମାୟଣ’, ରିଲିଜର ପ୍ରଥମ ଦିନରେ କଲା ୭ ବଡ଼ ରେକର୍ଡ

ମୁମ୍ବାଇ,୬।୧୧: ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟଶଙ୍କ ଅଭିନୀତ ‘ରାମାୟଣ’ ମୁଭି ବକ୍ସ ଅଫିସରେ ଏକ ଚମତ୍କାର ଆରମ୍ଭ କରିଛି ଏବଂ ପ୍ରଥମ ଦିନରେ ହିଁ…

କଂଗ୍ରେସର ବଡ଼ ଘୋଷଣା: ନଭେମ୍ବର ୨୬ରେ…ସରକାରଙ୍କ ବଢିଲା ମୁଣ୍ଡବିନ୍ଧା

ନୂଆଦିଲ୍ଲୀ,୬।୧୧: ସମ୍ବିଧାନ ଦିବସ ଅବସରରେ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା ଆୟୋଜନ କରାଯିବ। ନଭେମ୍ବର ୨୬ ତାରିଖରେ ହେବାକୁ ଥିବା ଏହି ପଦଯାତ୍ରାର ନାମ ‘ସମ୍ବିଧାନ ବଞ୍ଚାଅ…

ବସ ଭଡ଼ା ବୃଦ୍ଧି ପରେ ଶିବକୁମାରଙ୍କୁ ଶିଶୁ ଭାବରେ ଚିତ୍ରଣ କଲା ଭାଜପା, ଶେୟାର କଲା AI-ନିର୍ମିତ ଭିଡିଓ, ଦେଖନ୍ତୁ…

ବେଙ୍ଗାଲୁରୁ,୬।୧୧: ସାଧାରଣ ପରିବହନ ଭଡ଼ା ଏବଂ କ୍ଷୀର ଦର ବୃଦ୍ଧିକୁ ନେଇ କର୍ନାଟକ ଭାଜପା କଂଗ୍ରେସ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛି। ଭାଜପା ମୁଖ୍ୟମନ୍ତ୍ରୀ ଡିକେ…

ନଭେମ୍ବର ୭ରେ ତୁଳା ରାଶିକୁ ଚନ୍ଦ୍ରମାଙ୍କ ଗୋଚର: କର୍କଟ-ତୁଳା ସମେତ ୪ ରାଶିଙ୍କ ଭାଗ୍ୟ ଚମକିବ, ଚାକିରିରେ ବଡ଼ ପଦୋନ୍ନତି

ନୂଆଦିଲ୍ଲୀ,୬।୧୧: ଦୀପାବଳିର ଠିକ ଗୋଟିଏ ଦିନ ପୂର୍ବରୁ ଚନ୍ଦ୍ରମା ନିଜ ରାଶି ପରିବର୍ତ୍ତନ କରିବେ। ନଭେମ୍ବର ୭ ତାରିଖ ସନ୍ଧ୍ୟା ୫ଟା ୧୫ ମିନିଟରେ ଚନ୍ଦ୍ରମା କନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?