Posted inଖେଳ

ବିସିସିଆଇ ଏବେ ସିଏଫ୍‌ଓ ନିଯୁକ୍ତି କରିବନି

ନୂଆଦିଲ୍ଲୀ,୨୦।୫(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବେ ନୂଆ ଚିଫ୍‌ ଫାଇନାନ୍‌ସିଆଲ ଅଫିସର (ସିଏଫ୍‌ଓ) ନିଯୁକ୍ତି କରିବାର ସମ୍ଭାବନା ନାହିଁ। ୬ ମାସ ପୂର୍ବରୁ ସନ୍ତୋଷ ରାନଗ୍ନେକର ଇସ୍ତାଫା ଦେଇଥିଲେ ମଧ୍ୟ ନିକଟ ଭବିଷ୍ୟତ ଏହି ପଦରେ କାହାକୁ ନିଯୁକ୍ତି ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
ତାଙ୍କ ଇସ୍ତଫା ଗ୍ରହଣ କରିବାକୁ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରୀଙ୍କୁ କୁହାଯାଇଥିଲା। ଜାରି ହୋଇଥିବା ନୂଆ ସମ୍ବିଧାନରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ତେବେ ସିଏଫ୍‌ଓଙ୍କ ସମ୍ପର୍କରେ କିଛି ବି ଉଲ୍ଲେଖ କରାଯାଇନାହିଁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜଣେ କୋଷାଧ୍ୟକ୍ଷ ଦାୟିତ୍ୱରେ ରହିଥିବା ବେଳେ ଏଭଳି ପଦର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି। ସେତେବେଳେ କୋଷାଧ୍ୟକ୍ଷଙ୍କୁ ଜାଣିଶୁଣି ଅଣଦେଖା କରିବା ପାଇଁ ପ୍ରଶାସକ କମିଟି (ସିଓଏ) ରାନ୍‌ଗ୍ନେକରଙ୍କୁ ନିଯୁକ୍ତି ଦେଇଥିଲା। ବୋର୍ଡରେ ଥରେ ଗଣତାନ୍ତ୍ରିକ ପ୍ରକ୍ରିୟା ଆରମ୍ଭ ହେଲେ ସିଏଫ୍‌ଓ ପଦ ନିରର୍ଥକ ସାବ୍ୟସ୍ତ ହେବ। ଏବେ ବୋର୍ଡ ଆର୍ଥିକ ସମସ୍ୟା ଦେଇ ଗତିକରୁଥିବା ବେଳେ ଆଉ ଜଣେ ଉଚ୍ଚ ଦରମାପ୍ରାପ୍ତ ଅଧିକାରୀ ନିଯୁକ୍ତି ଦେବ ବୋଲି ଆଶା କରାଯାଉନାହିଁ। ସିଏଫ୍‌ଓଙ୍କ ଦାୟିତ୍ୱ ଅରୁଣ ଧୁମାଲ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ତୁଲାଇପାରିବେ।
ବିସିସିଆଇ ଓ କ୍ରୀଡ଼ା ପୋଷାକ ଉତ୍ପାଦନକାରୀ ସଂସ୍ଥା ନାଇକ୍‌ ମଧ୍ୟରେ ହୋଇଥିବା ଚୁକ୍ତି ଅବଧି ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି। ଫଳରେ ବୋର୍ଡ ଏ ନେଇ ଟେଣ୍ଡର ଡାକିବା ପ୍ରକ୍ରିୟା ଆରମ୍ଭ କରିବ। ୨୦୦୬ ଓ ୨୦୧୬ରେ ନାଇକ୍‌ ବୋର୍ଡ ପାଇଁ ପ୍ରାୟୋଜକ ଥିଲା। ଏହାପରେ ପୁଣି ୫ ବର୍ଷ ପାଇଁ ଏହି ଚୁକ୍ତିର ନବୀକରଣ ହୋଇଥିଲା। ଏହି ଚୁକ୍ତି ଆଗାମୀ ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେବାକୁ ଯାଉଛି। ଚୁକ୍ତି ନବୀକରଣ ନ କରି ବିସିସିଆଇ ସ୍ବଚ୍ଛତା ଅବଲମ୍ବନ ପୂର୍ବକ ଟେଣ୍ଡର ପ୍ରକ୍ରୟା ଆରମ୍ଭ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri