Categories: ଖେଳ

ବିଶ୍ୱ ବିଚ୍‌ ପେନ୍‌ଚାକ୍‌ ସିଲାଟ୍‌ ଚାମ୍ପିୟନଶିପ୍‌: ଭବାନୀଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୧୦।୧୦(କ୍ରୀଡ଼ା ପ୍ରତିନିଧି)- ବିଶ୍ୱ ବିଚ୍‌ ପେନ୍‌ଚାକ୍‌ ସିଲାଟ ଚାମ୍ପିୟନଶିପ୍‌ର ପ୍ରଥମ ସଂସ୍କରଣ ଥାଇଲାଣ୍ଡର ଫୁକେଟଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଶାର ଭବାନୀ କୁମାରୀ ସାହୁ ଟେନ୍‌ଡିଗ୍‌ (ଫାଇଟ୍‌) ଇଭେଣ୍ଟର ୫୦-୫୫ କେଜି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଓଡ଼ିଶା ପେନ୍‌ଚାକ ସିଲାଟ ଆସୋସିଏଶନର ସମ୍ପାଦକ ପ୍ରେମ୍‌ ସିଂ ଥାପା ଅନ୍ତର୍ଜାତୀୟ ରେଫରିଭାବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଝାରସୁଗୁଡ଼ାର ଭବାନୀ ଗତ ୨ ବର୍ଷ ଧରି ଥାପ୍ପାଙ୍କଠାରୁ ପ୍ରଶିକ୍ଷଣ ନେଇ ଏହି ସଫଳତା ପାଇଛନ୍ତି। ଆଗକୁ ଅଧିକରୁ ଅଧିକ ସଫଳତାଲାଭ କରି ରାଜ୍ୟ ଏବଂ ଦେଶକୁ ଗର୍ବିତ କରିବା ତାଙ୍କର ଲକ୍ଷ୍ୟ ବୋଲି ଭବାନୀ କହିଛନ୍ତି। ଝାରସୁଗୁଡ଼ାରେ ପହଞ୍ଚତ୍ବାପରେ ଭବାନୀ ଏବଂ କୋଚ୍‌ ଥାପ୍ପାଙ୍କୁ ଓଡ଼ିଶା ପେନଚାକ୍‌ ସିଲାଟ ଆସୋସିଏଶନ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

Share