Categories: ଖେଳ

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ଆୟୋଜନ ଅଧିକାର ହରାଇଲା ଭାରତ

ନୂଆଦିଲ୍ଲୀ, ୨୯ା୪ (ପି.ଟି.)- ଆୟୋଜକ ଫି’ ଦାଖଲ କରିପାରି ନ ଥିବାରୁ ଭାରତ ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ୨୦୨୧ ଆୟୋଜନ ଅଧିକାର ହରାଇଛି। ଇଭେଣ୍ଟର ଆୟୋଜନ ପାଇଁ ୨୦୧୭ରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତିକୁ ରଦ୍ଦ କରାଯାଇଛି। ଇଣ୍ଟରନ୍ୟାଶନାଲ ଆମେଚର ବକ୍ସିଂ ଆସୋସିଏଶନ (ଆଇବା) ତରଫରୁ ମଙ୍ଗଳବାର ଘୋଷଣା କରାଯାଇଛି। ହୋଷ୍ଟ ସିଟି ଏଗ୍ରିମେଣ୍ଟ ଅନୁସାରେ ନୂଆଦିଲ୍ଲୀ ଆବଶ୍ୟକ ଫି’ ଦାଖଲ କରିପାରି ନ ଥିଲା। ଚୁକ୍ତି ରଦ୍ଦ କରାଯିବା ଦ୍ୱାରା ଜରିମାନା ବାବଦରେ ଭାରତ ୫୦୦ ଆମେରିକୀୟ ଡଲାର ଦେବ। ଭାରତରେ ପ୍ରଥମ ଥର ପାଇଁ ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଥାନ୍ତା। ଏହି ଇଭେଣ୍ଟ ବର୍ତ୍ତମାନ ସର୍ବୀୟ ସହର ବେଲ୍‌ଗ୍ରେଡ୍‌ରେ ହେବ। ଏହି ବଡ଼ ଇଭେଣ୍ଟର ଆୟୋଜନ ସକାଶେ ସର୍ବିୟା ନିକଟରେ ସମସ୍ତ ପ୍ରକାର ସାମର୍ଥ୍ୟ ରହିଛି ବୋଲି ଆଇବା ସଭାପତି ମହମ୍ମଦ ମୋସ୍ତାସେନ୍‌ ପ୍ରକାଶ କରିଛନ୍ତି।

Share