ବିଶ୍ୱ ଦରବାରରେ ଲାସ୍ୟମୟୀ ଅଭିନେତ୍ରୀ ମାତନ

ଯାତ୍ରା ଜଗତର ଜଣେ ଲାସ୍ୟମୟୀ ଅଭିନେତ୍ରୀ ହେଉଛନ୍ତି ମାତନ। ରୂପ ଯେମିତି ଗୁଣ ବି ସେମିତି। ଡ୍ୟାନ୍ସରେ ଯେମିତି ଡାଏଲଗ୍‌ରେ ସେମିତି। ଚେହେରା ଯେମିତି ଅଭିନୟ ବି ସେମିତି। ଏବେ ଯାତ୍ରାଶ୍ରୀ ‘ବିଶ୍ୱ ଦରବାର’ କ୍ୟାମ୍ପରେ ଦେଖିବାକୁ ମିଳୁଛି ମାତନଙ୍କ ମନମତାଣିଆ ଡାଏଲଗ୍‌ ସାଙ୍ଗକୁ ମନଛୁଅଁା ଅଭିନୟ। ‘ତମ କଥା ଭାରି ମନେପଡୁଛି’, ‘ବରଷା ରାତିର ସାଥୀ’, ‘ଆକାଶ କଇଅଁା ଚିଲିକା ମାଛ’ ଆଦି ନାଟକରେ ସେ ଦମଦାର ରୋଲ୍‌ରେ ଆସୁଛନ୍ତି ମଞ୍ଚ ଉପରକୁ। ମାତନ ଅଭିନୟ କରିଥିବା ସଫଳ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ପାପ ଭଲଲାଗେ ବାପଘରେ’, ‘ରୂପାଲୀ ଛକ ରେପ୍‌ କେସ୍‌’, ‘କଉଠୁ ଆସିଛୁ ତୁ’, ‘ପୁରୀରେ ପ୍ରେମିକା କଟକରେ ସ୍ତ୍ରୀ’, ‘ମୋ ପ୍ରେମିକା ନୀହାରିକା’ ‘ମାଟି ଅଗଣାର ବୋହୂ’, ‘ଏମିତି ନାରୀକୁ ଦୂରୁ ଜୁହାର’, ‘ମୋ ସ୍ତ୍ରୀର ଗପ ନ କହିଲେ ପାପ’, ‘ବାଇଶି ପାହାଚ’, ‘କଳଙ୍କିନୀ ଏବଂ ଆହୁରି ଅନେକ। ଉଭୟ ନେଗେଟିଭ୍‌ ତଥା ପଜିଟିଭ୍‌ ଭୂମିକାରେ ମାତନ ବେଶ ସଫଳ। ସେ ଚରିତ୍ର ଅପେକ୍ଷା ଭୂମିକାକୁ ବେଶି ଗୁରୁତ୍ୱ ଦେଇଥାନ୍ତି। ପରିବାରରେ କେହି ଚାହୁଁ ନ ଥିଲେ ମାତନ ଯାତ୍ରାକୁ ଆସନ୍ତୁ। ବାପା ତ ତାଙ୍କର ଯାତ୍ରାକୁ ଆସିବା ନେଇ ସମ୍ପୂର୍ଣ୍ଣ ବିରୋଧ କରୁଥିଲେ। ମାତ୍ର ମାତନ ଆସିଲେ ଯାତ୍ରାକୁ। ‘ଜନନୀ ଗଣନାଟ୍ୟ’ରେ ଯୋଗ ଦେଇ ଯାତ୍ରା ଜୀବନ ଆରମ୍ଭ କଲେ। ଅବଶ୍ୟ ‘ଜନନୀ ଗଣନାଟ୍ୟ’ରେ ସେ ଜଣେ ଡ୍ୟାନ୍ସର ଭାବରେ ଯୋଗଦେଇଥିଲେ। ଭାବିଥିଲେ, ଆଉ ଯାତ୍ରାକୁ ନେଇ ତାଙ୍କ ପରିବାର ପକ୍ଷରୁ ବିରୋଧ କରାଯିବନି। ହେଲେ ଦିନେ ବାପା ଆସି ପହଞ୍ଚତ୍ଲେ। କେହି କିଛି ବୁଝିବା ଆଗରୁ ତାଙ୍କୁ ଯାତ୍ରାରୁ ନେଇ ଘରକୁ ଚାଲିଗଲେ। ଏହାସତ୍ତ୍ୱେ ଯାତ୍ରାକୁ ଛାଡ଼ି ପାରି ନ ଥିଲେ ମାତନ। କିମ୍ବା ଯାତ୍ରାର ମାୟାରୁ ମୁକୁଳି ପାରି ନ ଥିଲେ। ଆସି ପହଞ୍ଚତ୍ଲେ ‘କୃଷ୍ଣ ସୁଦାମା’ ଗଣନାଟ୍ୟରେ। ‘କୃଷ୍ଣ ସୁଦାମା’ ପରେ ଆସିଲେ ‘ତ୍ରିନାଥ ଗଣନାଟ୍ୟ’କୁ। ବାସ୍‌, ଏହାପରେ ଆଉ କୌଣସି ଅନ୍ତରାୟ ରହିଲାନି। ସେ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଲେ। ଯାତ୍ରା ଜଗତର ଆଗଧାଡ଼ିର ଅଭିନେତ୍ରୀମାନଙ୍କ ମଧ୍ୟରୁ ଏବେ ଜଣେ ହେଉଛନ୍ତି ମାତନ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

କ୍ୟାଟ୍ରିନାଙ୍କୁ ମିଳିଲା ବଡ଼ ଅଫର୍‌

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସ୍ପିରିଟ’ ଆଜିକାଲି ଚର୍ଚ୍ଚାରେ ରହିଛି। କିଛି ମାସ ପୂର୍ବରୁ ଦୀପିକା ପାଦୁକୋନ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ତୃପ୍ତି ଡିମରି…

ଦୁଃଖ ବଖାଣିଲେ ମାନୁଷୀ ଛିଲ୍ଲର: ମୋତେ ବି ୨ଥର….

ନିଟ୍‌ ପେପର ଲିକ ପ୍ରସଙ୍ଗ ବିରୋଧରେ ଚାଲିଥିବା ଛାତ୍ର ପ୍ରତିବାଦକୁ ଅଭିନେତ୍ରୀ ମାନୁଷୀ ଛିଲ୍ଲର ମଧ୍ୟ ସମର୍ଥନ କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏ ବିଷୟରେ…

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri