ବିଶ୍ୱର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’ ଅସୁରକ୍ଷିତ

କେନ୍ଦୁଝର ୫।୧୧ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ୭୨ ଫୁଟ ଉଚ୍ଚତା ବିଶିଷ୍ଟ କାଠ ତିଆରି ‘ନନ୍ଦିଘୋଷ’ ବିଶ୍ୱର ସର୍ବୋଚ୍ଚ ରଥର ମାନ୍ୟତା ଲାଭ କରି ଜିଲାବାସୀଙ୍କ ଲାଗି ଗୌରବ ଆଣିଛି। ୨୦୧୮ ମସିହା ଡିସେମ୍ବରରେ ଗ୍ଲୋବାଲ ରେକର୍ଡସ ଏଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଏହା ସର୍ବୋଚ୍ଚ ରଥ ଭାବରେ ପ୍ରମାଣପତ୍ର ମିଳିଥିଲା। ବର୍ତ୍ତମାନ ଏହା ଗିନିଜ ବୁକ ଅଫ୍‌ ଓାଲଡ ରେକର୍ଡ ପାଇବା ଅପେକ୍ଷାରେ ରହିଛି। ପ୍ରତିବର୍ଷ ରଥଯାତ୍ରା ବେଳେ ଏହି ରଥ ଚର୍ଚ୍ଚାକୁ ଆସିଥାଏ। କିନ୍ତୁ ରଥଯାତ୍ରା ସରିଗଲେ ଏହା ସତେ ଯେମିତି ଅଲୋଡା ହୋଇପଡେ। ଖୋଲା ସ୍ଥାନରେ ଏହା ଖରା, ବର୍ଷା, କାକର ଖାଇ ଏହା ଜରାଜୀର୍ଣ୍ଣ ହୋଇ ପଡୁଥିଲେ ବି ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଲାଗି କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ଏ ନେଇ ଶ୍ରଦ୍ଧାଳୁଙ୍କ ସମେତ ଜିଲାବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ବିଶ୍ୱର ଏହି ସର୍ବୋଚ୍ଚ ରଥକୁ ଦେଖିବା ଲାଗି ବିଭିନ୍ନ ସମୟରେ ଏଠାକୁ ପର୍ଯ୍ୟଟକମାନେ ମଧ୍ୟ ଆସିଥାନ୍ତି। ଏଣୁ ଏହାକୁ ସୁରକ୍ଷିତ ଅବସ୍ଥାରେ ରଖାଗଲେ ସେମାନେ ଭଲଭାବେ ଏହାକୁ ନିରୀକ୍ଷଣ କରିପାରନ୍ତେ। ବିଭିନ୍ନ ସମୟରେ ଏଥିଲାଗି ଦାବି ହେଥିଲେ ମଧ୍ୟ ପ୍ରଶାସନ ଏହାକୁ ଅଣଦେଖା କରି ଆସୁଛି। କାଠରେ ନିର୍ମିତ ଏହି ରଥକୁ କେବଳ ରଥଯାତ୍ରା ସମୟରେ ମରାମତି କରାଯାଇଥାଏ। ଶ୍ରୀଜୀଉଙ୍କୁ ରଥାରୁଢ କରି ହଜାର ହଜାର ଭକ୍ତ ବଡ ଦାଣ୍ଡରେ ମାଉସୀମା’ ମନ୍ଦିରକୁ ଟାଣି ନେଇଥାନ୍ତି। ବାହୁଡା ଯାତ୍ରା ସମୟରେ ପୁଣି ରଥକୁ ଟାଣି ଆଣି ଶ୍ରୀ ବଳଦେବଜୀଉ ମନ୍ଦିର ନିକଟସ୍ଥ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଏ। ରଥ ରହୁଥିବା ସ୍ଥାନ ଉନ୍ମୁକ୍ତ ଥିବାରୁ ଅବାଧରେ ବୁଲା ଗୋରୁଗାଇ, କୁକୁର ସେଠାକୁ ପ୍ରବେଶ କରି ପରିବେଶକୁ ଅପରିଷ୍କାର କରିଦେଉଛନ୍ତି। ଏହା ଲୋକଙ୍କ ଭାବାବେଗରେ ଆଘାତ ପହଞ୍ଚାଉଥିବାରୁ ବିଭିନ୍ନ ସମୟରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ପରିବେଶବିତ ରମେଶ ଚନ୍ଦ୍ର ମିଶ୍ର କହିଛନ୍ତି ଯେ, ଶ୍ରୀ ବଳଦେବଜୀଉଙ୍କ ରଥକୁ ସୁରକ୍ଷିତ ରଖା ଗଲେ ରଥଯାତ୍ରା ସମୟରେ ମରାମତି ପାଇଁ ଅଧିକ କାଠର ଆବଶ୍ୟକ ପଡିବ ନାହିଁ। ଏବେ ଖରାବର୍ଷା ଯୋଗୁଁ ରଥରେ ଲାଗିଥିବା କାଠ ନଷ୍ଟ ହେବା ସହ ରଙ୍ଗ ଧୋଇହୋଇ ଅସୁନ୍ଦର ଦେଖାଯାଉଛି। ଏହା ନିକଟକୁ ଲୋକେ ଅବାଧରେ ଯାତାୟତ କରବା ଏବଂ ନିକଟରେ ପରିବା ବଜାର ବସୁଥିବାରୁ ଏହା ଅଧିକ ଅସୁରକ୍ଷିତ ହୋଇ ପଡୁଥିବା ଶ୍ରଦ୍ଧାଳୁମାନେ କହିଛନ୍ତି। ଏଣୁ ରଥ ରହିଥିବା ସ୍ଥାନର ଚାରିପାଖରେ ବାରିକେଡ କରାଯାଇ ଆଲୋକ ବ୍ୟବସ୍ଥା କରାଗଲେ ଏହାର ସାୈନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ ବୋଲି ବରିଷ୍ଠ ଆଇନଜୀବୀ ନିମାଇ ଚରଣ ଦାସ କହିଛନ୍ତି। ସ୍ଥାନୀୟ ବରିଷ୍ଠ ସାହିତ୍ୟିକ ରାମକୃଷ୍ଣ ମହାପାତ୍ର ମଧ୍ୟ ଅନୁରୂପ ମତବ୍ୟକ୍ତ କରିଛନ୍ତି। ଏସମ୍ପକର୍ର୍ରେ ଉପଜିଲାପାଳ ତଥ ଦେବୋତ୍ତର ବିଭାଗ। ନିର୍ବାହୀ ଅଧିକାରୀ ରାମଚନ୍ଦ୍ର କିସ୍କୁଙ୍କୁ ପଚାରିବାରୁ ରଥର ସୁରକ୍ଷା କରିବା ପାଇଁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ତୁରୁମୁଙ୍ଗା ଜାତୀୟ ରାଜପଥ କଡ଼ରୁ ହଟିଲା ଜବରଦଖଲ: ଚାଲିଲା ଜେସିବି, ଥଇଥାନ ଦାବି କଲେ ବ୍ୟବସାୟୀ

ପାଟଣା,୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ର ତୁରୁମୁଙ୍ଗା ବଜାର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ କଡ଼ରୁ ବୁଧବାର ବ୍ୟାପକ ଜବରଦଖଲ ଉଚ୍ଛେଦ…

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

ରାସ୍ତାତଳକୁ ଖସିଲା ବସ୍‌, ଯାତ୍ରୀମାନେ ଭୟରେ ଚିତ୍କାର କରିବାରୁ…

ପଟ୍ଟାମୁଣ୍ଡାଇ,୯ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ନିକଟସ୍ଥ ଦୋଶିଆ କେନାଲ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୪୨ ଜଣ ଯାତ୍ରୀଙ୍କୁ ନେଇ ଦ୍ରୁତଗତିରେ…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଜୀବନ

ଗୁଣପୁର,୯ା୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ରାଗୟଡ଼ା ଜିଲା ପଦ୍ମପୁର ଥାନା ଗୁଲୁଗୁଡ଼ାର ତାରପାଗୁଡ଼ାରେ ଘଟିଛି ଅଘଟଣ। ପାଇଖାନା ଟାଙ୍କିକୁ ଜଣଙ୍କ ପରେ ଜଣେ ଓହ୍ଲାଇ ତିନି ଜଣ ଶାସରୁଦ୍ଧ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ, ହୋଇପାରନ୍ତି ଗିରଫ

କଟକ,୯ା୯(ପ୍ରଭୁକଲ୍ୟାଣ ପାଲ୍‌): ଗଜପତି ଜିଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଆଇନଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri