Posted inଫୁରସତ

ବିଶ୍ୱର ସବୁଠୁ ଧନୀ ଜୁଆଡ଼ି, ଥରକେ ଜିତିଥିଲେ ୮୩ କୋଟି

ଓ୍ବାଶିଂଟନ୍‌: କୁହାଯାଏ, ଜୁଆ ଖେଳିଲେ ଲୋକେ ସର୍ବନାଶ ହୁଅନ୍ତି। ଅର୍ଥାତ୍‌ ସବୁ ସମ୍ପତ୍ତି ହରାଇ ବସନ୍ତି। ମାତ୍ର ଏମିତି ଜଣେ ଜୁଆଡ଼ି ଅଛନ୍ତି, ଯେ କି କୋଟିପତି। ଭାରତରେ ଜୁଆଖେଳକୁ ବେଆଇନ କୁହାଯାଇଥାଏ ମାତ୍ର ବିଶ୍ୱରେ ଅନେକ ଦେଶ ଅଛି, ଯେଉଁଠାରେ ଆଇନଗତ ଜୁଆଡ଼ି ଅଛନ୍ତି। ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେ କି, ବିଶ୍ୱର ସବୁଠାରୁ ଧନୀ ‘ଜୁଆଡ଼ି’ ଭାବରେ ପରିଗଣିତ। ଜୁଆ ଖେଳି ସେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଏହି କାରଣରୁ ତାଙ୍କୁ ‘ପୋକର କିଙ୍ଗ’ ମଧ୍ୟ କୁହାଯାଏ। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବ୍ୟକ୍ତି ହଲିଉଡର ଅନେକ ସୁପରହିଟ୍‌ ଫିଲ୍ମରେ ମଧ୍ୟ କାମ କରିଛନ୍ତି।


ଏହି ଯୁବକଙ୍କ ନାମ ହେଉଛି ଡାନ୍‌ ବିଲଜେରିୟାନ୍‌। ୩୯ ବର୍ଷୀୟ ଆମେରିକୀୟ ଏହି ଯୁବକଙ୍କ ଜୀବନରେ ପୂର୍ବରୁ ଅର୍ଥର ଅଭାବ ନ ଥିଲା, କାରଣ ତାଙ୍କ ପିତା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଏକ ସାକ୍ଷାତକାରରେ ଡାନ୍‌ କହିଥିଲେ, ତାଙ୍କ ପିଲାଦିନରେ କେହି ତାଙ୍କ ପ୍ରତି ବିଶେଷ ଧ୍ୟାନ ଦେଇ ନ ଥିଲେ, ତେଣୁ ସେ ଯାହା ଚାହୁଁଥିଲେ ତାହା କରୁଥିଲେ। ଥରେ ଡାନ୍‌ ମଧ୍ୟ ତାଙ୍କ ସ୍କୁଲରେ ବନ୍ଧୁକ ଧରି ଧରାପଡ଼ିଥିଲେ, ଯାହା ପରେ ତାଙ୍କୁ ସ୍କୁଲରୁ ବହିଷ୍କାର କରାଯାଇଥିଲା। ସେହି ବନ୍ଧୁକ ତାଙ୍କ ପିତାଙ୍କର ଥିଲା। ବିଦ୍ୟାଳୟରେ ସମସ୍ତଙ୍କୁ ଦେଖାଇବା ପାଇଁ ଡାନ୍‌ ବନ୍ଧୁକଟିକୁ ସ୍କୁଲ ନେଇଥିଲେ।
ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସେ ସାରା ବିଶ୍ୱରେ ବେଶ୍‌ ପରିଚିତ। ଲସ୍‌ଭେଗାସରେ ତାଙ୍କର ଏକ ଘର ଅଛି, ଯାହାର ମୂଲ୍ୟ ପ୍ରାୟ ୩୨କୋଟି ଟଙ୍କା। ଯେଉଁଠାରେ ସେ ଅଧିକାଂଶ ସମୟ ପାର୍ଟି କରିଥାନ୍ତି। ଗତବର୍ଷ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ପିନ୍ଧିଥିବା ଏକ ଘଣ୍ଟାର ମୂଲ୍ୟ ପ୍ରାୟ ୧.୩୬ କୋଟି ଟଙ୍କା ବୋଲି କୁହାଯାଇଥିଲା।


ବନ୍ଧୁକ ଏବଂ ବିଳାସପୂର୍ଣ୍ଣ ଗାଡ଼ିମୋଟରକୁ ଡାନ୍‌ ଖୁବ୍‌ ପସନ୍ଦ କରନ୍ତି। ଗୋଟିଏ ପରେ ଗୋଟିଏ ମହଙ୍ଗା ବନ୍ଧୁକ ଏବଂ ଗାଡ଼ି କିଣନ୍ତି। ସେ ଧନୀ ତଥା ଜଣାଶୁଣା ବ୍ୟକ୍ତିତ୍ୱ ହୋଇଥିବାରୁ ତାଙ୍କ ନିକଟରେ ଝିଅଙ୍କ ଲମ୍ବା ଧାଡ଼ି ମଧ୍ୟ ଲାଗେ। ସୋସିଆଲ ମିଡିଆରେ ତାଙ୍କର ଏପରି ଅନେକ ଫଟୋ ଅଛି, ଯେଉଁଥିରେ ତାଙ୍କ ଚତୁଃପାର୍ଶ୍ୱରେ ଝିଅମାନେ ଘେରି ରହିଛନ୍ତି। ଏହି କାରଣରୁ ତାଙ୍କୁ ‘ପ୍ଲେ ବୟ’ ମଧ୍ୟ କୁହାଯାଏ।


ତାଙ୍କ ନିକଟରେ ଦାମୀ ଘର, ଗାଡ଼ି ଆଦିର ଅଭାବ ନାହିଁ। ଏହି ସବୁ ସମ୍ପତ୍ତି ସେ କେବଳ ଜୁଆ ଖେଳି ରୋଜଗାର କରିଥିବା ଟଙ୍କାରେ କରିଛନ୍ତି। ଏପରିକି ଗୋଟିଏ ରାତିରେ ଜୁଆ ଖେଳି ସେ ୮୩ କୋଟି ଟଙ୍କା ରୋଜଗାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri