ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛି ଓଡ଼ିଶା, ଭୂଖଣ୍ଡରେ ଛିଡ଼ା ହୋଇ ନିଜକୁ ଭାଗ୍ୟବାନ ମନେ କରୁଛି: ରାଷ୍ଟ୍ରପତି

ଭୁବନେଶ୍ୱର, ୮।୧୨(ବ୍ୟୁରୋ): ବାଣୀବିହାରର ପ୍ଲାଟିନମ୍‌ ଜୁବିଲିିର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ବକ୍ତବ୍ୟ ରଖି ରାଷ୍ଟ୍ରପତି କହିଛନ୍ତି, ଓଡ଼ିଶା ସାରା ଜଗତକୁ ଶାନ୍ତିର ବାର୍ତ୍ତା ଦେଇଛି। ଏହି ଭୂଖଣ୍ଡରେ ଛିଡ଼ା ହୋଇ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ୭୫ବର୍ଷ ଭିତରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷାର ମନ୍ଦିର ପାଲଟିଛି। ଏହି ବିଶ୍ୱବିଦ୍ୟାଳୟର ବହୁ ଛାତ୍ର ଦେଶକୁ ଗୌରବାନ୍ବିତ କରିଛନ୍ତି। ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ପ୍ରମୁଖ ସ୍ଥାନ ନେବ। ୫ରୁ ୭ ବର୍ଷ ଭିତରେ ଏହା ଦେଶର ପ୍ରମୁଖ ଶିକ୍ଷାକେନ୍ଦ୍ର ହେବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ମଞ୍ଚାସୀନ ହୋଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ସ୍ବତନ୍ତ୍ର ସ୍ମରଣୀକାକୁ ଉନ୍ମୋଚନ କରିଛନ୍ତି।

ପ୍ରକାଶଯୋଗ୍ୟ, ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ରାଜଭବନ ଯାଇ ରାତ୍ରିଯାପନ କରିବା ପରେ ରବିବାର ପୂର୍ବାହ୍ନରେ ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ଉତ୍କଳ ବିଶ୍ୱବିଦ୍ୟାଳୟ ସମାରୋହରେ ଯୋଗଦେଇଛନ୍ତି। ସେଠାରୁ ରାଜଭବନ ଫେରି ସନ୍ଧ୍ୟା ୫ଟାରେ ସେ ଦିଲ୍ଲୀ ଫେରିଯିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରୁବିଗ୍ରହଙ୍କ ଅଧରପଣା ନୀତି ଆରମ୍ଭ

ପୁରୀ,୨6ା୭(ଅଜିତ୍‌ କୁମାର ମହାନ୍ତି): ସରି ଆସୁଛି ଘୋଷଯାତ୍ରା। ଶନିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅଧରପଣା ନୀତି ଆରମ୍ଭ ହୋଇଯାଇଛି। ପାଣିଆ…

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

ପ୍ରବଳ ବର୍ଷାରେ ବୁଡ଼ିଗଲା କନ୍ଦରପୁର ଲେବଲ କ୍ରସିଂ ରାସ୍ତା, ଯାନବାହନ ଚଳାଚଳ ବନ୍ଦ

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): କଟକ-ନୂଆଗାଁ ଜାତୀୟ ରାଜପଥ ନଂ ୫୫ର କନ୍ଦରପୁର ଲେବଲ କ୍ରସିଂ ନିକଟ ଅସ୍ଥାୟୀ ରାସ୍ତାଟି ଶନିବାର ରାତିର ଅବିଶ୍ରାନ୍ତ ବର୍ଷାରେ ବୁଡିଯାଇଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

୨୦୨୮ କର୍ନାଟକ ବିଧାନସଭା ନିର୍ବାଚନ, ବହୁ ପୂର୍ବରୁ ବଡ଼ ଘୋଷଣା କଲେ ସିଦ୍ଧରାମୈୟା

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଦଳର ଜଣେ ଦୃଢ଼ ନେତା ସିଦ୍ଧରାମୈୟା ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri